ଘାଟିରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଶ୍ରମିକ ଆହତ
ମାଲକାନଗିରି: ମାଲକାନଗିରିରେ ବସ ଦୁର୍ଘଟଣା। ମାଲକାନଗିରି ଜିଲ୍ଲା ବିଜା ଘାଟିରେ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ... The post ଘାଟିରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଶ୍ରମିକ ଆହତ appeared first on .
ମାଲକାନଗିରି: ମାଲକାନଗିରିରେ ବସ ଦୁର୍ଘଟଣା। ମାଲକାନଗିରି ଜିଲ୍ଲା ବିଜା ଘାଟିରେ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ବସରେ ୩୦ରୁ ଅଧିକ ଶ୍ରମିକ ଫସି ରହିଥିଲେ। ସ୍ଥାନୀୟ ଲୋକ, ପୋଲିସ ଓ ଅଗ୍ନିଶମବାହିନୀ ଟିମ ସହାୟତାରେ ବସରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିଯାଇଥିଲା। ବ୍ରେକ ଫେଲ ଯୋଗୁଁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲୋକେ କହିଛନ୍ତି। ଶ୍ରୀ ବାଲାଜି ନାମକ ଏହି ଘରୋଇ ବସ ହାଇଦ୍ରାବାଦରୁ କଣ୍ଟାବାଞ୍ଜି ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା। ବସରେ ପ୍ରାୟ ୭୦ରୁ ଅଧିକ ଶ୍ରମିକ ଥିଲେ। ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଇଟାଭାଟିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ନେଇ ଏହି ବସ ଆସୁଥିଲା। ୩ଟି ଇଟାଭାଟିର ଶ୍ରମିକ ଏହି ବସରେ ଥିଲେ।
The post ଘାଟିରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଶ୍ରମିକ ଆହତ appeared first on .