ଘାଟିରେ ସିରିଜ ଦୁର୍ଘଟଣା...ଭାରସାମ୍ୟ ହରାଇ ଖସିପଡିଲା ଟ୍ରକ...୪ମୃତ, ୮ଗୁରୁତର
୩ଟି ଟ୍ରକ ଗୋଟିଏ ପରେ ଗୋଟିଏ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି ।
ଆଖି ପିଛୁଳାକେ ଧକ୍କା ହେଲେ ଗୋଟିଏ ପରେ ଗୋଟିଏ ଟ୍ରକ । ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିପଡିଲା ଟ୍ରକ। ତାମିଲନାଡ଼ୁ ଧର୍ମାପୁର ଜିଲ୍ଲା ଥୋପ୍ପରଘାଟର ଘଟିଥିବା ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୮ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଆଜି ସକାଳେ ଥୋପ୍ପରଘାଟ ଜାତୀୟ ରାଜପଥରେ ଘଟିଛି ସିରିଜ୍ ଦୁର୍ଘଟଣା । ଏନଏଚରେ ଆସୁଥିବା ଟ୍ରକ ପରସ୍ପର ସହ ଧକ୍କା ହୋଇଥିଲେ। ୩ଟି ଟ୍ରକ ଗୋଟିଏ ପରେ ଗୋଟିଏ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି ।
ଦ୍ରୁତଗତରେ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ଟ୍ରକକୁ ପିଟିଥିଲା ପରେ ଦ୍ବିତୀୟ ଟ୍ରକକୁ ଧକ୍କା ଦେଇଥିଲା । ଏହାପରେ ପ୍ରଥମ ଟ୍ରକଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ପୋଲ ତଳକୁ ଖସିପଡ଼ିଥିଲା । ଏଥିସହ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା। ଆଖିପିଛୁଳାକେ ଘଟିଥିଲା ଏଭଳି ଦୁର୍ଘଟଣା। ଯେଉଁଥିରେ ୪ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୮ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ। ଏହି ଦୁର୍ଘଟଣା ପରେ ଧର୍ମପୁରୀ ଡିଏମକେ ସାଂସଦ ସେଣ୍ଟିଲ କୁମାର ଦୁଃଖ ପ୍ରକାଶ କରିଛନ୍ତି। ବାରମ୍ୱାର ଏଭଳି ଦୁର୍ଘଟଣା ଘଟୁଛି। ଏନଏଚ କାମ ଶୀଘ୍ର ଶେଷ କରିବା ପାଇଁ ସେ ଦାବି କରିଛନ୍ତି।
More the reason why we are insisting on the speedy implementation of the Sanctioned elevated highway at Thoppur Ghat section in Dharmapuri.
These are the visuals of today’s accident at Thoppur Ghat.@NHAI_Official @nitin_gadkari pic.twitter.com/l6QHVp4M3i — Dr.Senthilkumar.S (@DrSenthil_MDRD) January 24, 2024