ଲହରା କାଶ ହେଉଛି କି? ଜାଣିରଖନ୍ତୁ ଏହାର ଲକ୍ଷଣ ଓ ଉପଚାର, ନହେଲେ ହୋଇପାରେ ବିପଜ୍ଜନକ…..

ଚୀନ୍‌, ଫିଲିପିନ୍ସ, ଆମେରିକା, ବ୍ରିଟେନ୍‌ ଓ ନେଦରଲ୍ୟାଣ୍ଡ ସମେତ ଅନେକ ଦେଶରେ ଏବେ ହୁପିଂ କଫ୍‌ ତଥା ଲହରା କାଶ ବ୍ୟାପିବାରେ ଲାଗିଛି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଏହି ମାମଲା ଅଧିକ ଥିବାବେଳେ ମୃତ୍ୟୁହାର ମଧ୍ୟ ୨୦ ପ୍ରତିଶତ ରହିଛି। ତେବେ ହୁପିଂ କଫ ଏକ ପ୍ରକାର ସଂକ୍ରମଣ। ଏହା ବୋର୍ଡେଟେଲା ପର୍‌ଟୁସିସ ଜୀବାଣୁରୁ ସୃଷ୍ଟି। ପ୍ରାରମ୍ଭରୁ ଏହାକୁ ଚିହ୍ନଟ କରିବା ମୁସ୍କିଲ ହୋଇଥାଏ। ଏହା ଶ୍ବାସ ପ୍ରକ୍ରିୟାକୁ ସଂକ୍ରମିତ କରିଥାଏ। ସଂକ୍ରମିତ ବ୍ୟକ୍ତିଙ୍କର ଲଗାତାର କାଶ […]

ଲହରା କାଶ ହେଉଛି କି? ଜାଣିରଖନ୍ତୁ ଏହାର ଲକ୍ଷଣ ଓ ଉପଚାର, ନହେଲେ ହୋଇପାରେ ବିପଜ୍ଜନକ…..
Dangerous whooping cough

ଚୀନ୍‌, ଫିଲିପିନ୍ସ, ଆମେରିକା, ବ୍ରିଟେନ୍‌ ଓ ନେଦରଲ୍ୟାଣ୍ଡ ସମେତ ଅନେକ ଦେଶରେ ଏବେ ହୁପିଂ କଫ୍‌ ତଥା ଲହରା କାଶ ବ୍ୟାପିବାରେ ଲାଗିଛି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଏହି ମାମଲା ଅଧିକ ଥିବାବେଳେ ମୃତ୍ୟୁହାର ମଧ୍ୟ ୨୦ ପ୍ରତିଶତ ରହିଛି। ତେବେ ହୁପିଂ କଫ ଏକ ପ୍ରକାର ସଂକ୍ରମଣ। ଏହା ବୋର୍ଡେଟେଲା ପର୍‌ଟୁସିସ ଜୀବାଣୁରୁ ସୃଷ୍ଟି। ପ୍ରାରମ୍ଭରୁ ଏହାକୁ ଚିହ୍ନଟ କରିବା ମୁସ୍କିଲ ହୋଇଥାଏ। ଏହା ଶ୍ବାସ ପ୍ରକ୍ରିୟାକୁ ସଂକ୍ରମିତ କରିଥାଏ। ସଂକ୍ରମିତ ବ୍ୟକ୍ତିଙ୍କର ଲଗାତାର କାଶ ହୋଇଥାଏ। କାଶି କାଶି ବାନ୍ତି ହେବା ଓ ନିଃଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଏହାର ଲକ୍ଷଣ। ଏହା ୬ ମାସରୁ କମ୍ ବୟସର ଶିଶୁଙ୍କୁ ଅଧିକ ପ୍ରଭାବିତ କରେ। ୧୧ ମାସରୁ ୧୮ବର୍ଷ ପିଲାଙ୍କ ରୋଗପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ।

ଏହା ଜଣେ ବ୍ୟକ୍ତିଠାରୁ ଅନ୍ୟଜଣଙ୍କୁ ବ୍ୟାପିଥାଏ। ସାଧାରଣତଃ ଯେଉଁମାନେ ପର୍ଟୁସିସ୍‌ରେ ଆକ୍ରାନ୍ତ ହୋଇଥିବେ, ସେମାନଙ୍କର ଲହରା କାଶ ବା ହୁପିଂ କଫ ହୁଏ। ତେଣୁ ସେମାନେ କାଶିବା, ଛିଙ୍କିବା କିମ୍ବା ଶ୍ବାସ ନେବା ସମୟରେ ଅନ୍ୟଙ୍କୁ ସଂକ୍ରମିତ କରିଥାନ୍ତି। ସଂକ୍ରମଣ ଦୁଇ ସପ୍ତାହ ଯାଏଁ ଲାଗି ରହିଥାଏ।

ଲକ୍ଷଣ

ଏହା ଥଣ୍ଡା ଲକ୍ଷଣରୁ ଆରମ୍ଭ ହୁଏ। ସାଧାରଣତଃ ୫ରୁ ୧୦ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ, କେବେ କେବେ ତିନି ସପ୍ତାହ ପରେ ମଧ୍ୟ ଏହି ଲକ୍ଷଣ ଜଣାପଡ଼େ ନାହିଁ। ନାକ ବନ୍ଦ ହୋଇଯିବା, ଜ୍ବର ହେବା, କାଶ, ନାକରୁ ପାଣି ବୋଇବା ଆଦି ଲକ୍ଷଣ ଦେଖାଯାଏ। ଶିଶୁଙ୍କ ଠାରେ ଆରମ୍ଭରୁ ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳେ। ନିଃଶ୍ବାସ ପ୍ରଶ୍ବାସ ନେବାରେ ସେମାନେ ସମସ୍ୟା ଭୋଗନ୍ତି। ନୀଳ ପଡ଼ିଯାଆନ୍ତି। ତେଣୁ ଏପରି ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ଅନେକଙ୍କ ଠାରେ ଜୋର ଜୋର କାଶ ହେବା, ନିଃଶ୍ବାସ ନେବା ଦ୍ବାରା ‘ହୁପ୍‌’ ପରି ଶବ୍ଦ ଆସିଥାଏ। ଏପରି କାଶ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ। କାଶ ପରେ କିମ୍ବା ପୂର୍ବରୁ ବାନ୍ତି ହେବା, ଥକ୍କାପଣ ଅନୁଭବ କରିବା, ଅନ୍ୟ ଶ୍ବସନ ସଂକମ୍ରଣ ହେବା ଲକ୍ଷଣ ଦେଖିବାକୁ ମିଳେ।

ଉପଚାର

ଡିଟିଏପି ଟିକା, ଜୋ ଡିପ୍‌ଥୋରିଆ, ଟିଟାନସ୍‌ ପର୍ଟୁସିସରୁ ସୁରକ୍ଷା ଦିଏ। ତେଣୁ ନିଜ ପିଲାଙ୍କୁ ଟିକାପ୍ରଦାନ କରିବାକୁ ଭୁଲନ୍ତୁନି। ବାହାରରୁ ଆସିବା ମାତ୍ରେ ହାତକୁ ସାବୁନରେ ଧୁଅନ୍ତୁ। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସିବା ଭଲ। କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁ ଓ ନାକକୁ ଟିସୁ ଦ୍ବାରା ଘୋଡ଼ାନ୍ତୁ। ଛିଙ୍କିବା ଓ କାଶିବା ପରେ ହାତକୁ ସାବୁନରେ ଧୋଇପାରିେବ। ଏହି ରୋଗର ଲକ୍ଷଣ ଦେଖିବା ମାତ୍ରେ ଗହଳି ସ୍ଥାନକୁ ଯିବା ବନ୍ଦ କରନ୍ତୁ।

ଆୟୁର୍ବେଦ ଚିକିତ୍ସା

ଆମ୍ବଓଳତୀ ପତ୍ର ୧୦ ମିଲିକୁ ଗରମ କରି ଛାଣି ସେଥିରେ ଅଳ୍ପ ମହୁ ମିଶାଇ ଦିନକୁ ଦୁଇ ଥର ସେବନ କଲେ ଲହରାକାଶ ଭଲ ହୁଏ। ୫ବର୍ଷରୁ କମ୍‌ ପିଲାଙ୍କ ୨.୫ମିଲି, ୫ରୁ ୧୨ ବର୍ଷ ପିଲାଙ୍କୁ ୫ମିଲି, ୧୨ରୁ ୧୫ ବର୍ଷ ୭.୫ ମିଲି ମାତ୍ରାରେ ଦିନକୁ ଦୁଇଥର ଦିଆଯାଏ।
ସେହିପରି ଅଙ୍କରାନ୍ତି, ଜଷ୍ଟିମଧୁ, ଗୁଡ଼ୁଚି, ବାସଙ୍ଗଛାଲି, ତେଜପତ୍ର ଓ ଅଦାକୁ ମିଳିତ ୧୦ ଗ୍ରାମ ନେଇ ୨୦୦ ମିଲି ପାଣିରେ ସିଝାଇ ୫୦ ମିଲି ଅବଶେଷ ରଖି ବୟସ ରୋଗୀ ଅନୁସାରେ ୫ମିଲିରୁ ୫୦ ମିଲି ପର୍ଯ୍ୟନ୍ତ ଟିକିଏ ତାଳମିଶ୍ରି ମିଶାଇ ଦିନକୁ ଦୁଇଥର ସେବନ କଲେ ଲାଭ ମିଳିଥାଏ।

ଲହରା କାଶ ହେଉଥିବା ସମୟରେ ପାଚିଲା କଦଳୀ, ଦହି, ଆତ, ସପେଟା, ଶୀତଳପାନୀୟ ଆଦି ସମ୍ପୂର୍ଣ୍ଣ ବର୍ଜନୀୟ।