ଘାସ ପୋଷାକ ପିନ୍ଧି ପୋଲିସ କ୍ୟାମ୍ପରେ ରକେଟ୍ ଲଞ୍ଚର ମାଡ଼
ମାଲକାନଗିରି,୨୬ା୧(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ଦମନ ନେଇ ପୋଲିସ ଡାଳେ ଡାଳେ ଗଲେ ମାଓବାଦୀ ପତ୍ରେ ପତ୍ରେ ଯାଇ ତାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ଫୋର୍ସ ଓ କ୍ୟାମ୍ପ ଉପରେ ଆକ୍ରମଣ କରିବାର ନୂଆ ତରିକା ଆପଣେଇଛନ୍ତି ମାଓବାଦୀ। ଏବେ ଜଙ୍ଗଲୀ ଘାସ ପୋଷାକ ପିନ୍ଧିବା ଆରମ୍ଭ କରିଦେଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ। ମାଓବାଦୀଙ୍କ ଆକ୍ରମଣର ନୂଆ କୌଶଳ ଜଙ୍ଗଲୀ ଘାସ ପୋଷାକ ପିନ୍ଧି ପୋଲିସ କ୍ୟାମ୍ପ ଉପରେ […] The post ଘାସ ପୋଷାକ ପିନ୍ଧି ପୋଲିସ କ୍ୟାମ୍ପରେ ରକେଟ୍ ଲଞ୍ଚର ମାଡ଼ appeared first on Dharitri Odia News.
ମାଲକାନଗିରି,୨୬ା୧(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ଦମନ ନେଇ ପୋଲିସ ଡାଳେ ଡାଳେ ଗଲେ ମାଓବାଦୀ ପତ୍ରେ ପତ୍ରେ ଯାଇ ତାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ଫୋର୍ସ ଓ କ୍ୟାମ୍ପ ଉପରେ ଆକ୍ରମଣ କରିବାର ନୂଆ ତରିକା ଆପଣେଇଛନ୍ତି ମାଓବାଦୀ। ଏବେ ଜଙ୍ଗଲୀ ଘାସ ପୋଷାକ ପିନ୍ଧିବା ଆରମ୍ଭ କରିଦେଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ। ମାଓବାଦୀଙ୍କ ଆକ୍ରମଣର ନୂଆ କୌଶଳ ଜଙ୍ଗଲୀ ଘାସ ପୋଷାକ ପିନ୍ଧି ପୋଲିସ କ୍ୟାମ୍ପ ଉପରେ ଶତାଧିକ ରକେଟ ଲଞ୍ଚର ମାଡ଼ କରି ପୋଲିସ ଓ ଯବାନଙ୍କ ନିଦ ହଜାଇ ଦେଇଛନ୍ତି। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲାର ଧର୍ମାଭରମ ପୋଲିସ କ୍ୟାମ୍ପ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ବିଜାପୁର ଓ ସୁକ୍ମା ଜିଲା ସୀମାରେ ଥିବା ଧର୍ମାଭରମ ପୋଲିସ କ୍ୟାମ୍ପର ଅସ୍ତ୍ରଶସ୍ତ୍ର ଲୁଟ୍ କରିବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ଆକ୍ରମଣ କରିଥିଲେ।
ସୂଚନା ଅନୁଯାୟୀ, ଜାନୁଆରୀ ୧୬ ରାତିରେ ମାଓବାଦୀ ସଂଗଠନ ପକ୍ଷରୁ ଧର୍ମାଭରମ ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ କରାଯିବା ସହ ଶତାଧିକ ରକେଟ ଲଞ୍ଚର ମାଡ଼ କରାଯାଇଥିଲା। ଆକ୍ରମଣ ପରେ ଧର୍ମାଭରମ ପୋଲିସ କ୍ୟାମ୍ପ ଆଖ ପାଖରୁ ପ୍ରାୟ ୩ ଶହ ଜୀବନ୍ତ ସେଲ୍ ରକେଟ ବୋମା ପୋଲିସ ଜବତ କରିଛି। ମାଓବାଦୀମାନେ ସୁରକ୍ଷା ବାହିନୀ ଶିବିର ଭିତରେ ପ୍ରବେଶ କରିବା ଲାଗି ଜଙ୍ଗଲି ଘାସରେ ତିଆରି ସ୍ବତନ୍ତ୍ର ପୋଷାକ ପିନ୍ଧିଥିଲେ। ଆକ୍ରମଣର ପାଲଟା ଜବାବ ମଧ୍ୟ ଦେଇଥିଲେ ଯବାନ। ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ମାଓବାଦୀ ପ୍ରାଣ ହରାଇଥିଲେ।
The post ଘାସ ପୋଷାକ ପିନ୍ଧି ପୋଲିସ କ୍ୟାମ୍ପରେ ରକେଟ୍ ଲଞ୍ଚର ମାଡ଼ appeared first on Dharitri Odia News.