ଘୁଞ୍ଚିପାରେ ନିର୍ବାଚନ ତାରିଖ ଘୋଷଣା; ମାର୍ଚ୍ଚ ୧୫ ସୁଦ୍ଧା ନୂଆ ଇସି ନିଯୁକ୍ତି

ନୂଆଦିଲ୍ଲୀ ୧୧/୦୩: ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ନୂଆ ନିର୍ବାଚନ କମିଶନର ନିଯୁକ୍ତି ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଦୁଇ ଇସିଙ୍କ ନାଁ ଘୋଷଣା ହେବ । ଯାହାଫଳରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ଘୁଞ୍ଚିପାରେ ବୋଲି କୁହାଯାଉଛି । ଏବେ କେବଳ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଛାଡ଼ି ବାକି ଦୁଇ ସାମ୍ବିଧାନିକ ପଦ ଖାଲି ପଡ଼ିଛି । ତେବେ ଦୁଇ ଇସିଙ୍କ ନିଯୁକ୍ତି ପରେ ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରାଯିବ ବୋଲି କୁହାଯାଉଛି ।  ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଅବସର ପରେ ଗୋଟିଏ ପଦବୀ ଖାଳି ଥିଲା ମାତ୍ର ଅଚାନକ ଇସି ଅରୁଣ ଗୋୟକଙ୍କ ଇସ୍ତଫା ପରେ ୨ଟି କମିଶନର ପଦ ଖାଲି ପଡ଼ିଛି । ଏହି ପଦବୀ ପୂରଣ ପାଇଁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଆସନ୍ତା ମାର୍ଚ୍ଚ ୧୫  ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ୧୫ ସୁଦ୍ଧା ନୂଆ ଇସି ନିଯୁକ୍ତି ହୋଇପାରନ୍ତି । ନିୟମ ମୁତାବକ ନିର୍ବାଚନ ଆୟୋଗରେ ଜଣେ ମୁଖ୍ୟ ନିର୍ବାଚନ  କମିଶନର ଏବଂ ଦୁଇଜଣ ନିର୍ବାଚନ କମିଶନର ରହିବା କଥା ।  ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କୁ ଇସ୍ତଫା ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାର୍ଚ୍ଚ ୧୪-୧୫ରେ ତାରିଖ ଘୋଷଣା ହେବା ନେଇ ଆଶା କରାଯାଉଥିଲା । ଏବେ କୁହାଯାଉଛି, ୧୫ ତାରିଖରେ ବୈଠକ ବସି ଦୁଇ ନିର

ଘୁଞ୍ଚିପାରେ ନିର୍ବାଚନ ତାରିଖ ଘୋଷଣା; ମାର୍ଚ୍ଚ ୧୫ ସୁଦ୍ଧା ନୂଆ ଇସି ନିଯୁକ୍ତି

ନୂଆଦିଲ୍ଲୀ ୧୧/୦୩: ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ନୂଆ ନିର୍ବାଚନ କମିଶନର ନିଯୁକ୍ତି ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଦୁଇ ଇସିଙ୍କ ନାଁ ଘୋଷଣା ହେବ । ଯାହାଫଳରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ଘୁଞ୍ଚିପାରେ ବୋଲି କୁହାଯାଉଛି । ଏବେ କେବଳ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଛାଡ଼ି ବାକି ଦୁଇ ସାମ୍ବିଧାନିକ ପଦ ଖାଲି ପଡ଼ିଛି । ତେବେ ଦୁଇ ଇସିଙ୍କ ନିଯୁକ୍ତି ପରେ ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରାଯିବ ବୋଲି କୁହାଯାଉଛି । 

 

ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଅବସର ପରେ ଗୋଟିଏ ପଦବୀ ଖାଳି ଥିଲା ମାତ୍ର ଅଚାନକ ଇସି ଅରୁଣ ଗୋୟକଙ୍କ ଇସ୍ତଫା ପରେ ୨ଟି କମିଶନର ପଦ ଖାଲି ପଡ଼ିଛି । ଏହି ପଦବୀ ପୂରଣ ପାଇଁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଆସନ୍ତା ମାର୍ଚ୍ଚ ୧୫  ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ୧୫ ସୁଦ୍ଧା ନୂଆ ଇସି ନିଯୁକ୍ତି ହୋଇପାରନ୍ତି । ନିୟମ ମୁତାବକ ନିର୍ବାଚନ ଆୟୋଗରେ ଜଣେ ମୁଖ୍ୟ ନିର୍ବାଚନ  କମିଶନର ଏବଂ ଦୁଇଜଣ ନିର୍ବାଚନ କମିଶନର ରହିବା କଥା । 

 

ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କୁ ଇସ୍ତଫା ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାର୍ଚ୍ଚ ୧୪-୧୫ରେ ତାରିଖ ଘୋଷଣା ହେବା ନେଇ ଆଶା କରାଯାଉଥିଲା । ଏବେ କୁହାଯାଉଛି, ୧୫ ତାରିଖରେ ବୈଠକ ବସି ଦୁଇ ନିର୍ବାଚନ କମିଶନର ନିଯୁକ୍ତି ପରେ ହିଁ ତାରିଖ ଘୋଷଣା  ହୋଇପାରିବ । ନିର୍ବାଚନ କମିଶନର ନିଯୁକ୍ତି  ସଂକ୍ରାନ୍ତ ନିଷ୍ପତ୍ତି କମିଟିରେ ଲୋକସଭା ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ  ଜଣେ କେନ୍ଦ୍ରମନ୍ତ୍ରୀ ସଦସ୍ୟ ରହିଛନ୍ତି । ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଚଳିତବର୍ଷ ଫେବ୍ରୁଆରୀରେ ଅବସର  ନେଇଥିଲେ । ପରେ କମିଶନରେ ସିଇସି  ରାଜୀବ କୁମାର ଏବଂ ଇସି ଗୋୟଲ୍‌  ରହିଯାଇଥିଲେ । ଶନିବାର ଅଚାନକ ଗୋୟଲ୍‌  ଇସ୍ତଫା ଦେବା ପରେ ୩ ସଦସ୍ୟ ବିଶିଷ୍ଟ  ନିର୍ବାଚନ କମିଶନରେ କେବଳ ସିଇସି ରହିଯାଇଛନ୍ତି ।

ହତ୍ୟା ନା ଆତ୍ମହତ୍ୟା ? ବିଶ୍ୱବିଦ୍ୟାଳୟ ପରିସରରୁ ଅଧ୍ୟାପକ ଓ ଝିଅଙ୍କ ମୃତଦେବ ଠାବ

କୁହାଯାଉଛି, ଗୋୟଲ୍‌ ସିଇସି ହେବା ଦୌଡ଼ରେ ଥିଲେ । କାରଣ ବର୍ତ୍ତମାନର ସିଇସି ରାଜୀବ କୁମାର ୨୦୨୫  ଫେବ୍ରୁଆରୀରେ ଅବସର ନେବେ । ସୂଚନା ମୁତାବକ, ଅରୁଣ ଗୋୟଲ୍‌ ଏବଂ ସିଇସି ରାଜୀବ କୁମାରଙ୍କ ମଧ୍ୟରେ ଫାଇଲ୍‌କୁ ନେଇ ମତଭେଦ ଥିଲା । ତେବେ ବ୍ୟକ୍ତିଗତ  କାରଣ ଦର୍ଶାଇ ଗୋୟଲ୍‌ ଇସ୍ତଫା ଦେଇଛନ୍ତି ।  କୁହାଯାଉଛି ଯେ ରାଜୀବ କୁମାର ଏବଂ ଗୋୟଲ୍‌  ଲୋକସଭା ନିର୍ବାଚନ ପ୍ରସ୍ତୁତି ତଦାରଖ ଲାଗି ପଶ୍ଚିମବଙ୍ଗ ଯାଇଥିଲେ । ଏହାପରେ ପ୍ରସ୍ତୁତି  ବାବଦରେ ସୂଚନା ଦେବା ଲାଗି କୋଲକାତାରେ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବାକୁ  ଗୋୟଲ ମନା କରିଦେଇଥିଲେ ।