ଘୁଞ୍ଚିଲା ନିଟ୍ ଶୁଣାଣି, ଏହି ତାରିଖରେ ହେବ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ,୧୧ା୭: ସୁପ୍ରିମକୋର୍ଟରେ ଗୁରୁବାର ହେବାକୁ ଥିବା ନିଟ୍ ଶୁଣାଣି ସ୍ଥଗିତ ରଖାଯାଇଛି। ଜୁଲାଇ ୮ରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ଦ୍ୱାରା ଏହି ଶୁଣାଣି ହୋଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବାର ଥିଲା ମାତ୍ର ଏହି ଶୁଣାଣି ସ୍ଥଗିତ ରଖାଯାଇଛି। କହି ରଖୁଛୁ ସିବିଆଇ, ସରକାର ଏବଂ ଏନ୍ଟିଆଇ ସେମାନଙ୍କ ଉତ୍ତର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇ ନ ଥିବାରୁ ଏହି ଶୁଣାଣି ଘୁଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ର […] The post ଘୁଞ୍ଚିଲା ନିଟ୍ ଶୁଣାଣି, ଏହି ତାରିଖରେ ହେବ ପରବର୍ତ୍ତୀ ଶୁଣାଣି appeared first on Dharitri Odia News.
ନୂଆଦିଲ୍ଲୀ,୧୧ା୭: ସୁପ୍ରିମକୋର୍ଟରେ ଗୁରୁବାର ହେବାକୁ ଥିବା ନିଟ୍ ଶୁଣାଣି ସ୍ଥଗିତ ରଖାଯାଇଛି। ଜୁଲାଇ ୮ରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ଦ୍ୱାରା ଏହି ଶୁଣାଣି ହୋଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବାର ଥିଲା ମାତ୍ର ଏହି ଶୁଣାଣି ସ୍ଥଗିତ ରଖାଯାଇଛି। କହି ରଖୁଛୁ ସିବିଆଇ, ସରକାର ଏବଂ ଏନ୍ଟିଆଇ ସେମାନଙ୍କ ଉତ୍ତର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇ ନ ଥିବାରୁ ଏହି ଶୁଣାଣି ଘୁଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ର ଓ ନିଟ୍ ଦେଇଥିବା ସତ୍ୟପାଠକୁ ପ୍ରତିପକ୍ଷ ପାଇନାହାନ୍ତି। ତେଣୁ ଏହି ମାମଲା ଘୁଞ୍ଚିଛି।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହା ନିଟ୍ ପରୀକ୍ଷା ପୁନଃ ପରିଚାଳନା କରିବା ସପକ୍ଷରେ ନୁହେଁ। ସୁପ୍ରିମକୋର୍ଟରେ ଦିଆଯାଇଥିବା ଆଫିଡେଭିଟ୍ରେ କେନ୍ଦ୍ର ସରକାର କହିଛନ୍ତି ଯେ ‘ଯାଞ୍ଚ ହୋଇ ନ ଥିବା ଆଶଙ୍କା’ ଆଧାରରେ ୨୩ ଲକ୍ଷ ପ୍ରାର୍ଥୀଙ୍କ ଉପରେ ପୁନଃ ପରୀକ୍ଷଣର ଭାର ଲାଗୁ ହେବ ନାହିଁ।
ଏନ୍ଟିଏ ମଧ୍ୟ ଏହାର ଉତ୍ତର ସୁପ୍ରିମକୋର୍ଟରେ ଦାଖଲ କରିଛି। ପାଟନାରେ ହୋଇଥିବା ପେପର ଲିକ୍ ମାମଲାରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏନ୍ଟିଆଇ କହିଛି। ପୋଲିସ ସହିତ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି। ଏହା ବ୍ୟତୀତ, ଏନ୍ଟିଏ ମଧ୍ୟ ମେରିଟ ତାଲିକାରେ ୭୨୦ ମଧ୍ୟରୁ ୬୧ ଛାତ୍ର କିପରି ୭୨୦ ମାର୍କ ପାଇଲେ ସେ ସମ୍ବନ୍ଧରେ ଏକ ଉତ୍ତର ଦେଇଛି।
The post ଘୁଞ୍ଚିଲା ନିଟ୍ ଶୁଣାଣି, ଏହି ତାରିଖରେ ହେବ ପରବର୍ତ୍ତୀ ଶୁଣାଣି appeared first on Dharitri Odia News.