ବାଘ ଆକ୍ରମଣରେ ଗାଈର ମୃତ୍ୟୁ ସନ୍ଦେହ

ଲାଞ୍ଜିଗଡ଼,୨୮ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ କାନକୁଟରୁଠାରେ ରବିବାର ବାଘ ଆକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଗତ କିଛିଦିନ ହେଲା ଅଞ୍ଚଳରେ ଏକ ବାଘ ବୁଲୁଥିବା ଲୋକେ ଆଲୋଚନା କରୁଥିଲେ। ଏହାକୁ ନେଇ ଲୋକେ ଭୟରେ ଜଙ୍ଗଲକୁ ମଧ୍ୟ ଯାଉ ନ ଥିଲେ। ସୂଚନା ଅନୁସାରେ କାନକୁଟରୁ ଗାଁର ଋଷି ମାଝୀଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଖବର […] The post ବାଘ ଆକ୍ରମଣରେ ଗାଈର ମୃତ୍ୟୁ ସନ୍ଦେହ appeared first on Dharitri Odia News.

ବାଘ ଆକ୍ରମଣରେ ଗାଈର ମୃତ୍ୟୁ ସନ୍ଦେହ

ଲାଞ୍ଜିଗଡ଼,୨୮ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ କାନକୁଟରୁଠାରେ ରବିବାର ବାଘ ଆକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଗତ କିଛିଦିନ ହେଲା ଅଞ୍ଚଳରେ ଏକ ବାଘ ବୁଲୁଥିବା ଲୋକେ ଆଲୋଚନା କରୁଥିଲେ। ଏହାକୁ ନେଇ ଲୋକେ ଭୟରେ ଜଙ୍ଗଲକୁ ମଧ୍ୟ ଯାଉ ନ ଥିଲେ। ସୂଚନା ଅନୁସାରେ କାନକୁଟରୁ ଗାଁର ଋଷି ମାଝୀଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଖବର ପାଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଛୋଟ କଲରା ପତରିଆ ଚିତା ଆକ୍ରମଣରେ ଗାଈର ମୃତ୍ୟୁ ହୋଇଛି ବୋଲି ବନବିଭାଗ ସ୍ପଷ୍ଟ କରିଥିଲା। ଏ ନେଇ ବିଶ୍ୱନାଥପୁର ରେଞ୍ଜର ନରତ୍ତମ ମାଝୀଙ୍କୁ ପଚାରିବାରୁ ପ୍ରକୃତରେ ତାହା ବାଘ ନୁହେଁ କଲରାପତରିଆ ଚିତା ଅଟେ। ଆମ କର୍ମଚାରୀ ଘଟଣାସ୍ଥଳକୁ ଯାଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଗାଈ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପ୍ରକାଶ କରିଥିଲେ।

 

The post ବାଘ ଆକ୍ରମଣରେ ଗାଈର ମୃତ୍ୟୁ ସନ୍ଦେହ appeared first on Dharitri Odia News.