ଦିଗପହଣ୍ଡିରେ ଶ୍ରୀ ଶ୍ରୀ ବଡ ମା’ଙ୍କ ଜନ୍ମ ମହୋତ୍ସବ ଅନୁଷ୍ଠିତ
ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ପରମ ପ୍ରେମମୟ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ସହଧର୍ମଣି ଶ୍ରୀ ଶ୍ରୀ ବଡ ମା’ଙ୍କ ୧୩୨ ତମ ଜନ୍ମ ମହୋତ୍ସବ ବୁଧବାର ଦିଗପହଣ୍ଡି ସତସଙ୍ଗ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ସହ ପ୍ରତିଋତ୍ୱିକ ବୃନ୍ଦାବନ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଧର୍ମସଭାରେ ବାଲେଶ୍ବର ଜିଲାରୁ ଆସିଥିବା ସହ ପ୍ରତିଋତ୍ୱିକ ଅଭିନ୍ନ କୁମାର ପଟ୍ଟନାୟକ, ଯାଜକ କର୍ମୀ ରୋହିତ ସାମଲ, ଅଜିତ ସୁବୁଦ୍ଧି, ପ୍ରହ୍ଲାଦ ପ୍ରଧାନ, ପ୍ରଶାନ୍ତ ପାତ୍ର, କାଳୁ ମହାରଣା, ଇ. ଚେନେୟା, ନାରାୟଣ ବେହେରା […] The post ଦିଗପହଣ୍ଡିରେ ଶ୍ରୀ ଶ୍ରୀ ବଡ ମା’ଙ୍କ ଜନ୍ମ ମହୋତ୍ସବ ଅନୁଷ୍ଠିତ appeared first on Dharitri Odia News.
ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ପରମ ପ୍ରେମମୟ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ସହଧର୍ମଣି ଶ୍ରୀ ଶ୍ରୀ ବଡ ମା’ଙ୍କ ୧୩୨ ତମ ଜନ୍ମ ମହୋତ୍ସବ ବୁଧବାର ଦିଗପହଣ୍ଡି ସତସଙ୍ଗ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ସହ ପ୍ରତିଋତ୍ୱିକ ବୃନ୍ଦାବନ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଧର୍ମସଭାରେ ବାଲେଶ୍ବର ଜିଲାରୁ ଆସିଥିବା ସହ ପ୍ରତିଋତ୍ୱିକ ଅଭିନ୍ନ କୁମାର ପଟ୍ଟନାୟକ, ଯାଜକ କର୍ମୀ ରୋହିତ ସାମଲ, ଅଜିତ ସୁବୁଦ୍ଧି, ପ୍ରହ୍ଲାଦ ପ୍ରଧାନ, ପ୍ରଶାନ୍ତ ପାତ୍ର, କାଳୁ ମହାରଣା, ଇ. ଚେନେୟା, ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ଓ ବଡ ମା’ଙ୍କ ଦିବ୍ୟ ଜୀବନ ଧାରା ଉପରେ ଅମୃତ ବାଣୀ ପ୍ରଦାନ କରିଥିଲେ। ଅପରାହ୍ନରେ ବିଜୟଲକ୍ଷ୍ମୀଙ୍କ ପୌରହିତ୍ୟରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଗୋଲକ ରଥ, ବି. ଦାଶରଥି, ବାବୁ ରେଡ୍ଡି, କ୍ରିଷ୍ଣା ରାଓ, ରାମହରି ଗୌଡ, ରବି ନାରାୟଣ ରଣା, ଯୁଧିଷ୍ଠିର ସ୍ବାଇଁ, ପ୍ରକାଶ ପାଣିଗ୍ରାହୀ, ହରିକୃଷ୍ଣ ପାତ୍ର, କୁରେଶୁ ଡାକୁଆ, ରମେଶ ବେହେରା, ଦେବରାଜ ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
The post ଦିଗପହଣ୍ଡିରେ ଶ୍ରୀ ଶ୍ରୀ ବଡ ମା’ଙ୍କ ଜନ୍ମ ମହୋତ୍ସବ ଅନୁଷ୍ଠିତ appeared first on Dharitri Odia News.