ଯାଜପୁରରେ ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ: ବିଲରେ କାମ କରୁଥିବା ବେଳେ ଘଟିଲା ଦୁର୍ଘଟଣା

ଯାଜପୁର,୧୩ା୭: ଯାଜପୁର ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତର ବଳଭଦ୍ରପୁର ଗାଁରେ ବଜ୍ରପାତ ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭାଗିରଥି ନାୟକ (୬୩)। ସୂଚନା ଅନୁଯାୟୀ, ଆଜି ଭାଗିରଥି ନିଜ ବିଲରେ କାମ କରୁଥିବା ବେଳେ ହଠାତ୍ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତର ଶିକାର ହୋଇ ଭାଗିରଥି ବିଲରେ ଟଳି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ, […] The post ଯାଜପୁରରେ ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ: ବିଲରେ କାମ କରୁଥିବା ବେଳେ ଘଟିଲା ଦୁର୍ଘଟଣା appeared first on Dharitri Odia News.

ଯାଜପୁରରେ ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ: ବିଲରେ କାମ କରୁଥିବା ବେଳେ ଘଟିଲା ଦୁର୍ଘଟଣା

ଯାଜପୁର,୧୩ା୭: ଯାଜପୁର ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତର ବଳଭଦ୍ରପୁର ଗାଁରେ ବଜ୍ରପାତ ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭାଗିରଥି ନାୟକ (୬୩)।

ସୂଚନା ଅନୁଯାୟୀ, ଆଜି ଭାଗିରଥି ନିଜ ବିଲରେ କାମ କରୁଥିବା ବେଳେ ହଠାତ୍ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତର ଶିକାର ହୋଇ ଭାଗିରଥି ବିଲରେ ଟଳି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଦୁଃଖଦ ଘଟଣା ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ ଜାରି ହୋଇଥିବାରୁ ସାଧାରଣ ଜନତାଙ୍କୁ ଖୋଲା ଜାଗା ଓ ବିଲ ପାଖରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

The post ଯାଜପୁରରେ ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ: ବିଲରେ କାମ କରୁଥିବା ବେଳେ ଘଟିଲା ଦୁର୍ଘଟଣା appeared first on Dharitri Odia News.