ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର
ଶିମ୍ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର ହୋଇଛି। କୋର୍ଟ ଆହୁରି ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟସୀମା ବୃଦ୍ଧି କରିବା ଲାଗି ବିଏଫ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି, ଫଳରେ ଅନୁରାଗ ପ୍ରାର୍ଥତ୍ପତ୍ର ଦାଖଲ କରିପାରିବେ। ଅନୁରାଗ ହେଉଛନ୍ତି ହାମିରପୁର ଲୋକ ସଭା ନିର୍ବାଚନମଣ୍ଡଳୀର ଜଣେ ଏମ୍ପି। ଗତ ମାର୍ଚ୍ଚ ୭ରେ ବିଏଫ୍ଆଇ ସଭାପତି ଅଜୟ ସିଂ ଏକ […] The post ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର appeared first on Dharitri Odia News.
ଶିମ୍ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର ହୋଇଛି। କୋର୍ଟ ଆହୁରି ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟସୀମା ବୃଦ୍ଧି କରିବା ଲାଗି ବିଏଫ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି, ଫଳରେ ଅନୁରାଗ ପ୍ରାର୍ଥତ୍ପତ୍ର ଦାଖଲ କରିପାରିବେ।
ଅନୁରାଗ ହେଉଛନ୍ତି ହାମିରପୁର ଲୋକ ସଭା ନିର୍ବାଚନମଣ୍ଡଳୀର ଜଣେ ଏମ୍ପି। ଗତ ମାର୍ଚ୍ଚ ୭ରେ ବିଏଫ୍ଆଇ ସଭାପତି ଅଜୟ ସିଂ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। କେବଳ ନିର୍ବାଚିତ ସଦସ୍ୟମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ସେ ଏଥିରେ ଉଲ୍ଲେଖ କରିଥିଲେ, ଫଳରେ ଅନୁରାଗ ନିର୍ବାଚନରେ ଭାଗ ନେବା ଲାଗି ଅଯୋଗ୍ୟ ବିବେଚିତ ହୋଇଥିଲେ।
ଅନୁରାଗ ହିମାଚଳ ପ୍ରଦେଶ ବକ୍ସିଂ ଆସୋସିଏଶନରୁ ଇଲେକ୍ଟୋରାଲ କଲେଜରେ ପ୍ରତିନିଧିତ୍ୱ କରିବାକୁ ଚାହିଁଥିଲେ। ମାତ୍ର ତାଙ୍କୁ ନିର୍ବାଚିତ ସଦସ୍ୟ ରୂପେ ବିବେଚନା କରାଗଲା ନାହିଁ। ମାର୍ଚ୍ଚ ୧୩ରେ ରିଟର୍ନିଂ ଅଫିସର ଆର.କେ. ଗୌବାଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିବା ଇଲେକ୍ଟୋରାଲ କଲେଜରୁ ଠାକୁରଙ୍କ ନାମ ବାଦ ଦିଆଯିବା ଆଇନଗତ ଦୃଷ୍ଟିରୁ ଏହା ସ୍ଥାୟୀ ନୁହେଁ ବୋଲି ଜଷ୍ଟିସ ଅଜୟ ମୋହନ ଗୋଏଲ୍ ଗୁରୁବାର ତାଙ୍କ ରାୟରେ ପ୍ରକାଶ କରିଛନ୍ତି।
The post ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର appeared first on Dharitri Odia News.