ଜନ ଔଷଧୀ ନାମରେ ନକଲି ଔଷଧ ବିକ୍ରି ନିଷେଧ
ଭୁବନେଶ୍ୱର,୧୭ା୧୦ (ଅନୁରାଧା ମହାରଣା): ମଧ୍ୟପ୍ରଦେଶର ଭୋପାଳରେ ଜନ ଔଷଧୀ ସଂଘ ନାମରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା କେନ୍ଦ୍ର ଫାର୍ମାସ୍ୟୁଟିକାଲ୍ସ ବିଭାଗ ଅଧୀନ ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆ(ପିଏମ୍ବିଆଇ) ଟ୍ରେଡ୍ ମାର୍କ ବ୍ୟବହାରକରି ନକଲି ଔଷଧ ବିକ୍ରି କରୁଥିଲା। ନିୟମ ଉଲ୍ଲଂଘନକାରୀ ଏବଂ ଏହାର ମାଲିକ ଏବଂ ସହଭାଗୀ ଏହି ଟ୍ରେଡ୍ ମାର୍କ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ। ଜନ ଔଷଧୀ କେନ୍ଦ୍ର ମାଧ୍ୟମରେ ଗ୍ରାହକମାନେ ସୁଲଭ ମୂଲ୍ୟରେ […] The post ଜନ ଔଷଧୀ ନାମରେ ନକଲି ଔଷଧ ବିକ୍ରି ନିଷେଧ appeared first on Dharitri Odia News.
ଭୁବନେଶ୍ୱର,୧୭ା୧୦ (ଅନୁରାଧା ମହାରଣା): ମଧ୍ୟପ୍ରଦେଶର ଭୋପାଳରେ ଜନ ଔଷଧୀ ସଂଘ ନାମରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା କେନ୍ଦ୍ର ଫାର୍ମାସ୍ୟୁଟିକାଲ୍ସ ବିଭାଗ ଅଧୀନ ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆ(ପିଏମ୍ବିଆଇ) ଟ୍ରେଡ୍ ମାର୍କ ବ୍ୟବହାରକରି ନକଲି ଔଷଧ ବିକ୍ରି କରୁଥିଲା। ନିୟମ ଉଲ୍ଲଂଘନକାରୀ ଏବଂ ଏହାର ମାଲିକ ଏବଂ ସହଭାଗୀ ଏହି ଟ୍ରେଡ୍ ମାର୍କ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ। ଜନ ଔଷଧୀ କେନ୍ଦ୍ର ମାଧ୍ୟମରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ଗୁଣବତ୍ତାପୂର୍ଣ୍ଣ ଉତ୍ପାଦ ପାଇପାଇପାରୁଥିବା ବେଳେ କୋର୍ଟଙ୍କ ନିଷ୍ପତ୍ତି ଏହି ବ୍ରାଣ୍ଡ୍କୁ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ପିଏମ୍ବିଆଇ ଟ୍ରେଡ୍ ମାର୍କ ନାମରେ ବିକ୍ରି କରାଯାଉଥିବା ସମସ୍ତ ସାମଗ୍ରୀକୁ ନଷ୍ଟ କରିବା ପାଇଁ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବାବେଳେ ପିଏମ୍ବିଆଇ ସପକ୍ଷରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସବୁ ବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଜେନେରିକ୍ ମେଡିସିନ୍ ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହାର ନେଟ୍ୱର୍କ ଜରିଆରେ ୧୩,୮୦୦ ଜନ ଔଷଧୀ କେନ୍ଦ୍ର ମାଧ୍ୟମରେ ସୁଲଭ ଏବଂ ଗୁଣାତ୍ମକ ଔଷଧ ଯୋଗାଣ କରାଯାଉଛି। ଏହି ରିଟେଲ ଦୋକାନରୁ ଔଷଧ କିଣିବା ସମୟରେ ଲୋକମାନେ ଔଷଧ ମୂଲ୍ୟରେ ୫୦% ରୁ ୯୦% ସଞ୍ଚୟ କରନ୍ତି। ଗତ କିଛି ବର୍ଷ ମଧ୍ୟରେ ଜନ ଔଷଧୀ ଦେଶର ସବୁଠାରୁ ବଡ଼ ରିଟେଲ ଫାର୍ମାସି ଚେନ୍ ପାଲଟିଛି। ମାତ୍ର ଏହାର ନାମରେ କେତେକ ସ୍ଥାନରେ ନକଲି ଔଷଧ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ଆସୁଛି।
The post ଜନ ଔଷଧୀ ନାମରେ ନକଲି ଔଷଧ ବିକ୍ରି ନିଷେଧ appeared first on Dharitri Odia News.