ଶିକ୍ଷାର ବିକାଶ ହେବା ଜରୁରୀ
ଅମରପାଲି, ୧୮।୯(ପୀତାମ୍ବର ସାହୁ):ସାମ୍ପ୍ରତିକ ବିଶ୍ବର ଶିକ୍ଷା ବ୍ୟବସ୍ଥା ସହ ତାଳଦେଇ ଚାଲିବାକୁ ହେଲେ ଦେଶର ଶିକ୍ଷାର ସ୍ତରକୁ ବିଶ୍ବସ୍ତରୀୟ କରିବାକୁ ହେବ। ଏଥିପାଇଁ ଏକ ଭଲ ଶିକ୍ଷାନୀତିର ଆବଶ୍ୟକତା ରହିଛି। ଏହି ଆବଶ୍ୟକୀୟ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୧୯୮୬ ମସିହାରେ କାର୍ଯ୍ୟକାରୀ ହୋଇଥିବା ପୂର୍ବ ଶିକ୍ଷାନୀତିର ୩୪ ବର୍ଷପରେ ଜାତୀୟ ଶିକ୍ଷାନୀତି ୨୦୨୦ ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହାକି ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଧାରିତ। ପୂର୍ଣ୍ଣାଙ୍ଗ ମାନବ ସାମର୍ଥ୍ୟ ବିକାଶ ପାଇଁ ସାମଗ୍ରିକ ଶିକ୍ଷା […] The post ଶିକ୍ଷାର ବିକାଶ ହେବା ଜରୁରୀ appeared first on Dharitri Odia News.
ଅମରପାଲି, ୧୮।୯(ପୀତାମ୍ବର ସାହୁ):ସାମ୍ପ୍ରତିକ ବିଶ୍ବର ଶିକ୍ଷା ବ୍ୟବସ୍ଥା ସହ ତାଳଦେଇ ଚାଲିବାକୁ ହେଲେ ଦେଶର ଶିକ୍ଷାର ସ୍ତରକୁ ବିଶ୍ବସ୍ତରୀୟ କରିବାକୁ ହେବ। ଏଥିପାଇଁ ଏକ ଭଲ ଶିକ୍ଷାନୀତିର ଆବଶ୍ୟକତା ରହିଛି। ଏହି ଆବଶ୍ୟକୀୟ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୧୯୮୬ ମସିହାରେ କାର୍ଯ୍ୟକାରୀ ହୋଇଥିବା ପୂର୍ବ ଶିକ୍ଷାନୀତିର ୩୪ ବର୍ଷପରେ ଜାତୀୟ ଶିକ୍ଷାନୀତି ୨୦୨୦ ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହାକି ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଧାରିତ। ପୂର୍ଣ୍ଣାଙ୍ଗ ମାନବ ସାମର୍ଥ୍ୟ ବିକାଶ ପାଇଁ ସାମଗ୍ରିକ ଶିକ୍ଷା ସହ ବହୁମୁଖୀ ଶିକ୍ଷାର ଆବଶ୍ୟକତା ରହିଛି । ସମାନ ଏବଂ ଅନ୍ତର୍ଭୂକ୍ତ ଶିକ୍ଷା ଦେଶରେ ଶିକ୍ଷାର ବିକାଶ ପାଇଁ ଜରୁରୀ ଯାହାକୁ ଜୀତୀୟ ଶିକ୍ଷାନୀତି ୨୦୨୦ରେ ସୁପାରିଶ କରାଯାଇଛି ।
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜର ଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟାନ୍ବୟନ ସମସ୍ୟା ଏବଂ ଆହ୍ବାନ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ନିମନ୍ତ୍ରିତ ଅତିଥିମାନେ ଉପରୋକ୍ତ ମତପ୍ରକାଶ କରିଛନ୍ତି।
କଲେଜର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଲେଜର ପରିଚାଳନା କମିଟିର ସଭାପତି ସ୍ବୟଂମ୍ଭୁନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବେରେ ଯୋଗଦେଇଥିବା ବେଳେ ବିନିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ।ସେହିପରି ସମ୍ମାନିତ ଅତିଥି ଭାବରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଜୟ କୁମାର ପ୍ରଧାନ, ଡ. ଶିଶିର ବଣିଆଁ, ଅଧ୍ୟାପିକା ହରପ୍ରିୟା ମହାପାତ୍ର, ସୀମାରାଣୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।
ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମମିତା ମେହେର, ପ୍ରିୟା ମେହେର, ବବିତା ଅମାତ, କାର୍ତ୍ତିକ ପଧାନ ପ୍ରମୁଖ ବିଷୟ ଭିତ୍ତିକ ପ୍ରବନ୍ଧ ପାଠ କରିଥିଲେ। ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ଇପସିତା ସାହୁ, ରୁଦ୍ର ପ୍ରତାପ ଥନାପତି, ପୂଜାରାଣୀ ମିଶ୍ର, ରିତୁ ପଧାନ, ମିଲି ମେହେର, ବନିସନ ବେହେରା, ଆଶୁତୋଷ ପଧାନ ପ୍ରମୁଖ ଉକ୍ତ ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ଝରଣା ମେହେର ଓ ପ୍ରାଚୀ ପ୍ରିୟଦର୍ଶନୀ ପାତ୍ର ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ହରପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶିକ୍ଷାବିଭାଗ ତରଫରୁ ଅଧ୍ୟାପିକା ସୀମାରାଣୀ ବେହେରାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା।
The post ଶିକ୍ଷାର ବିକାଶ ହେବା ଜରୁରୀ appeared first on Dharitri Odia News.