ମା’ ହେବାକୁ ଯାଉଛନ୍ତି କଟ୍ରିନା !
ବମ୍ବେ: ଗର୍ଭବତୀ ଅଛନ୍ତି ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ୍। ଖୁବ୍ଶୀଘ୍ର ଅଭିନେତା ବିକ୍କି କୌଶଲ ବାପା ହେବେ। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର ଧରିଛି। ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେବାର ଭିଡିଓ ଭାଇରାଲ ହେବା ପରେ କଟ୍ରିନା ମା’ ହେବାକୁ ଯାଉଥିବା କୁହାଯାଉଛି। କଟ୍ରିନା ସ୍ବାମୀ ବିକ୍କିଙ୍କ ସହ ଉତ୍ସବରେ ସାମିଲ ହୋଇଥିଲେ। ଲାଲ ରଙ୍ଗର ସାଧାରଣ ଶାଢ଼ିରେ ସେ ବେଶ ସୁନ୍ଦର […] The post ମା’ ହେବାକୁ ଯାଉଛନ୍ତି କଟ୍ରିନା ! appeared first on Dharitri Odia News.
ବମ୍ବେ: ଗର୍ଭବତୀ ଅଛନ୍ତି ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ୍। ଖୁବ୍ଶୀଘ୍ର ଅଭିନେତା ବିକ୍କି କୌଶଲ ବାପା ହେବେ। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର ଧରିଛି। ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେବାର ଭିଡିଓ ଭାଇରାଲ ହେବା ପରେ କଟ୍ରିନା ମା’ ହେବାକୁ ଯାଉଥିବା କୁହାଯାଉଛି।
କଟ୍ରିନା ସ୍ବାମୀ ବିକ୍କିଙ୍କ ସହ ଉତ୍ସବରେ ସାମିଲ ହୋଇଥିଲେ। ଲାଲ ରଙ୍ଗର ସାଧାରଣ ଶାଢ଼ିରେ ସେ ବେଶ ସୁନ୍ଦର ଲାଗୁଥିଲେ। ହୀରାର ହାର ତାଙ୍କ ଲୁକ୍କୁ ଦ୍ୱିଗୁଣିତ କରିଥିଲା। ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କଟ୍ରିନାଙ୍କ ବେବି ବମ୍ପ।
ଦୁହିଁଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି। କଟ୍ରିନା ନିହାତି ଭାବେ ଗର୍ଭବତୀ ଅଛନ୍ତି। ତାଙ୍କ ମୁହଁରେ ଥିବା ଗ୍ଲୋ ସବୁକିଛି କହୁଛି। ଏବେ ବେବି ବମ୍ପ ମଧ୍ୟ ନଜର ଆସିଲାଣି ବୋଲି ଅନେକେ କହୁଛନ୍ତି।
ବିକ୍କି ଆଉ କଟ୍ରିନା ଏଯାବତ ଏନେଇ ମୁହଁ ଖୋଲି ନାହାନ୍ତି। ତେବେ ଦୁହେଁ ୨୦୨୧ରେ ବିବାହ କରିଥିଲେ। ଏହାପରଠାରୁ ଅନେକ ଥର ସେ ଗର୍ଭବତୀ ଥିବାର ଖବର ଚର୍ଚ୍ଚାକୁ ଆସୁଛି। ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।
The post ମା’ ହେବାକୁ ଯାଉଛନ୍ତି କଟ୍ରିନା ! appeared first on Dharitri Odia News.