ଘୁଞ୍ଚିଲା ବିଜୁଳି ସଂଯୋଗ ଟାର୍ଗେଟ: ୨୦୨୪ ବଦଳରେ ୨୦୨୫ ଡେଡଲାଇନ
କନକ ବ୍ୟୁରୋ: ଘୁଞ୍ଚି ଘୁଞ୍ଚି ଯାଉଛି ବିଜୁଳି ସଂଯୋଗ ଟାର୍ଗେଟ୍। ପୂର୍ବରୁ ୨୦୨୪ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ପ୍ରତି ଲୋକଙ୍କ ଘରେ ବିଜୁଳି ପହଞ୍ଚିବ ବୋଲି ଶକ୍ତି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ଆଜି ପୁଣିଥରେ ନୂଆ ଡେଡଲାଇନ୍ ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୫ ସୁଦ୍ଧା ସବୁ ରାଜସ୍ବ ଗାଁରେ ହେବ ବିଜୁଳି ସଂଯୋଗ। ୨୦୨୫ ମସିହା ସୁଦ୍ଧା ଓଡ଼ିଶାର ସମସ୍ତ ରାଜସ୍ବ ଗାଁରେ ପହଞ୍ଚିବ ବିଜୁଳି। ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବିଧାନସଭାରେ ଏହି ନୂଆ ଡେଡଲାଇନ୍ ଦେଇଛନ୍ତି। ତେଲକୋଇ ବିଧାୟକ ଫକୀର ନାୟକ ଓ ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ଏହି ଲକ୍ଷ୍ୟ ଧାର୍ୟ୍ୟ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। ଅପହଞ୍ଚ ଅଞ୍ଚଳରେ କେବେ ସୁଦ୍ଧା ହେବ ବିଦ୍ୟୁତ୍ ସଂଯୋଗ ? ଓରେଡ଼ା ଦାୟିତ୍ବରେ ଥିବା ଜିଲ୍ଲାସ୍ତରୀୟ କମିଟି କାହିଁକି ନିୟମିତ ବସୁନି ? ଏ ସମ୍ପର୍କରେ ମଧ୍ୟ ପ୍ରଶ୍ନ ପଚାରିଥିଲେ ବିଜେଡି ବିଧାୟକ। ଜବାବରେ କନକ ବର୍ଦ୍ଧନ ପୂର୍ବ ସରକାରକୁ ଟାର୍ଗେଟ କରିଥିଲେ। ୨୪ ବର୍ଷ ଆପଣ ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। ଏଣିକି ନିୟମିତ କମିଟି ବୈଠକ ବସିବ ବୋଲି କେଭି ଆଶ୍ବାସନା ଦେଇଛନ୍ତି। ଏବର୍ଷ ସେପ୍ଟେମ୍ବର ସୁଦ୍ଧା ପ୍ରତି ଘରେ ବିଜୁଳି ପହଞ୍ଚିବ ବୋଲି ପୂର୍ବରୁ ଗୃହରେ ଉତ୍ତର ରଖିଥିଲେ ଖୋଦ୍ ମନ୍ତ୍ରୀ । କିନ୍ତୁ ଏବେ ପୁଣିଥରେ ନୂଆ ଟାର୍ଗେଟ ଦେଇଛନ୍ତି।

କନକ ବ୍ୟୁରୋ: ଘୁଞ୍ଚି ଘୁଞ୍ଚି ଯାଉଛି ବିଜୁଳି ସଂଯୋଗ ଟାର୍ଗେଟ୍। ପୂର୍ବରୁ ୨୦୨୪ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ପ୍ରତି ଲୋକଙ୍କ ଘରେ ବିଜୁଳି ପହଞ୍ଚିବ ବୋଲି ଶକ୍ତି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ଆଜି ପୁଣିଥରେ ନୂଆ ଡେଡଲାଇନ୍ ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୫ ସୁଦ୍ଧା ସବୁ ରାଜସ୍ବ ଗାଁରେ ହେବ ବିଜୁଳି ସଂଯୋଗ।
୨୦୨୫ ମସିହା ସୁଦ୍ଧା ଓଡ଼ିଶାର ସମସ୍ତ ରାଜସ୍ବ ଗାଁରେ ପହଞ୍ଚିବ ବିଜୁଳି। ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବିଧାନସଭାରେ ଏହି ନୂଆ ଡେଡଲାଇନ୍ ଦେଇଛନ୍ତି। ତେଲକୋଇ ବିଧାୟକ ଫକୀର ନାୟକ ଓ ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ଏହି ଲକ୍ଷ୍ୟ ଧାର୍ୟ୍ୟ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।
ଅପହଞ୍ଚ ଅଞ୍ଚଳରେ କେବେ ସୁଦ୍ଧା ହେବ ବିଦ୍ୟୁତ୍ ସଂଯୋଗ ? ଓରେଡ଼ା ଦାୟିତ୍ବରେ ଥିବା ଜିଲ୍ଲାସ୍ତରୀୟ କମିଟି କାହିଁକି ନିୟମିତ ବସୁନି ? ଏ ସମ୍ପର୍କରେ ମଧ୍ୟ ପ୍ରଶ୍ନ ପଚାରିଥିଲେ ବିଜେଡି ବିଧାୟକ। ଜବାବରେ କନକ ବର୍ଦ୍ଧନ ପୂର୍ବ ସରକାରକୁ ଟାର୍ଗେଟ କରିଥିଲେ। ୨୪ ବର୍ଷ ଆପଣ ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। ଏଣିକି ନିୟମିତ କମିଟି ବୈଠକ ବସିବ ବୋଲି କେଭି ଆଶ୍ବାସନା ଦେଇଛନ୍ତି।
ଏବର୍ଷ ସେପ୍ଟେମ୍ବର ସୁଦ୍ଧା ପ୍ରତି ଘରେ ବିଜୁଳି ପହଞ୍ଚିବ ବୋଲି ପୂର୍ବରୁ ଗୃହରେ ଉତ୍ତର ରଖିଥିଲେ ଖୋଦ୍ ମନ୍ତ୍ରୀ । କିନ୍ତୁ ଏବେ ପୁଣିଥରେ ନୂଆ ଟାର୍ଗେଟ ଦେଇଛନ୍ତି। ଯାହା ଚର୍ଚ୍ଚାର ବିଷୟ ହୋଇଛି।