ଘୁମୁରା ଉତ୍ସବ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି: ଏଥର ହେବ ଆକର୍ଷଣୀୟ
ଥୁଆମୂଳ ରାମପୁର,୧୯ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲ୍ଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାରର କୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ହୁଏ ଏହି କଳାହାଣ୍ଡି ଉତ୍ସବ‘ଘୁମୁରା’l ଏଣୁ ଏହାର ପ୍ରଚାର ପ୍ରସାର ଏବଂ କେମିତି ଉତ୍ସବ ଆୟୋଜନ କରାଯିବା ସେନେଇ ଥୁଆମୂଳ ରାମପୁର ସମିତି ସଭାଗୃହଠାରେ ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରସ୍ତୁତି ବୈଠକରେ ଚଳିତ କଳାହାଣ୍ଡି […] The post ଘୁମୁରା ଉତ୍ସବ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି: ଏଥର ହେବ ଆକର୍ଷଣୀୟ appeared first on Dharitri Odia News.
ଥୁଆମୂଳ ରାମପୁର,୧୯ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲ୍ଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାରର କୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ହୁଏ ଏହି କଳାହାଣ୍ଡି ଉତ୍ସବ‘ଘୁମୁରା’l ଏଣୁ ଏହାର ପ୍ରଚାର ପ୍ରସାର ଏବଂ କେମିତି ଉତ୍ସବ ଆୟୋଜନ କରାଯିବା ସେନେଇ ଥୁଆମୂଳ ରାମପୁର ସମିତି ସଭାଗୃହଠାରେ ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
ପ୍ରସ୍ତୁତି ବୈଠକରେ ଚଳିତ କଳାହାଣ୍ଡି ଉତ୍ସବ କିଭଳି ଅଧିକ ଆକର୍ଷଣୀୟ ହେବ ସେ ବିଷୟରେ ଆଲୋଚନା କରାଯାଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଓ ବ୍ଲକ ଅଧକ୍ଷ ମାଝୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଆସନ୍ତା ଜାନୁଆରୀ ୭ ଓ ୮ ତାରିଖରେ ବ୍ଲକ ସଦର ବାବା ଖଣ୍ଡୁଆଳ ଖେଳ ପଡିଆଠାରେ ଉତ୍ସବ ଅନୁଷ୍ଠିତ ହେବ। ସେହିପରି ଚଳିତ ମାସ ୨୨ଠାରୁ ଜାନୁଆରୀ ୪ ତାରିଖ ଭିତରେ ବ୍ଲକର ୨୪ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଉତ୍ସବ ପାଳନ କରାଯିବ। ଏହାର ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ମାଣିକ୍ୟ ଚନ୍ଦ୍ର ନାଏକ, ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବ୍ଲକ ଉପାଧ୍ୟକ୍ଷ ଜୟନ୍ତୀ ମାଝୀ, ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହେମନ୍ତ ପଣ୍ଡା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ, ଖବରଦାତା ବଳଭଦ୍ର ବାଗ, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
The post ଘୁମୁରା ଉତ୍ସବ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି: ଏଥର ହେବ ଆକର୍ଷଣୀୟ appeared first on Dharitri Odia News.