ଘୋଷଣା ହେଲା ବର୍ଷା ସାହିତ୍ୟ ସମ୍ମାନ-୨୦୨୪; ଅଲେଖ ବେହେରାଙ୍କୁ ବର୍ଷା କଥା ସମ୍ମାନ

‘ବର୍ଷା ପବ୍ଲିକେସନ୍’ ପକ୍ଷରୁ ଦ୍ୱିତୀୟ ବର୍ଷା ସମ୍ମାନ-୨୦୨୪ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ମାସ ୨୦ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ବର୍ଷା ଉତ୍ସବରେ ଏହା ପ୍ରଦାନ କରାଯିବ।

ଘୋଷଣା ହେଲା ବର୍ଷା ସାହିତ୍ୟ ସମ୍ମାନ-୨୦୨୪; ଅଲେଖ ବେହେରାଙ୍କୁ ବର୍ଷା କଥା ସମ୍ମାନ

ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା, ‘ବର୍ଷା ପବ୍ଲିକେସନ୍’ ପକ୍ଷରୁ ଦ୍ୱିତୀୟ ବର୍ଷା ସମ୍ମାନ-୨୦୨୪ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ମାସ ୨୦ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ବର୍ଷା ଉତ୍ସବରେ ଏହା ପ୍ରଦାନ କରାଯିବ।

‘ବର୍ଷା ପବ୍ଲିକେସନ୍’, ସବୁବେଳେ ଗୁଣାତ୍ମକ ମାନ ଥିବା ବହିର ସମ୍ମାନ କରିବା ସହିତ ଏହାର ପ୍ରକାଶ, ପ୍ରଚାର, ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। କଳାକାରଙ୍କ ଅପେକ୍ଷା କଳାକୁ ବା ସେମାନଙ୍କ କଳାତ୍ମକ କୃତିକୁ ଅଧିକ ସମ୍ମାନ ଦେବାରେ ବିଶ୍ୱାସ ରଖେ ‘ବର୍ଷା ପବ୍ଲିକେସନ୍’।

Announced Barsha Literature Award 2024‘ବର୍ଷା କଥା ସମ୍ମାନ-୨୦୨୪’ ପାଇଁ କଥାକାର ଅଲେଖ ବେହେରାଙ୍କ ଗଳ୍ପ ପୁସ୍ତକ ‘ଦୀନାଭାଇ ଶୁଣୁଛ!’

ସେହି କ୍ରମରେ ଚଳିତ ବର୍ଷର ଯେଉଁ ତିନୋଟି ପୁସ୍ତକକୁ ସମ୍ମାନୀତ କରାଯିବ, ସେଗୁଡ଼ିକ ହେଲା ଯଥାକ୍ରମେ; ‘ବର୍ଷା କଥା ସମ୍ମାନ-୨୦୨୪’ ପାଇଁ କଥାକାର ଅଲେଖ ବେହେରାଙ୍କ ଗଳ୍ପ ପୁସ୍ତକ ‘ଦୀନାଭାଇ ଶୁଣୁଛ!’, ବର୍ଷା କବିତା ସମ୍ମାନ ପାଇଁ କବି କେଦାର ମିଶ୍ରଙ୍କ କବିତା ପୁସ୍ତକ ‘ନଈ ପରି ମୁଁ ବୋହି ଯାଉଥାଏ’ ଏବଂ ବର୍ଷା ଉନ୍ମେଷ ସମ୍ମାନ ପାଇଁ ଯୁବ କଥାକାର ଭାନୁଶଙ୍କର ମହାନ୍ତିଙ୍କ ଗଳ୍ପ ପୁସ୍ତକ ‘ଦେଖି ନଥିବା ଘରପୋଡ଼ିର ଦୃଶ୍ୟ’କୁ ନିର୍ବାଚିତ କରାଯାଇଛି ।

Announced Barsha Literature Award 2024 ବର୍ଷା କବିତା ସମ୍ମାନ ପାଇଁ କବି କେଦାର ମିଶ୍ରଙ୍କ କବିତା ପୁସ୍ତକ ‘ନଈ ପରି ମୁଁ ବୋହି ଯାଉଥାଏ’

ଆଗାମୀ ଅକ୍ଟୋବର ମାସ ୨୦ ତାରିଖ ଦିନ ଗୀତଗୋବିନ୍ଦ ସଦନରେ ହେବାକୁ ଥିବା ଏକଦିନବ୍ୟାପୀ କାର୍ଯ୍ୟକ୍ରମ ‘ବର୍ଷା ଉତ୍ସବ’ରେ ଏହା ପ୍ରଦାନ କରାଯିବ। ଏଥି ସହିତ ବର୍ଷା ପବ୍ଲିକେସନ୍ ପ୍ରକାଶିତ ଦଶରୁ ଊର୍ଦ୍ଧ୍ୱ ପୁସ୍ତକ ଉନ୍ମୋଚନ, ‘ଆମ କଥା ସାହିତ୍ୟରେ ଗାଁର କଥା ଓ ବ୍ୟଥା’ ଶୀର୍ଷକ ଏକ ଆଲୋଚନା ଚକ୍ର, ଚାରିଟି ଦୀର୍ଘ କବିତାକୁ ନେଇ ଆଭାଷୀ ନାଟକ, ସଙ୍ଗୀତ, ନୃତ୍ୟ ଓ ଚଳଚ୍ଚିତ୍ର ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।

Announced Barsha Literature Award 2024 ବର୍ଷା ଉନ୍ମେଷ ସମ୍ମାନ ପାଇଁ ଯୁବ କଥାକାର ଭାନୁଶଙ୍କର ମହାନ୍ତିଙ୍କ ଗଳ୍ପ ପୁସ୍ତକ ‘ଦେଖି ନଥିବା ଘରପୋଡ଼ିର ଦୃଶ୍ୟ’

ଉକ୍ତ ଉତ୍ସବରେ ସାହିତ୍ୟାନୁରାଗୀ ବ୍ୟକ୍ତିବିଶେଷଙ୍କୁ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ବିନମ୍ର ଅନୁରୋଧ କରିଛନ୍ତି ବର୍ଷା ପବ୍ଲିକେସନ୍‌ର ନିର୍ଦ୍ଦେଶକ।