ଘୋଷଣାକୁ ଅପେକ୍ଷା କରନ୍ତୁ: ସୁରେଶ ପୂଜାରୀ

ଭୁବନେଶ୍ୱର,୧୦ା୬: ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଖବରଦାତାଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କହିଛନ୍ତି, ଘୋଷଣାକୁ ଅପେକ୍ଷା କରନ୍ତୁ। ଖୁବ୍‌ଶୀଘ୍ର ଦଳୀୟ ନିଷ୍ପତ୍ତି ନିଆଯିବ। ଏହି ସସ୍‌ପେନ୍ସ ସରୁ ନ ଥିବା ବେଳେ ଦଳର ହେଭିଓ୍ବେଟ୍‌ ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ପ୍ରଥମେ ସୁରେଶ ପୂଜାରୀଙ୍କ ନାଁ ଉଠୁଥିବା ବେଳେ କେ.ଭି ସିଂଦେଓ, ଜୟନାରାୟଣ ମିଶ୍ର, ମୋହନ ମାଝି, ଗିରିଶ ମୁର୍ମୁ, ବୈଜୟନ୍ତ ପଣ୍ଡା, […] The post ଘୋଷଣାକୁ ଅପେକ୍ଷା କରନ୍ତୁ: ସୁରେଶ ପୂଜାରୀ appeared first on Dharitri Odia News.

ଘୋଷଣାକୁ ଅପେକ୍ଷା କରନ୍ତୁ: ସୁରେଶ ପୂଜାରୀ

ଭୁବନେଶ୍ୱର,୧୦ା୬: ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଖବରଦାତାଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କହିଛନ୍ତି, ଘୋଷଣାକୁ ଅପେକ୍ଷା କରନ୍ତୁ। ଖୁବ୍‌ଶୀଘ୍ର ଦଳୀୟ ନିଷ୍ପତ୍ତି ନିଆଯିବ।

ଏହି ସସ୍‌ପେନ୍ସ ସରୁ ନ ଥିବା ବେଳେ ଦଳର ହେଭିଓ୍ବେଟ୍‌ ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ପ୍ରଥମେ ସୁରେଶ ପୂଜାରୀଙ୍କ ନାଁ ଉଠୁଥିବା ବେଳେ କେ.ଭି ସିଂଦେଓ, ଜୟନାରାୟଣ ମିଶ୍ର, ମୋହନ ମାଝି, ଗିରିଶ ମୁର୍ମୁ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି।

ଅନ୍ୟପକ୍ଷରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି ଭାଜପା ସଂସଦୀୟ ବୋର୍ଡ। ତେବେ ୧୨ ତାରିଖରେ ଏହା ସ୍ପଷ୍ଟ ହୋଇଯିବ।

 

The post ଘୋଷଣାକୁ ଅପେକ୍ଷା କରନ୍ତୁ: ସୁରେଶ ପୂଜାରୀ appeared first on Dharitri Odia News.