କୂଳ ଲଂଘୁଛି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ; ୨୪ରୁ ଧାରଣା ଦେବେ…

ଛତ୍ରପୁର,୧୮ା୬(ଦିଲୀପ ସାମଲ): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ନିକଟରେ ସମୁଦ୍ର କୂଳ ଲଂଘୁଛି । ପୂର୍ବରୁ ସମୁଦ୍ରଠାରୁ ୨ କି.ମି. ଦୂରରେ ଗାଁଗୁଡିକ ଥିଲା। ବର୍ତ୍ତମାନ ଗାଁଠାରୁ ମାତ୍ର ୫୦ ମିଟର ଦୂରରେ ସମୁଦ୍ର ରହିଛି। ଏଥିଯୋଗୁ ଗଙ୍ଗାଦେବୀ ଏବଂ ଠାକୁରାଣୀ ମନ୍ଦିର ସମୁଦ୍ରରେ ଲୀନ ହୋଇଥିବା ବେଳେ ମା’ ହରଚଣ୍ଡୀ ଠାକୁରାଣୀ ମନ୍ଦିର ସମୁଦ୍ର ଆଁକୁ ଯିବାକୁ ବସିଛି । ବର୍ତ୍ତମାନ ଶୁଖୁଆ ଶୁଖାଯିବା ସ୍ଥାନଠାରୁ ସମୁଦ୍ର ଆଉ ମାତ୍ର ଅଳ୍ପ ଦୂରରେ ରହିଛି । […] The post କୂଳ ଲଂଘୁଛି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ; ୨୪ରୁ ଧାରଣା ଦେବେ… appeared first on Dharitri Odia News.

କୂଳ ଲଂଘୁଛି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ; ୨୪ରୁ ଧାରଣା ଦେବେ…

ଛତ୍ରପୁର,୧୮ା୬(ଦିଲୀପ ସାମଲ): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ନିକଟରେ ସମୁଦ୍ର କୂଳ ଲଂଘୁଛି । ପୂର୍ବରୁ ସମୁଦ୍ରଠାରୁ ୨ କି.ମି. ଦୂରରେ ଗାଁଗୁଡିକ ଥିଲା। ବର୍ତ୍ତମାନ ଗାଁଠାରୁ ମାତ୍ର ୫୦ ମିଟର ଦୂରରେ ସମୁଦ୍ର ରହିଛି। ଏଥିଯୋଗୁ ଗଙ୍ଗାଦେବୀ ଏବଂ ଠାକୁରାଣୀ ମନ୍ଦିର ସମୁଦ୍ରରେ ଲୀନ ହୋଇଥିବା ବେଳେ ମା’ ହରଚଣ୍ଡୀ ଠାକୁରାଣୀ ମନ୍ଦିର ସମୁଦ୍ର ଆଁକୁ ଯିବାକୁ ବସିଛି । ବର୍ତ୍ତମାନ ଶୁଖୁଆ ଶୁଖାଯିବା ସ୍ଥାନଠାରୁ ସମୁଦ୍ର ଆଉ ମାତ୍ର ଅଳ୍ପ ଦୂରରେ ରହିଛି । ଗାଁ ଠାରୁ ସମୁଦ୍ର ୫୦ମିଟର ଦୂରରେ ରହିଥିବା ବେଳେ ଏବେ ୨୦ମିଟର କୂଳ ଲଂଘିଛି। ଏଥିରେ ଗ୍ରାମବାସୀ ଭୟଭୀତ ହେବା ସହ ଏଥିପାଇଁ ଗୋପାଳପୁର ପୋର୍ଟକୁ ଦାୟୀ କରିଛନ୍ତି । ଏହାର ପ୍ରତିବାଦରେ ଓ ୫ ଦଫା ଦାବି ନେଇ ଆସନ୍ତା ୨୪ ତାରିଖଠାରୁ ପୋର୍ଟ ମୁଖ୍ୟ ଫାଟକଠାରେ ଧାରଣା ଦେବା ପାଇଁ ଗ୍ରାମବାସୀ ନିଷ୍ପତି ନେଇଛନ୍ତି। ବୁଧବାର ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ନେତୃତ୍ୱରେ ଜ଼ିଲାପାଳ ଓ ପୋର୍ଟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଯାଇଛି।

କୁହାଯାଇଛି ଯେ, ପଞ୍ଚାୟତ ନିକଟ ସମୁଦ୍ର ବେଳାଭୂମିର ପରିବେଶ ଓ ଭୌଗଳିକ ସ୍ଥିତି ନଷ୍ଟ ନ ହେବା ସକାଶେ ଦୁଇ ଥର ପ୍ରତଶ୍ରୁତି ଦେଇ ଓ ୨୦୧୧ ଓ ୨୦୧୭ରେ ତ୍ରିପାକ୍ଷିକ ଚୁକ୍ତିନାମା ପ୍ରକାରେ ପଞ୍ଚାୟତରେ ଥିବା ୧୯୦୦ ମିଟର ଲମ୍ବାର ପଥର ବନ୍ଧ ନିର୍ମାଣ କରିବେ ବୋଲି ପୋର୍ଟ କତ୍ତୃପକ୍ଷ ଓ ଜିଲା ପ୍ରଶାସନ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ତେବେ ଏହା କାର୍ଯ୍ୟକାରୀ ନ ହୋଇ କେବଳ କାଗଜ ଓ କଲମରେ ସୀମିତ ରହିଛି। ଦାବିଗୁଡିକ ମଧ୍ୟରେ ବାତ୍ୟା ସମୟରେ ଅଶାନ୍ତ ସମୁଦ୍ରର ଢେର କୂଳ ନ ଲଂଘିବା ସକାଶେ ବେଳାଭୂମିରେ ତୁରନ୍ତ ପଥର ପାଚେରୀ ନିର୍ମାଣ, ନଷ୍ଟ ହୋଇ ରହିଥିବା ଗୋପାଳପୁର ପୋର୍ଟର ଫିସେରୀ ଜେଟିର ପୁନରୁଦ୍ଧାର କରିବା, ଡ଼ଙ୍ଗା ଯାତାୟତ କରିବା ସକାଶେ ଡ୍ରେଜିଙ୍ଗ, ମତ୍ସ୍ୟଜବୀମାନଙ୍କୁ ବାତ୍ୟା, ଖରା, ବର୍ଷା ଓ ଶୀତର ପ୍ରକୋପରୁ ସୁରକ୍ଷା ଦେବା ସହିତ ଜାଲ ଓ ଡଙ୍ଗା ରହିବା ସକାଶେ ସମୁଦ୍ର କୂଳ ନିକଟରେ ଆଶ୍ରୟସ୍ଥଳ ସ୍ଥାପନ କରିବା, ସେଥରେ ପାନୀୟ ଜଳ, ଶୌଚାଳୟ ଓ ଫିସେରୀ ଜେଟିଠାରୁ ଆଶ୍ରୟସ୍ଥଳ ଦେଇ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ ପର୍ଯ୍ୟନ୍ତ ରାତିରେ ଆଲୋକ ବ୍ୟବସ୍ଥା କରିବା ଆଦି ରହିଛି। ଏହି ଦାବୀପତ୍ର ପ୍ରଦାନ ବେଳେ ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସାଧାରଣ ସମ୍ପାଦକ ଏମ. ଦିଲ୍ଲୀପ, ମତ୍ସ୍ୟଜୀବି ନେତା ଵି. ଭୀମସେନ, ଏନ. ଦିନବନ୍ଧୁ, କେ. ଦାଶରଥୀ, ପି. ରାମବାବୁ, ଧର୍ମରାଜୂ, ଏଲ ଏରୟା ଓ ଜେ ଚି଼ନେୟା ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

The post କୂଳ ଲଂଘୁଛି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ; ୨୪ରୁ ଧାରଣା ଦେବେ… appeared first on Dharitri Odia News.