ଚକଲାଲା, ରଫିକ୍ୟୁ ଓ ମୁରିଦ ସମେତ କାହିଁକି ଏହି ୬ ପାକ୍ ଏୟାରବେସ୍‌କୁ ଆଟାକ କଲା ଭାରତ?

ଚକଲାଲା, ରଫିକ୍ୟୁ, ମୁରିଦ, ରହିମ ୟାର ଖାନ, ସୁକୁର ଓ ଚୁନିୟାନ ସ୍ଥିତ ପାକିସ୍ତାନ ସାମରିକ ବେସ୍‌ରେ ଗୁଳିଗୋଳ ଓ ଯୁଦ୍ଧ ବିମାନ ଷ୍ଟ୍ରାଇକ କରାଯାଇଛି।

ଚକଲାଲା, ରଫିକ୍ୟୁ ଓ ମୁରିଦ ସମେତ କାହିଁକି ଏହି ୬ ପାକ୍ ଏୟାରବେସ୍‌କୁ ଆଟାକ କଲା ଭାରତ?

ଭାରତୀୟ ସେନା ବେଶ ସଫଳତାର ସହ ପାକିସ୍ତାନର ୬ଟି ଗୁରୁତ୍ୱପୂର୍ଣ୍ଣ ଏୟାରବେସ୍‌କୁ ଶୁକ୍ରବାର ବିଳମ୍ବିତ ରାତିରେ କରିଥିବା ଅପରେସନରେ କ୍ଷତିଗ୍ରସ୍ତ କରିଛି। ଭାରତର ଷ୍ଟ୍ରାଇକରେ ପାକିସ୍ତାନର ସାମରିକ ପ୍ରତିଷ୍ଠାନ ଓ ସମ୍ପତ୍ତି କ୍ଷତି ସହିଛି। ପାକିସ୍ତାନ ଶୁକ୍ରବାର ରାତିରେ ଭାରତର ସାମରିକ ପ୍ରତିଷ୍ଠାନ ଓ ଜନବସତିକୁ ଟାର୍ଗେଟ କରି ଡ୍ରୋନ ଓ ମିସାଇଲ ମାଡ଼ କରିଥିବାରୁ ଭାରତୀୟ ସଶସ୍ତ୍ର ବଳ ଦମଦାର ଢଙ୍ଗରେ ଏହାର ଜବାବ ଦେଇଛି।

ସେନା ପକ୍ଷରୁ ପାକିସ୍ତାନରେ ଥିବା ଟେକ୍ନିକାଲ ପ୍ରତିଷ୍ଠାନ, କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର, ରାଡାର କେନ୍ଦ୍ର ଓ ଗୁଳିଗୋଳ ଗଚ୍ଛିତ ଠିକଣାରେ ଆକ୍ରମଣ କରାଯାଇଛି। ଚକଲାଲା, ରଫିକ୍ୟୁ, ମୁରିଦ, ରହିମ ୟାର ଖାନ, ସୁକୁର ଓ ଚୁନିୟାନ ସ୍ଥିତ ପାକିସ୍ତାନ ସାମରିକ ବେସ୍‌ରେ ଗୁଳିଗୋଳ ଓ ଯୁଦ୍ଧ ବିମାନ ଷ୍ଟ୍ରାଇକ କରାଯାଇଛି। ପସରୁର ସ୍ଥିତ ରାଡାର ସାଇଟ ଓ ସିଆଲକୋଟର ଆଭିଏସନ ବେସ୍‌ରେ ମଧ୍ୟ ଭାରତ ଆକ୍ରମଣ କରିଥିବା ସରକାର ସ୍ପଷ୍ଟ କରିଛନ୍ତି।

କାହିଁକି ଏହି ୬ ଏୟାର ବେସ୍‌କୁ ଟାର୍ଗେଟ କଲା ଭାରତ?

୧- ଚକଲାଲା ଏୟାରବେସ୍‌: ପାକିସ୍ତାନ ରାଜଧାନୀ ଇସଲାମାବାଦ ଠାରୁ ମାତ୍ର ୧୦ କିମି ଦୂରରେ ଏହି ଏୟାର ବେସ ରହିଛି। ଚକଲାଲା ଏୟାରବେସ ହେଉଛି ପାକିସ୍ତାନର ସବୁଠାରୁ ସମ୍ବେଦନଶୀଳ ସାମରିକ ସ୍ଥାନ। ଏୟାର ଫୋର୍ସ ଅପରେସନ ଓ ଭିଆଇପି ଯାତାୟାତ ଏଠାରୁ ହୋଇଥାଏ। ୧୯୬୫ ଓ ୧୯୭୧ ଯୁଦ୍ଧ ସମୟରେ ଏହି ଏୟାର ବେସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଚକଲାଲା ବେସ ବିମାନରେ ଇନ୍ଧନ ଭର୍ତ୍ତି ଓ ଟ୍ରାନ୍ସପୋର୍ଟ ମିଶନରେ ସହାୟତା କରେ। ଦେଶର ୫ରୁ ୬ଟି ଦାମୀ ପରିବହନ ବିମାନ ଏଠାରେ ରହିଛି। ଏହାକୁ ବରିଷ୍ଠ ରାଜନେତା ଓ ସେନା ବାହିନୀ ଅଧିକାରୀ ବ୍ୟବହାର କରନ୍ତି। ଭବିଷ୍ୟତର ଏୟାର ଫୋର୍ସ ଲିଡରଙ୍କ ତାଲିକ କେନ୍ଦ୍ର ପିଏଏଫ କଲେଜ ମଧ୍ୟ ଏହି ବେସ ନିକଟରେ ରହିଛି। ଭାରତୀୟ ସେନା ଚକଲାଲା ଏୟାର ବେସ୍‌ରେ ହମଲା କରି ପ୍ରମାଣ କରି ଦେଇଛି ଯେ ଇସଲାମାବାଦର ସବୁଠାରୁ ସୁରକ୍ଷିତ ସ୍ଥାନରେ ମଧ୍ୟ ନୂଆଦିଲ୍ଲୀ ପହଞ୍ଚି ପାରେ।

୨- ମୁରିଦ ଏୟାରବେସ(ଚକୱାଲ): ପାକିସ୍ତାନର ଚକୱାଲ ଜିଲ୍ଲାରେ ମୁରିଦ ଏୟାରବେସ ରହିଛି। ଡ୍ରୋନ ଅପରେସନର ହବ ଭାବେ ଏହା ପରିଚିତ। ଏଠାରୁ ଦୁଇ ଦିନ ହେଲା ଭାରତ ଉପରେ ଡ୍ରୋନ ଆକ୍ରମଣ କରାଯାଉଛି। ପାକିସ୍ତାନର ଏୟାର ଫୋର୍ସ ପକ୍ଷରୁ ବ୍ୟବହାର କରାଯାଉଥିବା ଶାପର-୧ ଓ ବୟରାକତର ଟିବି ୨ ଭଳି ଅତ୍ୟାଧୁନିକ ୟୁଏଭି ଏଠାରୁ ଉଡ଼ିଥାଏ। ପାକିସ୍ତାନର ଡ୍ରୋନ ଯୁଦ୍ଧ କାର୍ଯ୍ୟକ୍ରମରେ ଏହି ଏୟାରବେସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ସର୍ଭେଲାନ୍ସ, ଷ୍ଟ୍ରାଇକ ଓ ଗୁଇନ୍ଦା ତଥ୍ୟ ଏକାଠି କରିବାରେ ଏହା ସହାୟତ କରିଥାଏ। ଏଠାରୁ ଦୁଇ ଦିନ ହେଲା ଡ୍ରୋନ ମାଡ଼ ହେଉଥିବାରୁ ଭାରତ ଏହାକୁ ଷ୍ଟ୍ରାଇକ କରିଛି।

୩- ଶୋରକୋଟର ରଫିକ୍ୟୁ ଏୟାର ବେସ୍‌: ୧୯୬୫ ମସିହା ଯୁଦ୍ଧର ହିରୋ ସ୍କ୍ୱାର୍ଡର୍ନ ଲିଡର ସର୍ଫରାଜ ଅହମଦ ରଫିକ୍ୟୁଙ୍କ ନାଁ ଅନୁସାରେ ଏହାର ନାମ କରଣ କରାଯାଇଛି। ଜେଏଫ-୧୭, ମିରାଜ ଯୁଦ୍ଧ ବିମାନ ଓ ବିଭିନ୍ନ ହେଲିକପ୍ଟରର ଘର ଭାବେ ଏହି ବେସ ଜଣାଶୁଣା। ଭାରତ ଉପରେ ନିକଟରେ ହୋଇଥିବା ଆକ୍ରମଣ ବେଳେ ପାକିସ୍ତାନ ଜେଏଫ-୧୭ ଯୁଦ୍ଧ ବିମାନର ବ୍ୟବହାର ମଧ୍ୟ କରିଥିଲା। କେନ୍ଦ୍ରୀୟ ପଞ୍ଜାବରେ ଏହା ରହିଥିବାରୁ ଉଭୟ ପୂର୍ବ ଓ ପଶ୍ଚିମ ପ୍ରାନ୍ତରେ ଏଠାରୁ ବିମାନ ଉଡ଼ାଣ ହୋଇପାରିବ। ଏବେ ଭାରତ ଏହାକୁ ଧ୍ୱଂସ କରି ଦେଇଛି। ଏଠାରେ ଥିବା ଏକାଧିକ ଜେଏଫ-୧୭ ଯୁଦ୍ଧ ବିମାନ ମଧ୍ୟ ନଷ୍ଟ ହୋଇଯାଇଛି।

୪- ଦକ୍ଷିଣ ପଞ୍ଜାବରେ ଥିବା ରହିମ ୟାର ଖାନ ଏୟାରବେସ: ଦକ୍ଷିଣ ପଞ୍ଜାବର ରହିମ ୟାର ଖାନ ସହର ନିକଟରେ ପାକିସ୍ତାନ ବାୟୁ ସେନାର ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ହେଉଛି ରହିମ ୟାର ଖାନ ଏୟାର ବେସ୍‌। ଏହା ଏମିତି ଏକ ସ୍ଥାନରେ ରହିଛି ଯେ ଯେଉଁଠାରୁ ବେସ ସହଜରେ ଯୁଦ୍ଧ ବିମାନକୁ ଦକ୍ଷିଣ ଓ ପୂର୍ବ ପାକିସ୍ତାନକୁ ପଠା ଯାଇପାରିବ। ଭାରତର ରାଜସ୍ଥାନ ସୀମା ନିକଟରେ ଏହାର ରହିଛି।

୫- ସୁକୁର ଏୟାରବେସ: ସିନ୍ଧର ଜାମଶୋରୋ ଜିଲ୍ଲାରେ ଏହା ରହିଛି। କରାଚି ଓ ହାଇଦ୍ରାବାଦ ମଧ୍ୟରେ ଥିବା ପାକିସ୍ତାନ ଏୟାର ଫୋର୍ସର ଏହି ବେସ ଭୋଲାରିର ଦକ୍ଷିଣ ଏୟାର କମାଣ୍ଡ ଅଧୀନରେ ରହିଛି। ୧୯ ସ୍କ୍ୱାର୍ଡର୍ନ ଓ ଅପରେସନାଲ କନଭରସନ ୟୁନିଟିର ହବ ଭାବେ ଏହା ପରିଚିତ। ଏଠାରୁ ଅନେକ ଯୁଦ୍ଧ ବିମାନ ମଧ୍ୟ ଉଡ଼ାଣ କରିଥାଏ।

୬- ଚୁନିୟାନ ଏୟାରବେସ: ପାକିସ୍ତାନର ଏୟାର ଫୋର୍ସର ପ୍ରାଥମିକ ଅପରେସନ ବେସ ଭାବେ ଚୁନିୟାନ ଏୟାରବେସ ପରିଚିତ। ପଞ୍ଜାବର ଚୁନିଆନ ସହର ନିକଟରେ ଏହା ରହିଛି। ଲାହୋର ଠାରୁ ଏହାର ଦୂରତା ମାତ୍ର ୭୦ କିମି ।