ଚକା ଖସି ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର
ନବରଙ୍ଗପୁର,୨୨ା୫(ସଦାଶିବ ପ୍ରହରାଜ): ବାଇକ୍ରେ ଯାଉଥିବା ଦମ୍ପତିଙ୍କ ଉପରେ ଏକ ଟ୍ରାକ୍ଟର ଚଢ଼ିଯିବାରୁ ସ୍ବାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ତେବେ ସ୍ବାମୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, ନବରଙ୍ଗପୁର ସହର ଭଗବତୀ ସାହିର ସୀତାକାନ୍ତ ତ୍ରିପାଠୀ ସ୍ତ୍ରୀ କାବେରୀଙ୍କୁ ବାଇକ୍(ଓଡି ୨୪ ସି ୭୪୪୭)ରେ ନେଇ ସାନ ମସିଗାଁ ଯାଉଥିଲେ। ରାସ୍ତାରେ ଚକାଛପର ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟରର ଆଗଚକା ହଠାତ ବାହାରି ପଡ଼ିଥିଲା। ଟ୍ରାକ୍ଟରଟି ବାଇକ୍ରେ ଥିବା ଦମ୍ପତିଙ୍କ […] The post ଚକା ଖସି ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର appeared first on Dharitri Odia News.
ନବରଙ୍ଗପୁର,୨୨ା୫(ସଦାଶିବ ପ୍ରହରାଜ): ବାଇକ୍ରେ ଯାଉଥିବା ଦମ୍ପତିଙ୍କ ଉପରେ ଏକ ଟ୍ରାକ୍ଟର ଚଢ଼ିଯିବାରୁ ସ୍ବାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ତେବେ ସ୍ବାମୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ନବରଙ୍ଗପୁର ସହର ଭଗବତୀ ସାହିର ସୀତାକାନ୍ତ ତ୍ରିପାଠୀ ସ୍ତ୍ରୀ କାବେରୀଙ୍କୁ ବାଇକ୍(ଓଡି ୨୪ ସି ୭୪୪୭)ରେ ନେଇ ସାନ ମସିଗାଁ ଯାଉଥିଲେ। ରାସ୍ତାରେ ଚକାଛପର ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟରର ଆଗଚକା ହଠାତ ବାହାରି ପଡ଼ିଥିଲା। ଟ୍ରାକ୍ଟରଟି ବାଇକ୍ରେ ଥିବା ଦମ୍ପତିଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ସୀତାନାଥଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସ୍ବାମୀ ସୀତାକାନ୍ତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ତ୍ରୀଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ବର୍ତ୍ତମାନ ତାଙ୍କ ଚିକିତ୍ସା ଜିଲା ମୁଖ୍ୟ ଚିକିତ୍ସାଳୟରେ ଜାରି ରହିଛି।
The post ଚକା ଖସି ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର appeared first on Dharitri Odia News.