ଏତେ ରାଗ: କବାଟ ଦେଇ ଘର ଜାଳିଦେଲା ଦାଦା !
ଉଦଳା : ରାତି ଅଧରେ ଏମିତି କଣ ପୋଡା ଗନ୍ଧ ହେଉଛି । ଟିକେ ପାଖକୁ ଯାଇ ଦେଖିଲା ବେଳକୁ ହୁହୁ ହୋଇ ଜଳୁଛି ନିଜେ ଥିବା ଘର । ଜୀବନ ବିକଳରେ ଘରୁ ବାହାରକୁ ଗଲା ବେଳକୁ କିଏ ବାହାର ପଟୁ କବାଟ ବନ୍ଦ କରିଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ଗେଣ୍ଡାଗଡିଆ ଗ୍ରାମରେ । ଅଗ୍ନିକାଣ୍ଡରେ ସବୁ କିଛି ହୋଇଗଲା ଛାରଖାର । ଜଳିଗଲା ଲକ୍ଷାଧିକ ଟଙ୍କାର ଘର […] The post ଏତେ ରାଗ: କବାଟ ଦେଇ ଘର ଜାଳିଦେଲା ଦାଦା ! appeared first on KNews Odisha.

ଉଦଳା : ରାତି ଅଧରେ ଏମିତି କଣ ପୋଡା ଗନ୍ଧ ହେଉଛି । ଟିକେ ପାଖକୁ ଯାଇ ଦେଖିଲା ବେଳକୁ ହୁହୁ ହୋଇ ଜଳୁଛି ନିଜେ ଥିବା ଘର । ଜୀବନ ବିକଳରେ ଘରୁ ବାହାରକୁ ଗଲା ବେଳକୁ କିଏ ବାହାର ପଟୁ କବାଟ ବନ୍ଦ କରିଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ଗେଣ୍ଡାଗଡିଆ ଗ୍ରାମରେ ।
ଅଗ୍ନିକାଣ୍ଡରେ ସବୁ କିଛି ହୋଇଗଲା ଛାରଖାର । ଜଳିଗଲା ଲକ୍ଷାଧିକ ଟଙ୍କାର ଘର କରଣା ସାମଗ୍ରୀ ସହ ଧାନ, ଚାଉଳ ସବୁ କିଛି । ହେଲେ ଏହି ଅଗ୍ନିକାଣ୍ଡ ପଛରେ ରହିଛି ବଡ ଷଡଯନ୍ତ୍ର । ଯାହା ଅଭିଯୋଗ ହୋଇଛି ନିଜ ଦାଦା ହିଁ ରଚିଛି ଏଭଳି ନାରକୀୟ କାଣ୍ଡ । ଘରେ ଶୋଇଥିବା ଅବସ୍ଥାରେ ପୋଡି ମାରିବା ପାଇଁ ବାହାର ପାଖରୁ କବାଟ ଦେଇ ଦାଦା ହିଁ ଜାଳିଦେଇଛି ଘର । ସତରେ କୁହାଯାଏ ଯେଉଁ ସମ୍ପର୍କର ତୁଳନା କେଉଁ ସମ୍ପର୍କ ସହିତ ହୋଇପାରେ ନାହିଁ ତାହା ହେଉଛି ରକ୍ତର ସମ୍ପର୍କ । ସୁଖ ଦୁଃଖର ସାଥୀ ତ ସେହି ଭାଇ, ବନ୍ଧୁ କୁଟୁମ୍ବ । ହେଲେ ଆଜିର ସ୍ୱାର୍ଥପର ଦୁନିଆରେ ନିଜ ସ୍ୱାର୍ଥ ଉପରେ ଆଞ୍ଚ ଆସିଲେ ମଣିଷ ନିଜର ରକ୍ତର ସମ୍ପର୍କୀୟଙ୍କୁ ବି ମାରିବାକୁ ପଛାଉ ନାହିଁ ।
ତେବେ କଥାରେ ଅଛି ରଖିବ ହରି ତ ମାରିବ କିଏ । ଏତେ ବଡ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଗଲେ ଦୁଇ ଶିଶୁ ସମେତ ୫ ଜଣ । ସୂଚନା ଥାଉକିି, ଗେଣ୍ଡାଗଡିଆ ଗ୍ରାମର ଟୁନା ମହୁରୀଆ ଏବଂ ତାଙ୍କ ଭାଇ ଟିମା ମହୁରୀଆଙ୍କ ମଧ୍ୟରେ ପାରିବାରିକ ବିବାଦ ରହିଆସିଥିଲା । ଯାହାକୁ ନେଇ ଗତକାଲି ରାତିରେ ଟୁନା ମହୁରୀଆ ଘରେ ନଥିବା ବେଳେ ତାଙ୍କ ପୁଅ ମାନସ ମହୁରୀଆ ଏବଂ ମାନସଙ୍କ ସ୍ତ୍ରୀ, ଶିଶୁକନ୍ୟା, ଭଉଣୀ ଏବଂ ୨ ମାସର ଭଣଜା ଚାଳ ଘର ଭିତରେ ଶୋଇଥିଲେ ।
ତେବେ ଯାହା ଅଭିଯୋଗ ହୋଇଛି କି, ଘର ଭିତରେ ସଭିଏଁ ଶୋଇଥିଲାବେଳେ ବିଳମ୍ବିତ ରାତିରେ ମାନସଙ୍କ ଦାଦା ଟିମା ମହୁରୀଆ ତାଙ୍କ ଘର କବାଟ ବାହାରପଟୁ ଲଗାଇଦେଇ ପୁରା ପରିବାରକୁ ଜୀବନରୁ ମାରିଦେବା ପାଇଁ ଘରେ ନିଆଁ ଲଗାଇ ଦେଇଥିଲା । ନିଆଁ ଲାଗିବା ପରେ ଘରୁ ବାହାରିବା ପାଇଁ ସମସ୍ତେ ବାହାରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କେହି ବାହାରି ପାରିନଥିଲେ । କାହିଁକି ନା ବାହାର ପଟୁ କବାଟ ଦିଆଯାଇଥିଲା । ଯାହା ଜାଣିବା ପଣେ ସମସ୍ତେ ଚିତ୍କାର କରିବାକୁ ଲାଗିଥିଲେ । ଏଭଳି ବିକଟାଳ ରଡି ଶୁଣି ପଡୋଶୀ ଧାଇଁ ଆସି, ତୁରନ୍ତ କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲେ । ଏପଟେ ଖବରପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ତେବେ ସୌଭାଗ୍ୟ ବଶତଃ କୌଣସି ଅଘଟଣ ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫ଜଣ । ସେପଟେ ଘରେ ନିଆଁ ଲଗାଇବା ପରେ ଦାଦା ଟିମା ବେହେରା ଫେରାର ହୋଇଯାଇଥିବା ଖବର ମିଳିଛି । ଅନ୍ୟପଟେ ଏନେଇ କପ୍ତିପଦା ଥାନାରେ କ୍ଷତିଗ୍ରସ୍ତ ପରିବାର ଲିଖିତ ଅଭିଯୋଗ କରାଯାଇଥିବାବେଳେ, ଘଟଣାସ୍ଥଳରେ ପୋଲିସ୍ ପହଁଚି ପଚରାଉଚରା କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢନ୍ତୁ: ପରକୀୟା ପ୍ରୀତି ପାଇଁ ରାତିସାରା ଯୁବକ ଅଟକ, ଚୁକ୍ତିନାମା ଲେଖି ପ୍ରେମିକ ସହ ମହିଳାଙ୍କୁ ଛାଡିଲେ ଗ୍ରାମବାସୀ
The post ଏତେ ରାଗ: କବାଟ ଦେଇ ଘର ଜାଳିଦେଲା ଦାଦା ! appeared first on KNews Odisha.