ଦିଲ୍ଲୀ-ମୁମ୍ବାଇ ଇଣ୍ଡିଗୋ ବିମାନ ସାଣ୍ଡଓ୍ଵିଚରେ ମିଳିଲା କୀଟ, ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ମାଗିଲା FSSAI
ଇଣ୍ଡିଗୋ ବିମାନରେ ଦିଆଯାଉଥିବା ଖାଦ୍ୟରେ କୀଟପତଙ୍ଗର ପଡିଥିବା ସମ୍ପର୍କରେ FSSAI ରୁ ଏକ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଦିଆଯାଇଥିବା ଖାଦ୍ୟରେ ସମ୍ପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ବିମାନ ନମ୍ବର 6E 6107 ରେ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ବିଷୟରେ FSSAI ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ୍ ମିଳିଛି। ପ୍ରୋଟୋକଲ୍ ଅନୁଯାୟୀ ଆମେ ବିଜ୍ଞପ୍ତିକୁ ଜବାବ ଦେବୁବୋଲି […] The post ଦିଲ୍ଲୀ-ମୁମ୍ବାଇ ଇଣ୍ଡିଗୋ ବିମାନ ସାଣ୍ଡଓ୍ଵିଚରେ ମିଳିଲା କୀଟ, ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ମାଗିଲା FSSAI appeared first on KNews Odisha.

ଇଣ୍ଡିଗୋ ବିମାନରେ ଦିଆଯାଉଥିବା ଖାଦ୍ୟରେ କୀଟପତଙ୍ଗର ପଡିଥିବା ସମ୍ପର୍କରେ FSSAI ରୁ ଏକ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଦିଆଯାଇଥିବା ଖାଦ୍ୟରେ ସମ୍ପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ବିମାନ ନମ୍ବର 6E 6107 ରେ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ବିଷୟରେ FSSAI ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ୍ ମିଳିଛି। ପ୍ରୋଟୋକଲ୍ ଅନୁଯାୟୀ ଆମେ ବିଜ୍ଞପ୍ତିକୁ ଜବାବ ଦେବୁବୋଲି ଇଣ୍ଡିଗୋ କହିଛି ।
ଖବର ମୁତାବକ, ଦିଲ୍ଲୀର ଜଣେ ଡାଏଟିସିଆନଙ୍କ ଅଭିଯୋଗ ଉପରେ ଏୟାରଲାଇନ୍ସକୁ ଏହି ନୋଟିସ ଜାରି କରାଯାଇଥିଲା । ଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ଡିସେମ୍ବର ୨୯ ରେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଇଣ୍ଡିଗୋ ଦ୍ୱାରା ଦିଆଯାଇଥିବା ଏକ ସାଣ୍ଡୱିଚରେ ସେ ପୋକ ପାଇଥିଲେ ।
IndiGo is in receipt of a show cause notice from FSSAI with regard to a food item served on flight 6E 6107 from Delhi to Mumbai. We will be responding to the notice, as per protocol: IndiGo pic.twitter.com/Gb1mhXiGej
— ANI (@ANI) January 3, 2024
ଖୁସବୁ ଗୁପ୍ତା ନାମକ ଜଣେ ମହିଳା ଯାତ୍ରୀ ଇନଷ୍ଟାଗ୍ରାମରେ ସାଣ୍ଡୱିଚରେ କୀଟପତଙ୍ଗର ଏକ ଛୋଟ ଭିଡିଓ ସେୟାର କରିଛନ୍ତି । ଆଉ ଭିଡିଓରେ ମହିଳାମାନେ ବିମାନ ସେବା ଯୋଗାଉଥିବା ଖାଦ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଥିଲେ । କ୍ୟାବିନ କର୍ମଚାରୀଙ୍କୁ ପୋକ ପଡିଥିବା ବିଷୟରେ ଜଣାଇଥିଲେ ସୁଦ୍ଧା ସେମାନେ ଅନ୍ୟ ଯାତ୍ରୀଙ୍କୁ ସାଣ୍ଡୱିଚ୍ ଖାଇବାକୁ ଦେଇଥିଲେ ।
ଭିଡିଓ ଭାଇରାଲ ହେବା ମାତ୍ରେ ଇଣ୍ଡିଗୋ କ୍ଷମା ମାଗି ଘଟଣାର ଯାଞ୍ଚ କରାଯାଉଛି ବୋଲି କହିଛି । । ବିମାନରେ ଖାଦ୍ୟ ଏବଂ ପାନୀୟ ସେବାର ସର୍ବୋଚ୍ଚ ମାନ ବଜାୟ ରଖିବା ପାଇଁ ଆମର ନିରନ୍ତର ପ୍ରତିବଦ୍ଧତା ଉପରେ ଆମେ ଗୁରୁତ୍ୱ ଦେବାକୁ ଚାହୁଁଛୁ । ଇଣ୍ଡିଗୋ କହିଛି ଯେ, ଘଟଣା ପରେ ଆମର କର୍ମଚାରୀମାନେ ନିର୍ଦ୍ଦିଷ୍ଟ ସାଣ୍ଡୱିଚ୍ ଦେବା ତୁରନ୍ତ ବନ୍ଦ କରିଦେଲେ । ଘଟଣାର ତଦନ୍ତ ଜାରି ରହିଛି। ତେବେ ଯଦି ଯାତ୍ରୀଙ୍କୁ କୌଣସି ଅସୁବିଧା ହୋଇଛି, ତେବେ ଆମେ କ୍ଷମା ମାଗୁଛୁ ବୋଲି କହିଛି ଇଣ୍ଡିଗୋ ।
The post ଦିଲ୍ଲୀ-ମୁମ୍ବାଇ ଇଣ୍ଡିଗୋ ବିମାନ ସାଣ୍ଡଓ୍ଵିଚରେ ମିଳିଲା କୀଟ, ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ମାଗିଲା FSSAI appeared first on KNews Odisha.