ମୋଦୀ ସରକାରଙ୍କ ପ୍ରାଥମିକତା, ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୋଷଣ – ସ୍ମୃତି ଇରାନୀ
ଡେସ୍କ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଏବେ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରାଥମିକତା ହେଉଛି ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୋଷଣ। ସେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଦେଶରେ ସ୍ତନ କର୍କଟ ଭଳି ପ୍ରସଙ୍ଗରେ ଆଲୋଚନା ମୁଖ୍ୟ ସ୍ରୋତରେ ସାମିଲ ହୋଇଛି। ଶୁକ୍ରବାର ନୂଆଦିଲ୍ଲୀରେ ‘Every Road From India: Boardroom To Global Institutions’ ଶୀର୍ଷକ ରାଇସିନା ଡାଏଲଗ୍ ଉପରେ ଆୟୋଜିତ ଏକ […]

ଡେସ୍କ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଏବେ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରାଥମିକତା ହେଉଛି ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୋଷଣ। ସେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଦେଶରେ ସ୍ତନ କର୍କଟ ଭଳି ପ୍ରସଙ୍ଗରେ ଆଲୋଚନା ମୁଖ୍ୟ ସ୍ରୋତରେ ସାମିଲ ହୋଇଛି। ଶୁକ୍ରବାର ନୂଆଦିଲ୍ଲୀରେ ‘Every Road From India: Boardroom To Global Institutions’ ଶୀର୍ଷକ ରାଇସିନା ଡାଏଲଗ୍ ଉପରେ ଆୟୋଜିତ ଏକ ଅଧିବେଶନରେ ସେ ଏହା କହିଛନ୍ତି। ଶ୍ରୀମତୀ ଇରାନୀ କହିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୦ ନିୟୁତରୁ ଅଧିକ ମହିଳାଙ୍କ କ୍ଷେତ୍ରରେ କର୍କଟ ରୋଗର ସ୍କ୍ରିନିଂ କରାଯାଇଛି। ସେ କହିଛନ୍ତି ଯେ ବର୍ତମାନ ପ୍ରଶାସନରେ ମହିଳାଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଉଛି।