ମୋଦି କ୍ୟାବିନେଟ୍ ବୈଠକରେ ଚାଷୀଙ୍କୁ ବଡ଼ ଉପହାର, ୧୪ ଫସଲର ବଢିଲା MSP
ନୂଆଦିଲ୍ଲୀ ୧୯।୬: ମୋଦି ୩.୦ ସରକାରର ବୁଧବାର ଦ୍ୱିତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଚାଷୀଙ୍କୁ ମୋଦି ସରକାର ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ବୈଠକର ମଞ୍ଜୁରୀ ମିଳିଛି। ଏଥିରେ ୧୪ ପ୍ରକାର ଫସଲକୁ ସାମିଲ କରାଯାଇଛି। ଯେଉଁଥିରେ ଧାନ ଏମଏସପି ୨,୩୦୦ ଟଙ୍କା ରହିବ ବୋଲି ବୈଷ୍ଣବ କହିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କୃଷକ କଲ୍ୟାଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ୧୪ଟି ଖରିଫ ଫସଲର ଏମଏସପି ନିର୍ଦ୍ଧାରଣ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏଥିରେ ଧାନର ନୂଆ ଏମଏସପି ୨,୩୦୦ ଟଙ୍କା ଧାର୍ଯ୍ୟ ହୋଇଛି, ଯାହା ଗତ ଥର ଧାର୍ଯ୍ୟ ଏମଏସପି ଠାରୁ ୧୧୭ ଟଙ୍କା ଅଧିକ। ସେହିପରି କପା ଏମଏସପି ୭,୧୨୧ ଟଙ୍କା ହେବ। ଏହାର ଅନ୍ୟ କିସମ ଲାଗି ଏହି ଦର ୭,୫୨୧ ଟଙ୍କା ହେବ। ଏହା ପୂର୍ବ ଏମଏସପି ଠାରୁ ୫୦୧ ଟଙ୍କା ଅଧିକ। ଏହା ଛଡା ବାଜରା ପାଇଁ ୨,୬୨୫ ଟଙ୍କା ଏମଏସପି ନିର୍ଦ୍ଧାରିତ ହୋଇଥିବା ବେଳେ, ବାଦାମ ତେଲ ଏମଏସପି ୬,୭୮୩ ଟଙ୍କା କରାଯାଇଛି। ଅଶ୍ୱିନୀ ବୈଷ୍ଣବ ଭିତ୍ତିଭୂମି ଉପରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବଧାବନ ବନ୍ଦ
ନୂଆଦିଲ୍ଲୀ ୧୯।୬: ମୋଦି ୩.୦ ସରକାରର ବୁଧବାର ଦ୍ୱିତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଚାଷୀଙ୍କୁ ମୋଦି ସରକାର ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ବୈଠକର ମଞ୍ଜୁରୀ ମିଳିଛି। ଏଥିରେ ୧୪ ପ୍ରକାର ଫସଲକୁ ସାମିଲ କରାଯାଇଛି। ଯେଉଁଥିରେ ଧାନ ଏମଏସପି ୨,୩୦୦ ଟଙ୍କା ରହିବ ବୋଲି ବୈଷ୍ଣବ କହିଛନ୍ତି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କୃଷକ କଲ୍ୟାଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ୧୪ଟି ଖରିଫ ଫସଲର ଏମଏସପି ନିର୍ଦ୍ଧାରଣ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏଥିରେ ଧାନର ନୂଆ ଏମଏସପି ୨,୩୦୦ ଟଙ୍କା ଧାର୍ଯ୍ୟ ହୋଇଛି, ଯାହା ଗତ ଥର ଧାର୍ଯ୍ୟ ଏମଏସପି ଠାରୁ ୧୧୭ ଟଙ୍କା ଅଧିକ। ସେହିପରି କପା ଏମଏସପି ୭,୧୨୧ ଟଙ୍କା ହେବ। ଏହାର ଅନ୍ୟ କିସମ ଲାଗି ଏହି ଦର ୭,୫୨୧ ଟଙ୍କା ହେବ। ଏହା ପୂର୍ବ ଏମଏସପି ଠାରୁ ୫୦୧ ଟଙ୍କା ଅଧିକ। ଏହା ଛଡା ବାଜରା ପାଇଁ ୨,୬୨୫ ଟଙ୍କା ଏମଏସପି ନିର୍ଦ୍ଧାରିତ ହୋଇଥିବା ବେଳେ, ବାଦାମ ତେଲ ଏମଏସପି ୬,୭୮୩ ଟଙ୍କା କରାଯାଇଛି।
ଅଶ୍ୱିନୀ ବୈଷ୍ଣବ ଭିତ୍ତିଭୂମି ଉପରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବଧାବନ ବନ୍ଦରର ନିର୍ମାଣକୁ ମଞ୍ଜୁରୀ ଦେଇଛି। ଏହି ବନ୍ଦରର ନିର୍ମାଣ କାମ ଶେଷ ହେଲେ ଏହାର ପୂର୍ଣ୍ଣ କ୍ଷମତା ୨୩ ମିଲିୟନ ଟିଇୟୁଏସ ହେବ। ଦେଶରେ ଥିବା ସବୁ ବନ୍ଦରଠାରୁ ଏହାର କ୍ଷମତା ସବୁଠୁ ଅଧିକ ହେବ। ବୈଷ୍ଣବ କହିଛନ୍ତି ଯେ ସରକାର ବଧାବନ ପ୍ରକଳ୍ପକୁ ମଞ୍ଜୁରୀ ଦେବା ପୂର୍ବରୁ ସ୍ଥାନୀୟ ମସୂଦାୟ ସହିତ କାମ କରିଥିଲେ। ଏଣୁ ବନ୍ଦର ନିର୍ମାଣ ହେଲେ ୧୨ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏହି ବନ୍ଦର ଆଇଏମଇସି କରିଡରର ଏକ ଅଭିନ୍ନ ଅଙ୍ଗ ହେବ।