ବିଭିନ୍ନ ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବେ

ଭୁବନେଶ୍ବର ୧୮।୬: ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ୧ନଂ ରାଜ୍ୟରେ ପରିଣତ ହେବ । ଏଥିପାଇଁ ହୋଇଥିବା ବିଭିନ୍ନ ଯୋଜନାର ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ଗୋଟିଏ ବର୍ଷ ପୂରଣ ହୋଇଛି । ଓଡ଼ିଶାର ସାମଗ୍ରିକ ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିର୍ବାଚନ ପରେ ଓଡ଼ିଶାକୁ ଷଷ୍ଠ ଥର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ‘ଅପରେସନ ସିନ୍ଦୂର’ ପରେ ଓଡ଼ିଶାକୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ମନମୋହନ ଆହୁରି କହିଛନ୍ତି, ଭାରତ ଏକ ଅଗ୍ରଗଣ୍ୟ ରାଷ୍ଟ୍ର ହେବାକୁ ଯାଉଛି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯିବ । ଆୟୁଷ୍ମାନ ବୟୋବନ୍ଦନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ୫ ଜଣ ବରିଷ୍ଠ ନାଗରିକଙ୍କୁ କାର୍ଡ ଦିଆଯିବ । ୨୦୩୬ ବେଳକୁ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ ହୋଇଥିବା ଭିଜନ ଡକ୍ୟୁମେଣ୍ଟାରୀକୁ ଲୋକାର୍ପଣ କରିବେ । ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ । ଡିଜି ସମ୍ମିଳନୀ,

ବିଭିନ୍ନ ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବେ

ଭୁବନେଶ୍ବର ୧୮।୬: ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ୧ନଂ ରାଜ୍ୟରେ ପରିଣତ ହେବ । ଏଥିପାଇଁ ହୋଇଥିବା ବିଭିନ୍ନ ଯୋଜନାର ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ଗୋଟିଏ ବର୍ଷ ପୂରଣ ହୋଇଛି । ଓଡ଼ିଶାର ସାମଗ୍ରିକ ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିର୍ବାଚନ ପରେ ଓଡ଼ିଶାକୁ ଷଷ୍ଠ ଥର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ‘ଅପରେସନ ସିନ୍ଦୂର’ ପରେ ଓଡ଼ିଶାକୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । 

ମନମୋହନ ଆହୁରି କହିଛନ୍ତି, ଭାରତ ଏକ ଅଗ୍ରଗଣ୍ୟ ରାଷ୍ଟ୍ର ହେବାକୁ ଯାଉଛି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯିବ । ଆୟୁଷ୍ମାନ ବୟୋବନ୍ଦନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ୫ ଜଣ ବରିଷ୍ଠ ନାଗରିକଙ୍କୁ କାର୍ଡ ଦିଆଯିବ । ୨୦୩୬ ବେଳକୁ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ ହୋଇଥିବା ଭିଜନ ଡକ୍ୟୁମେଣ୍ଟାରୀକୁ ଲୋକାର୍ପଣ କରିବେ । ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ । ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଓଡ଼ିଶା ଆସିଛନ୍ତି । ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ ହେଉଛି । ଏୟାରପୋର୍ଟରୁ ଜନତା ମଇଦାନ ଯାଏ ରୋଡ଼ ସୋ’ ହେବ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ରୋଡ଼ ସୋ’ରେ ଉପସ୍ଥିତ ରହିବେ । ମୋଦୀଙ୍କୁ  ସ୍ୱାଗତ ବେଳେ କେବଳ ତ୍ରିରଙ୍ଗା ରହିବ ବୋଲି ମନମୋହନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଉ ଦିନକ ପରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦୀ । ମୋହନ ସରକାରଙ୍କ ଏକ ବର୍ଷପୂର୍ତ୍ତି ପାଳନ ପାଇଁ ଭୁବନେଶ୍ବର ଜନତା ମଇଦାନରେ ରହିଛି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ଲାଗିପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ କରିବେ ରୋଡ୍ ସୋ' । ଏଥିପାଇଁ ମଙ୍ଗଳବାର ଏସ୍‌ପିଜି ପ୍ରଧାନମନ୍ତ୍ରୀ ଗସ୍ତର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଜନତା ମଇଦାନରେ ପହଞ୍ଚି ରାଜସ୍ବ, ପୂର୍ତ୍ତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ସମୀକ୍ଷା କରିଥିବା ବେଳେ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଗସ୍ତର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । 

ଜନତା ମଇଦାନରେ ହେବାକୁ ଥିବା ମୋହନ ସରକାରଙ୍କ ଏକ ବର୍ଷପୂର୍ତ୍ତି ପାଳନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଥିପାଇଁ ଜନତା ମଇଦାନରେ ୧ ଲକ୍ଷ ଲୋକଙ୍କ ସମାଗମ ହେବେ । ପ୍ରତି ବ୍ଲକରୁ ବିଜେପିର କର୍ମୀ ଏହି ଉତ୍ସବରେ ଯୋଗଦେବେ । ସେଥିପାଇଁ ସମସ୍ତ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି । ଜନତା ମଇଦାନରେ ଗୋଟିଏ ବଡ ଷ୍ଟେଜ କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ବସିବା ସହିତ ତିନି କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମାନେ ବସିବେ । ତଳେ ଭିଭିଆଇପି, ଭିଆଇପି, ନେତା, ସାମ୍ବାଦିକ ଏବଂ କର୍ମୀଙ୍କ ପାଇଁ ଅଲଗା ଅଲଗା ବ୍ଲକ କରାଯାଇଛି । ସେହି  ଦିନ ମୋଦୀ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ ମୂଳଦୂଆ ପକାଇବେ । ପ୍ରାୟ ୧୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଅନେକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।   ଏପରିକି ପ୍ରଧାନମନ୍ତ୍ରୀଙ୍କ ଆଗରେ ମୋହନ ସରକାର, ୨୦୩୬ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ କରିଥିବା ଭିଜନ ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ଏସପିଜି । ଓଡ଼ିଶାରେ ଦୁଇ ଘଣ୍ଟା ରହିବେ ମୋଦୀ । ବିମାନବନ୍ଦରରୁ ଜନତା ମଇଦାନ ରୋଡ୍ ସୋ' କରିବେ । ଏହି ସମୟରେ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ୨୮ଟି ପଏଣ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ବାଜା ବାଣରେ ସ୍ବାଗତ କରାଯିବ । ସେଥିପାଇଁ ଆଜି ବିମାନବନ୍ଦରରେ ଏସପିଜି, ବିମାନବନ୍ଦର ନିର୍ଦ୍ଦେଶକ, କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ, ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଏବଂ ପ୍ରିୟଦର୍ଶୀ ମିଶ୍ରଙ୍କୁ ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । 

ଭୁବନେଶ୍ବରରେ ବିମାନ ବନ୍ଦରରୁ ଏଜି ଛକ, ରାଜଭବନରୁ ଜୟଦେବ ବିହାର ରାସ୍ତା ଦେଇ ପ୍ରଧନାମନ୍ତ୍ରୀ ଜନତା ମଇଦାନକୁ ଗସ୍ତ କରିବେ । ଏହି ରୁଟ ଲାଇନରେ ଫିଲଡ ଭିଜିଟ କରି ସୁରକ୍ଷା ଯାଞ୍ଚ କରିଛି ଏସପିଜି । ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଗସ୍ତର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଷଷ୍ଠ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏଥର କେନ୍ଦ୍ର ସରକାରଙ୍କ ୧୧ ବର୍ଷର ହିସାବ ରଖିବେ ମୋଦୀ ।

You Can Read:

ବେଡରୁମ୍‌ରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ! ଜଣାପଡିନି ମୃତ୍ୟୁର କାରଣ