ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ । ଘଟଣା ପଛରେ ଟଙ୍କା କାରବାର ସୂଚନା ରହିଛି ... The post ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ appeared first on .
ନନ୍ଦିଘୋଷ ବ୍ୟୁରୋ: ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ । ଘଟଣା ପଛରେ ଟଙ୍କା କାରବାର ସୂଚନା ରହିଛି । ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ପନ୍ଦାଡୋ ଅଞ୍ଚଳରେ ଏହି ଘଟଣା ଘଟିଛି । ପନ୍ଦାଡୋ ଗାଁର ନରେନ୍ଦ୍ର ନାୟକ ପୁଅ ସନାତନ ସହ ଆଜି ହାଟଡିହି କୋର୍ଟକୁ ଏକ ମାମଲାରେ ହାଜିରା ପାଇଁ ଯାଇଥିଲେ । ସୁକୁମାର ପଳତା ନାମକ ବ୍ଯକ୍ତିଙ୍କ ଅଭିଯୋଗରେ ଏକ ଆର୍ଥିକ କାରବାର ପୂର୍ବରୁ ସନାତନ ଜେଲରେ ତିନିମାସ ରହି ବେଲରେ ଆସିଥିଲେ । ଆଜି ଥିଲା ଉକ୍ତ କେସ୍ ର ତାରିଖ । କୋର୍ଟରେ ତାରିଖ ସାରି ଉଭୟ ବାପ ପୁଅ ଘରକୁ ଫେରୁଥିବା ସମୟରେ ହାଟଡିହି ବ୍ଲକ୍ ନାହାଳିଆ ପୋଲ ନିକଟରେ ଜଗି ରହିଥିବା କିଛି ଦୃବୁତ୍ତ ଉଭୟ ବାପ ପୁଅଙ୍କୁ ମାଡ ମାରି ବାପା ନରେନ୍ଦ୍ରଙ୍କୁ ଅଚେତ ଅବସ୍ଥାରେ ପକାଇଦେଇ ପୁଅକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ତେବେ ସୁକୁମାର ପଳାତଙ୍କ ଇଙ୍ଗିତରେ ଏଭଳି କାଣ୍ଡ ହୋଇଥିବା ପୋଲିସ୍ ନିକଟରେ ଅଭିଯୋଗ ହୋଇଛି । ଅପହରଣ ପରେ ଘରଲୋକ ଙ୍କୁ ଫୋନ୍ କରି ୫ଲକ୍ଷ ଟଙ୍କା ଦାବି କରିଛନ୍ତି ଅପହରଣକାରୀ । ଅନ୍ଯପଟେ ଗୁରୁତର ଅବସ୍ଥାରେ ବାପା ନରେନ୍ଦ୍ରଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
The post ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ appeared first on .