ଚକିତ ହୋଇଯାଇଥିଲା ବ୍ରିଟିଶ୍ ଶାସନ
ଭାରତର ସ୍ବାଧୀନତା ସହ ଜଡ଼ିତ ଏମିତି କେତେକ ଘଟଣା ରହିଛି, ଯାହା ଅବିସ୍ମରଣୀୟ ଇତିହାସରେ ପରିଣତ ହୋଇଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ଭାରତ ଛାଡ଼ ଆନ୍ଦୋଳନ। ୧୯୪୨ ମସିହା ଆଜିର ଦିନ ଅର୍ଥାତ୍ ୮ ଅଗଷ୍ଟରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ। ସେତେବେଳେ ଦ୍ବିତୀୟ ବିଶ୍ୱଯୁଦ୍ଧରେ ଫସିଥିବା ଇଂଲଣ୍ଡ ଭାରତରେ ଏଭଳି ଆନ୍ଦୋଳନ ଆଶା କରି ନ ଥିଲା। ଏଥିରେ ସମଗ୍ର ବ୍ରିଟିଶ ଶାସନ ସ୍ତବ୍ଧ […] The post ଚକିତ ହୋଇଯାଇଥିଲା ବ୍ରିଟିଶ୍ ଶାସନ appeared first on Dharitri Odia News.
ଭାରତର ସ୍ବାଧୀନତା ସହ ଜଡ଼ିତ ଏମିତି କେତେକ ଘଟଣା ରହିଛି, ଯାହା ଅବିସ୍ମରଣୀୟ ଇତିହାସରେ ପରିଣତ ହୋଇଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ଭାରତ ଛାଡ଼ ଆନ୍ଦୋଳନ। ୧୯୪୨ ମସିହା ଆଜିର ଦିନ ଅର୍ଥାତ୍ ୮ ଅଗଷ୍ଟରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା।
ଜାତିର ପିତା ମହାତ୍ମା ଗାନ୍ଧୀ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ। ସେତେବେଳେ ଦ୍ବିତୀୟ ବିଶ୍ୱଯୁଦ୍ଧରେ ଫସିଥିବା ଇଂଲଣ୍ଡ ଭାରତରେ ଏଭଳି ଆନ୍ଦୋଳନ ଆଶା କରି ନ ଥିଲା। ଏଥିରେ ସମଗ୍ର ବ୍ରିଟିଶ ଶାସନ ସ୍ତବ୍ଧ ହୋଇଯାଇଥିଲା। ୧୯୪୨ ମସିହାର ଏହି ଆନ୍ଦୋଳନ ୧୮୫୭ ପରେ ଦେଶର ସ୍ବାଧୀନତା ପାଇଁ ହୋଇଥିବା ବଡ଼ ଆନ୍ଦୋଳନ ସାବ୍ୟସ୍ତ ହୋଇଥିଲା।
ଭାରତଛାଡ଼ ଆନ୍ଦୋଳନର ପ୍ରଭାବ ଦେଶବାସୀଙ୍କ ଉପରେ ଗଭୀର ଭାବେ ପଡ଼ିଥିଲା। ଏହି ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ‘କର ବା ମର’ ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନ ଲୋକଙ୍କୁ ଏପରି ପ୍ରଭାବିତ କଲା ଯେ, ଇଂରେଜମାନଙ୍କୁ ପରବର୍ତ୍ତୀ ସମୟରେ ଭାରତ ଛାଡିବାକୁ ପଡିଲା। ତେବେ ଆନ୍ଦୋଳନ ଆରମ୍ଭ କରି ଗାନ୍ଧିଜୀ କହିଥିଲେ, ଇଂରେଜମାନେ ଏବେ ତୁରନ୍ତ ଭାରତ ଛାଡିଯିବା ଉଚିତ।
ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହେବାର ପରଦିନ ଅର୍ଥାତ୍ ଅଗଷ୍ଟ ୯ରେ ବ୍ରିଟିଶ ସରକାର ବହୁ ସଂଗ୍ରାମୀଙ୍କୁ ଗିରଫ କରିଥିଲେ। ଏଥିରେ ଗାନ୍ଧିଜୀ ମଧ୍ୟ ସାମିଲ ଥିଲେ। ଏହି ସମୟ ମଧ୍ୟରେ ଅନେକ ଲୋକ ପ୍ରାଣ ହରାଇଥିଲେ। ପ୍ରତିବର୍ଷ ଏହି ଦିନରେ ଭାରତ ଛାଡ଼ ଆନ୍ଦୋଳନରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ।
The post ଚକିତ ହୋଇଯାଇଥିଲା ବ୍ରିଟିଶ୍ ଶାସନ appeared first on Dharitri Odia News.