ଚକୋଲେଟ ଦେଇ ରୁମକୁ ଡାକିଲା, ୩ ବର୍ଷର ଝିଅକୁ ଦୁଷ୍କର୍ମ କଲା

ଅଭିଯୁକ୍ତ ଅଜୟର ଘର ଉତ୍ତର ପ୍ରଦେଶରେ। ସେ ଏଠାରେ ପେଣ୍ଟର ଭାବେ କାମ କରୁଥିଲା।

ଚକୋଲେଟ ଦେଇ ରୁମକୁ ଡାକିଲା, ୩ ବର୍ଷର ଝିଅକୁ ଦୁଷ୍କର୍ମ କଲା

ପୂଣି ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଓ ଲଜ୍ଜାଜନକ ଘଟଣା। ଜଣେ ୩ ବର୍ଷର ଝିଅକୁ ଦୁଷ୍କର୍ମ କରିଛି ଜଣେ ଯୁବକ। ଝିଅଟିକୁ ସେ ଚକୋଲେଟ ଦେବା ନାଁରେ ନିଜ ରୁମକୁ ଡାକିବା ପରେ ତା’ ସହ ଘଟାଇଛି ଏମିତି କାଣ୍ଡ। ତେଲଙ୍ଗାନାରେ ସିଦ୍ଦିପେଟରେ ଏପରି ଘଟଣା ଘଟିଥିବା ବୁଧବାର ପୁଲିସ୍‌ ସୂଚନା ଦେଇଛି। ପୁଲିସ୍‌ ଏହି ଘଟଣାରେ ଅଜୟ ନାମକ ଜଣେ ଯୁବକକୁ ଗିରଫ କରିଛି।

ପୁଲିସ୍‌ କହିଛି ଯେ ଘଟଣାଟି ଅଗଷ୍ଟ ୧୯ ତାରିଖ ସୋମବାର ଘଟିଥିଲା। ଅଭିଯୁକ୍ତ ଅଜୟର ଘର ଉତ୍ତର ପ୍ରଦେଶରେ। ସେ ଏଠାରେ ପେଣ୍ଟର ଭାବେ କାମ କରୁଥିଲା। ସେ ଯେଉଁ ହାଉସିଂ କମ୍ପ୍ଲେକ୍ସରେ କାମ କରୁଥିଲା, ସେଠାରେ ୩ ବର୍ଷର ଝିଅର ଘର।

ସେ ଝିଅଟିକୁ ଏକାକୀ ଦେଖିବା ପରେ ତା’କୁ ଚକୋଲେଟର ଲୋଭ ଦେଖାଇଥିଲା। ଝିଅଟି ଚକୋଲେଟ ଆଶାରେ ତା’ ପାଖକୁ ଯିବାରୁ ଅଜୟ ତା’କୁ ନିଜ ରୁମକୁ ନେଇ ଯାଇଥିଲା। ସେଠାରେ ସେ ତା’କୁ ଦୁଷ୍କର୍ମ କରିଥିଲା।

ଝିଅଟି ବାପା ୱାଚମ୍ୟାନ ଭାବେ କାମ କରନ୍ତି। ସେ ଘଟଣା ସମ୍ପର୍କରେ ଜାଣିବା ପରେ ୨୦ ତାରିଖରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗ ପାଇବା ପରେ ଅଜୟକୁ ଗିରଫ କରିଛି।

ବର୍ତ୍ତମାନ ଝିଅଟିର ଚିକିତ୍ସା ସିଦ୍ଦିପେଟର ଗୋଟିଏ ହସ୍ପିଟାଲରେ ଚାଲିଛି। ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପୁଲିସ କମିଶନ ଡ. ବି ଅରୁଦ୍ଧା କହିଛନ୍ତି, ଅଧିକାରୀମାନଙ୍କୁ ତୁରନ୍ତ ତଦନ୍ତ ସାରିବାକୁ ଓ ଚାର୍ଜଶିଟ ଫାଇଲ କରିବାକୁ କୁହାଯାଇଛି। ନ୍ୟାୟ ପ୍ରଦାନ ପାଇଁ ଫାଷ୍ଟଟ୍ରାକ ବିଚାର ପାଇଁ ପଦକ୍ଷେପ ଗ୍ରହଣ କରାଯିବ।