ଚଢଉ ବେଳେ ଇଡି ଟିମ୍ ଉପରେ ଅତର୍କୀତ ଆକ୍ରମଣ । ଟିଏମସି ନେତାଙ୍କ ଘର ରେଡ୍ କରିବାକୁ ଯାଇଥିଲେ ଅଧିକାରୀ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଚଢ଼ାଉ ବେଳେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବନଗାଓଁର ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କ ବନଗାଓଁସ୍ଥିତ ବାସଭବନରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଇଡି ଅଧିକାରୀଙ୍କୁ ଏକକାଳୀନ ୩୦୦ ଲୋକ ଆକ୍ରମଣ କରିଥିବା ଜଣାପଡିଛି । ଇଡି ଟିମ୍ ଟିଏମସି ନେତା ଶାହାଜାହାନ […] The post ଚଢଉ ବେଳେ ଇଡି ଟିମ୍ ଉପରେ ଅତର୍କୀତ ଆକ୍ରମଣ । ଟିଏମସି ନେତାଙ୍କ ଘର ରେଡ୍ କରିବାକୁ ଯାଇଥିଲେ ଅଧିକାରୀ । first appeared on Kanak News.

ଚଢଉ ବେଳେ ଇଡି ଟିମ୍ ଉପରେ ଅତର୍କୀତ ଆକ୍ରମଣ । ଟିଏମସି ନେତାଙ୍କ ଘର ରେଡ୍ କରିବାକୁ ଯାଇଥିଲେ ଅଧିକାରୀ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଚଢ଼ାଉ ବେଳେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବନଗାଓଁର ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କ ବନଗାଓଁସ୍ଥିତ ବାସଭବନରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଇଡି ଅଧିକାରୀଙ୍କୁ ଏକକାଳୀନ ୩୦୦ ଲୋକ ଆକ୍ରମଣ କରିଥିବା ଜଣାପଡିଛି ।

ଇଡି ଟିମ୍ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ପହଞ୍ଚିଥିଲା। ଏହି ଟିମ୍ ସେଠାରେ ପହଞ୍ଚି ଶାହାଜାହାନଙ୍କ ଘରର ତାଲା ଭାଙ୍ଗିଥିଲା। ଏହାପରେ ଗ୍ରାମବାସୀ ଏକାଠି ହୋଇ ଇଡି ଟିମ୍ ଉପରେ ଆକ୍ରମଣ କରିଥିଲେ। ସେମାନେ ସେହି ଅଞ୍ଚଳରୁ ଇଡି ଏବଂ ଗଣମାଧ୍ୟମକୁ ହଟାଇବାକୁ ଚେଷ୍ଟା କରିଥିଲେ। ଏହି ଆକ୍ରମଣରେ ଜି ମିଡିଆର ରିପୋର୍ଟର ଅୟାନ ଘୋଷାଲ, କ୍ୟାମେରାମ୍ୟାନ ଓ ଡ୍ରାଇଭର ଆହତ ହୋଇଛନ୍ତି। ଗ୍ରାମବାସୀ ଇଡିକୁ ଘଉଡାଇ ଦେଇଥିଲେ।

The post ଚଢଉ ବେଳେ ଇଡି ଟିମ୍ ଉପରେ ଅତର୍କୀତ ଆକ୍ରମଣ । ଟିଏମସି ନେତାଙ୍କ ଘର ରେଡ୍ କରିବାକୁ ଯାଇଥିଲେ ଅଧିକାରୀ । first appeared on Kanak News.