୯୦ ଲକ୍ଷରେ ବିକ୍ରି ବାଜ ଚିଆଁ, ଜାଣନ୍ତୁ ଏହାର କଣ ରହିଛି ବିଶେଷତ୍ବ ?

ନୂଆଦିଲ୍ଲୀ ୨୬।୦୮: ବାଜ ପକ୍ଷୀ । ଏମାନେ ବହୁତ ଭଲ ଶିକାରୀ । କିନ୍ତୁ କେବେ ବାଜ ପକ୍ଷୀର ଚିଆଁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେବା ଶୁଣିଛନ୍ତି କି। ଶୁଣିଲେ ନିଶ୍ଚୟ ତାଜୁବ ଲାଗୁଛି ନାଁ । କିନ୍ତୁ ଏବେ ଏହି ବାଜ ପକ୍ଷୀର ଚିଆଁକୁ ନେଇ ବେଶ୍‌ ଚର୍ଚ୍ଚା । ବାସ୍ତବରେ ଗୋଟିଏ ବାଜ ପକ୍ଷୀର ଚିଆଁ ବିକ୍ରି ହୋଇଛି ୯୦ ଲକ୍ଷରେ । ଯାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଚିଆଁଟି ସାଉଦି ଆରବର ରିୟାଦର ଏକ ନିଲାମିରେ ୮୯.୪୭ ଲକ୍ଷରେ ବିକ୍ରି ହୋଇଛି । ଏହାର ପ୍ରାରମ୍ଭିକ ବୋଲି ଥିଲା ୨୨.୩୭ ଲକ୍ଷ । ଏବେ ପ୍ରଶ୍ନ ଆସୁଛି ଏହି ଚିଆଁର ଦାମ୍‌ ଏତେ ଅଧିକ କାହିଁକି ?  ବାସ୍ତବରେ ଏହାର କାରଣ ହେଉଛି ବାଜ ପ୍ରଜାତି ଏବଂ ବିଶେଷତା । ଏହା ପେରେଗ୍ରିନ୍ ଫାଲକନ୍ ପ୍ରଜାତିର । ଯାହା ନିଜର ଚମତ୍କାର ଶିକାର କ୍ଷମତା ପାଇଁ ଜଣାଶୁଣା । ଏହା ଘଣ୍ଟାପ୍ରତି ୩୨୦ କିମି ବେଗରେ ଉଡିଥାଏ । ଯାହା ଏହି ବାଜକୁ ପୃଥିବୀର ଦ୍ରୁତତମ ପ୍ରାଣୀ କରିଥାଏ । ରିୟାଦରେ ଅନୁଷ୍ଠିତ ଏକ ନିଲାମିରେ ଏହି ବାଜ୍‌ ଚିଆଁକୁ ୮୯.୪୭ ଲକ୍ଷରେ ବିକ୍ରି କରାଯାଇଛି । ଏହାର ପ୍ରାରମ୍ଭିକ ବୋଲି ଥିଲା ୨୨.୩୭ ଲକ୍ଷ ।ପେରେଗ୍ରିନ୍ ଫାଲକନ୍ ଚିଆଁ ବିଶେଷତଃ ଅଲ୍ଟ୍ରା ହ୍ବାଇଟ୍‌ ପରି ବିରଳ ତଥା ସ୍ବତନ୍ତ୍ର । ଏହି ପ୍ରଜାତିର ପାଳନ ପୋଷଣ ଏବଂ ଟ୍ରେନ କରିବା ବହୁତ କଷ୍ଟ । ଏମାନଙ୍କର ପ୍ରଜନନ କ୍ଷମତା ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର । ଯେଉଁଥିପାଇଁ ଏହାର ଦାମ୍‌ ଏତେ ଅଧିକ ।  

୯୦ ଲକ୍ଷରେ ବିକ୍ରି ବାଜ ଚିଆଁ, ଜାଣନ୍ତୁ ଏହାର କଣ ରହିଛି ବିଶେଷତ୍ବ ?

ନୂଆଦିଲ୍ଲୀ ୨୬।୦୮: ବାଜ ପକ୍ଷୀ । ଏମାନେ ବହୁତ ଭଲ ଶିକାରୀ । କିନ୍ତୁ କେବେ ବାଜ ପକ୍ଷୀର ଚିଆଁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେବା ଶୁଣିଛନ୍ତି କି। ଶୁଣିଲେ ନିଶ୍ଚୟ ତାଜୁବ ଲାଗୁଛି ନାଁ । କିନ୍ତୁ ଏବେ ଏହି ବାଜ ପକ୍ଷୀର ଚିଆଁକୁ ନେଇ ବେଶ୍‌ ଚର୍ଚ୍ଚା । ବାସ୍ତବରେ ଗୋଟିଏ ବାଜ ପକ୍ଷୀର ଚିଆଁ ବିକ୍ରି ହୋଇଛି ୯୦ ଲକ୍ଷରେ । ଯାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । 

ଚିଆଁଟି ସାଉଦି ଆରବର ରିୟାଦର ଏକ ନିଲାମିରେ ୮୯.୪୭ ଲକ୍ଷରେ ବିକ୍ରି ହୋଇଛି । ଏହାର ପ୍ରାରମ୍ଭିକ ବୋଲି ଥିଲା ୨୨.୩୭ ଲକ୍ଷ । ଏବେ ପ୍ରଶ୍ନ ଆସୁଛି ଏହି ଚିଆଁର ଦାମ୍‌ ଏତେ ଅଧିକ କାହିଁକି ?  ବାସ୍ତବରେ ଏହାର କାରଣ ହେଉଛି ବାଜ ପ୍ରଜାତି ଏବଂ ବିଶେଷତା । ଏହା ପେରେଗ୍ରିନ୍ ଫାଲକନ୍ ପ୍ରଜାତିର । 

ଯାହା ନିଜର ଚମତ୍କାର ଶିକାର କ୍ଷମତା ପାଇଁ ଜଣାଶୁଣା । ଏହା ଘଣ୍ଟାପ୍ରତି ୩୨୦ କିମି ବେଗରେ ଉଡିଥାଏ । ଯାହା ଏହି ବାଜକୁ ପୃଥିବୀର ଦ୍ରୁତତମ ପ୍ରାଣୀ କରିଥାଏ । ରିୟାଦରେ ଅନୁଷ୍ଠିତ ଏକ ନିଲାମିରେ ଏହି ବାଜ୍‌ ଚିଆଁକୁ ୮୯.୪୭ ଲକ୍ଷରେ ବିକ୍ରି କରାଯାଇଛି । ଏହାର ପ୍ରାରମ୍ଭିକ ବୋଲି ଥିଲା ୨୨.୩୭ ଲକ୍ଷ ।

ପେରେଗ୍ରିନ୍ ଫାଲକନ୍ ଚିଆଁ ବିଶେଷତଃ ଅଲ୍ଟ୍ରା ହ୍ବାଇଟ୍‌ ପରି ବିରଳ ତଥା ସ୍ବତନ୍ତ୍ର । ଏହି ପ୍ରଜାତିର ପାଳନ ପୋଷଣ ଏବଂ ଟ୍ରେନ କରିବା ବହୁତ କଷ୍ଟ । ଏମାନଙ୍କର ପ୍ରଜନନ କ୍ଷମତା ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର । ଯେଉଁଥିପାଇଁ ଏହାର ଦାମ୍‌ ଏତେ ଅଧିକ ।