ମହଙ୍ଗା ପଡିଲା ଓମ୍‌ ବିର୍ଲାଙ୍କ ଝିଅଙ୍କ ବିରୋଧରେ ବିବାଦୀୟ ପୋଷ୍ଟ, ୟୁଟ୍ୟୁବର ଧ୍ରୁବ୍ ରାଠିଙ୍କ ବିରୋଧରେ ମାମଲା

ମୁମ୍ୱାଇ ୧୩/୦୭: ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି ୟୁଟ୍ୟୁବ ଧ୍ରୁବ୍ ରାଠି । ତାଙ୍କ ବିରୋଧରେ ମହାରାଷ୍ଟ୍ର ନୋଡାଲ ସାଇବର ପୋଲିସ ପକ୍ଷରୁ ଏକ ଏଫଆଇଆର ରୁଜୁ ହୋଇଛି । ଏହି ଏଫଆଇଆର ଗୋଟିଏ ନକଲି X ପୋଷ୍ଟ ସମ୍ବନ୍ଧରେ ଦାଖଲ କରାଯାଇଛି । ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଜାଣିବାକୁ ଚେଷ୍ଟା କରୁଛି ଯେ ଯେଉଁ ବ୍ୟକ୍ତିଙ୍କଠାରୁ ଏହି ଟୁଇଟ୍ କରାଯାଇଛି ତାହା ଧ୍ରୁବ ରାଠିଙ୍କ ଅଟେ କି ଆଉ କାହାର ତାହାର ଯାଞ୍ଚ ରହିଛି । ସୂଚନାଥାଉକି, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଝିଅ ବିରୋଧରେ ବିବାଦୀୟ ପୋଷ୍ଟ ମାମଲାରେ ଧ୍ରୁବ ରାଠିଙ୍କ ବିରୋଧରେ ଏହି ଏଫଆଇଆର ଦାଖଲ କରାଯାଇଛି । ଏହି ପୋଷ୍ଟ ମାଧ୍ୟମରେ ଅଭିଯୋଗ ହୋଇଛି ଯେ ସେ ପରୀକ୍ଷା ନ ଦେଇ ୟୁପିଏସସି କ୍ଲିଅର କରିଛନ୍ତି । ଧ୍ରୁବ ରାଠୀଙ୍କ ବିରୋଧରେ ଏହି ଏଫଆଇଆର ଓମ ବିର୍ଲାଙ୍କ ପରିବାର ସଦସ୍ୟ ଦେଇଥିବା ଅଭିଯୋଗ ପରେ ପଞ୍ଜିକୃତ ହୋଇଛି ।ଅଭିଯୋଗରେ କୁହାଯାଇଛି ଯେ ଅଞ୍ଜଳି ବିର୍ଲାଙ୍କୁ ଏହି ପୋଷ୍ଟ ମାଧ୍ୟମରେ ୟୁପିଏସସି ପରୀକ୍ଷା କ୍ଲିଅର କରିବା ନେଇ ଏକ ପ୍ରଶ୍ନ ଉଠିଛି। ଯେଉଁଥିରେ କୁହାଯାଏ ଯେ ଅଞ୍ଜଳି ପରୀକ୍ଷା ନ ଦେଇ ପରୀକ୍ଷା ପାସ୍ କରିଥିଲେ । ଏ ପ୍ରସଙ୍ଗରେ ଧ୍ରୁବ ରାଠିଙ୍କ ପ୍ରତିକ୍ରିୟା ମିଳିପାରିନି । କହିବାକୁ ଗଲେ ଧ୍ରୁବ ରାଠି ଖୁବ୍ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ନିକଟରେ ସେ ତାଙ୍କ ପତ୍ନୀଙ୍କ ସହ ଏ ବିଷୟରେ ଟୁଇଟ୍ କରିଥିଲେ।

ମହଙ୍ଗା ପଡିଲା ଓମ୍‌ ବିର୍ଲାଙ୍କ ଝିଅଙ୍କ ବିରୋଧରେ ବିବାଦୀୟ ପୋଷ୍ଟ, ୟୁଟ୍ୟୁବର ଧ୍ରୁବ୍ ରାଠିଙ୍କ ବିରୋଧରେ ମାମଲା

ମୁମ୍ୱାଇ ୧୩/୦୭: ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି ୟୁଟ୍ୟୁବ ଧ୍ରୁବ୍ ରାଠି । ତାଙ୍କ ବିରୋଧରେ ମହାରାଷ୍ଟ୍ର ନୋଡାଲ ସାଇବର ପୋଲିସ ପକ୍ଷରୁ ଏକ ଏଫଆଇଆର ରୁଜୁ ହୋଇଛି । ଏହି ଏଫଆଇଆର ଗୋଟିଏ ନକଲି X ପୋଷ୍ଟ ସମ୍ବନ୍ଧରେ ଦାଖଲ କରାଯାଇଛି । ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଜାଣିବାକୁ ଚେଷ୍ଟା କରୁଛି ଯେ ଯେଉଁ ବ୍ୟକ୍ତିଙ୍କଠାରୁ ଏହି ଟୁଇଟ୍ କରାଯାଇଛି ତାହା ଧ୍ରୁବ ରାଠିଙ୍କ ଅଟେ କି ଆଉ କାହାର ତାହାର ଯାଞ୍ଚ ରହିଛି । 

ସୂଚନାଥାଉକି, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଝିଅ ବିରୋଧରେ ବିବାଦୀୟ ପୋଷ୍ଟ ମାମଲାରେ ଧ୍ରୁବ ରାଠିଙ୍କ ବିରୋଧରେ ଏହି ଏଫଆଇଆର ଦାଖଲ କରାଯାଇଛି । ଏହି ପୋଷ୍ଟ ମାଧ୍ୟମରେ ଅଭିଯୋଗ ହୋଇଛି ଯେ ସେ ପରୀକ୍ଷା ନ ଦେଇ ୟୁପିଏସସି କ୍ଲିଅର କରିଛନ୍ତି । ଧ୍ରୁବ ରାଠୀଙ୍କ ବିରୋଧରେ ଏହି ଏଫଆଇଆର ଓମ ବିର୍ଲାଙ୍କ ପରିବାର ସଦସ୍ୟ ଦେଇଥିବା ଅଭିଯୋଗ ପରେ ପଞ୍ଜିକୃତ ହୋଇଛି ।

ଅଭିଯୋଗରେ କୁହାଯାଇଛି ଯେ ଅଞ୍ଜଳି ବିର୍ଲାଙ୍କୁ ଏହି ପୋଷ୍ଟ ମାଧ୍ୟମରେ ୟୁପିଏସସି ପରୀକ୍ଷା କ୍ଲିଅର କରିବା ନେଇ ଏକ ପ୍ରଶ୍ନ ଉଠିଛି। ଯେଉଁଥିରେ କୁହାଯାଏ ଯେ ଅଞ୍ଜଳି ପରୀକ୍ଷା ନ ଦେଇ ପରୀକ୍ଷା ପାସ୍ କରିଥିଲେ । ଏ ପ୍ରସଙ୍ଗରେ ଧ୍ରୁବ ରାଠିଙ୍କ ପ୍ରତିକ୍ରିୟା ମିଳିପାରିନି । କହିବାକୁ ଗଲେ ଧ୍ରୁବ ରାଠି ଖୁବ୍ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ନିକଟରେ ସେ ତାଙ୍କ ପତ୍ନୀଙ୍କ ସହ ଏ ବିଷୟରେ ଟୁଇଟ୍ କରିଥିଲେ।