ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର, ରୁଜୁ ହେଲା ଅପମୃତ୍ୟୁ ମାମଲା
କଟକ ୦୯/୦୯: ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର । କଟକ ସିଡିଏ ସେକ୍ଟର ୯ ସ୍ଥିତ ଭଡ଼ା ଘରୁ ମୃତଦେହ ଉଦ୍ଧାର କଲା ପୋଲିସ । ମୃତ ଅଧ୍ୟାପିକା ହେଲେ ଅନନ୍ୟା ଚକ୍ରବର୍ତ୍ତୀ । ମୃତ ଅନନ୍ୟାଙ୍କ ଘର ପଶ୍ଚିମବଙ୍ଗ । ଜାତୀୟ ଆଇନ ବିଶ୍ଵ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ଅନନ୍ୟା । ଅପମୃତ୍ୟୁ ମାମଲା ରୁଜୁ କରି ମର୍କତ ନଗର ଥାନା ପୋଲିସର ତଦନ୍ତ ଆରମ୍ଭ ।ସୂଚନା ଥାଉକି, କଟକ ସିଡିଏ ସେକ୍ଟର ୯ ସ୍ଥିତ ଭଡ଼ାରେ ରହୁଥିଲେ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ । ତେବେ ଏବେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି କି ନା ସେ କଥା ଜଣାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।
କଟକ ୦୯/୦୯: ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର । କଟକ ସିଡିଏ ସେକ୍ଟର ୯ ସ୍ଥିତ ଭଡ଼ା ଘରୁ ମୃତଦେହ ଉଦ୍ଧାର କଲା ପୋଲିସ । ମୃତ ଅଧ୍ୟାପିକା ହେଲେ ଅନନ୍ୟା ଚକ୍ରବର୍ତ୍ତୀ । ମୃତ ଅନନ୍ୟାଙ୍କ ଘର ପଶ୍ଚିମବଙ୍ଗ । ଜାତୀୟ ଆଇନ ବିଶ୍ଵ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ଅନନ୍ୟା । ଅପମୃତ୍ୟୁ ମାମଲା ରୁଜୁ କରି ମର୍କତ ନଗର ଥାନା ପୋଲିସର ତଦନ୍ତ ଆରମ୍ଭ ।
ସୂଚନା ଥାଉକି, କଟକ ସିଡିଏ ସେକ୍ଟର ୯ ସ୍ଥିତ ଭଡ଼ାରେ ରହୁଥିଲେ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ । ତେବେ ଏବେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି କି ନା ସେ କଥା ଜଣାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।