ଚଢ଼ାଉ ବେଳେ ଆଇଆଇସିଙ୍କୁ ଆକ୍ରମଣ: ପଥର ମାଡ଼ରେ ଥାନା ଗାଡ଼ି ଭାଙ୍ଗିଲା
ଉଦଳା, ୧୮।୧୨(ସନ୍ତୋଷ କୁମାର ବାଚ୍ଛିନୀ)-ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ରୋକିବାକୁ ଚଢ଼ାଉ ବେଳେ ସଂଘବଦ୍ଧ ଆକ୍ରମଣରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଆଇଆଇସି ପ୍ରକାଶ କୁମାର ରଥ ଆହତ ହୋଇଛନ୍ତି। ଚୋରାଚାଲାଣକାରୀଙ୍କ ପଥର ମାଡ଼ରେ ଥାନା ଗାଡ଼ି ଭାଙ୍ଗିରୁଜି ଯାଇଛି। ଏନେଇ ଥାନାରେ ଏକ ମାମଲା (ନଂ.୩୧୧/୨୪) ରୁଜୁ ହୋଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। କପ୍ତିପଦା ଥାନା ଅଧୀନ କପ୍ତିପଦା ଗଁାରେ ବୁଧବାର ପୂର୍ବାହ୍ନରେ ଏହି ଘଟଣା ଘଟିଛି। […] The post ଚଢ଼ାଉ ବେଳେ ଆଇଆଇସିଙ୍କୁ ଆକ୍ରମଣ: ପଥର ମାଡ଼ରେ ଥାନା ଗାଡ଼ି ଭାଙ୍ଗିଲା appeared first on Dharitri Odia News.
ଉଦଳା, ୧୮।୧୨(ସନ୍ତୋଷ କୁମାର ବାଚ୍ଛିନୀ)-ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ରୋକିବାକୁ ଚଢ଼ାଉ ବେଳେ ସଂଘବଦ୍ଧ ଆକ୍ରମଣରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଆଇଆଇସି ପ୍ରକାଶ କୁମାର ରଥ ଆହତ ହୋଇଛନ୍ତି। ଚୋରାଚାଲାଣକାରୀଙ୍କ ପଥର ମାଡ଼ରେ ଥାନା ଗାଡ଼ି ଭାଙ୍ଗିରୁଜି ଯାଇଛି। ଏନେଇ ଥାନାରେ ଏକ ମାମଲା (ନଂ.୩୧୧/୨୪) ରୁଜୁ ହୋଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। କପ୍ତିପଦା ଥାନା ଅଧୀନ କପ୍ତିପଦା ଗଁାରେ ବୁଧବାର ପୂର୍ବାହ୍ନରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କପ୍ତିପଦା ତହସିଲଦାର ଏବଂ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। କପ୍ତିପଦା ଗଁାର ଗୋଟିଏ ସ୍ଥାନରେ ବ୍ୟାପକ ପରିମାଣର ବାଲି ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ଦେଖିବାକୁ ପାଇଥିଲେ। ଉକ୍ତ ବାଲି ବାବଦରେ ପଚାରିବା ସମୟରେ ଘେରା ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ୫ରୁ ୬ଜଣ ମହିଳା ସଂଘବଦ୍ଧ ଭାବେ ଆଇଆଇସି ରଥଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ପଥର ମାଡ଼ରେ ଆଇଆଇସି ଆହତ ହେବା ସହ ଥାନା ଗାଡ଼ି ଭାଙ୍ଗିରୁଜି ଯାଇଥିଲା। କପ୍ତିପଦା ମେଡିକାଲରେ ଆଇଆଇସି ଚିକିତ୍ସିତ ହେବା ପରେ କାର୍ଯ୍ୟରେ ଯୋଗ ଦେଇଥିଲେ।
ଏହି ଘଟଣା ପରେ ମାଇନିଂ ବିଭାଗ ଅଧିକାରୀ, କପ୍ତିପଦା ତହସିଲଦାରଙ୍କ ସମେତ ପରିବହନ ବିଭାଗ ଅଧିକାରୀଙ୍କୁ ନେଇ ଥାନା ପରିସରରେ ଆଲୋଚନା ହୋଇଥିଲା। ପୁନଶ୍ଚ ସମସ୍ତେ ୧ ପ୍ଲାଟୁନ ପୋଲିସ ସହାୟତାରେ ମିଳିତ ଭାବେ ଉକ୍ତ ଗ୍ରାମରେ ପହଞ୍ଚତ୍ଥିଲେ। ନିକଟରେ ପ୍ରବାହିତ ସୋନ ନଦୀରୁ ବେଆଇନ ଭାବେ ଉତ୍ତୋଳନ କରି ବିକ୍ରି ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିବା ପ୍ରାୟ ୨୦ ଟ୍ରାକ୍ଟର ବାଲି ଜବତ କରି ଥାନାକୁ ନିଆଯାଇଛି। ଆକ୍ରମଣକାରୀମାନେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ ବୋଲି ଆଇଆଇସି ରଥ କହିଛନ୍ତି।
The post ଚଢ଼ାଉ ବେଳେ ଆଇଆଇସିଙ୍କୁ ଆକ୍ରମଣ: ପଥର ମାଡ଼ରେ ଥାନା ଗାଡ଼ି ଭାଙ୍ଗିଲା appeared first on Dharitri Odia News.