ହୁତୁହୁତୁ ହୋଇ ଜଳିଗଲା ୭ ବଖରା
ସୋର,୨୨।୧୧: ବାଲେଶ୍ୱର ଜିଲା ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟ ସର୍କିଟରୁ ପ୍ରଥମେ ଏକ ଚାଳ ଘରେ ନିଆଁ ଲାଗି ଯାଇଥିଲା। ଏହା କ୍ରମେ ଗୋଟିଏ ପରେ ଗୋଟିଏ ୭ଟି ଘରକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ଅଭିଯୋଗ […] The post ହୁତୁହୁତୁ ହୋଇ ଜଳିଗଲା ୭ ବଖରା appeared first on Dharitri Odia News.
ସୋର,୨୨।୧୧: ବାଲେଶ୍ୱର ଜିଲା ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟ ସର୍କିଟରୁ ପ୍ରଥମେ ଏକ ଚାଳ ଘରେ ନିଆଁ ଲାଗି ଯାଇଥିଲା। ଏହା କ୍ରମେ ଗୋଟିଏ ପରେ ଗୋଟିଏ ୭ଟି ଘରକୁ ବ୍ୟାପି ଯାଇଥିଲା।
ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ ସମ୍ପୂର୍ଣ୍ଣ ବାସହରା ହୋଇପଡିଛନ୍ତି। କ୍ଷୟକ୍ଷତିର ଆକଳନ କରି ତୁରନ୍ତ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
The post ହୁତୁହୁତୁ ହୋଇ ଜଳିଗଲା ୭ ବଖରା appeared first on Dharitri Odia News.