ଗଞ୍ଜାମ ଗାର୍ଲସ ହାଇସ୍କୁଲ ଚୋରି ମାମଲା,ଦୁଇ ଗିରଫ
ଗଞ୍ଜାମ,୧୮।୬(ବିଦ୍ୟାଧର ସାହୁ )ଗଞ୍ଜାମ ସହର ସ୍ଥିତ ଷ୍ଟେସନ ରୋଡ଼ ଠାରେ ଥିବା ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଗତ ଦୁଇଦିନ ତଳେ ସ୍କୁଲର ଇନଭାଇରଟର ବେଟେରି, ଶିଶିକ୍ୟାମେରା ଆଦି ଚୋରି ହୋଇଥିଲା । ଏନେଇ ସୋମବାର ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଯାନୀ ଗଞ୍ଜାମ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ଗଞ୍ଜାମ ପୋଲିସ ଥାନା ପକ୍ଷରୁ କେଶ ନଂ 148/24 ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଗଞ୍ଜାମ ଥାନା […] The post ଗଞ୍ଜାମ ଗାର୍ଲସ ହାଇସ୍କୁଲ ଚୋରି ମାମଲା,ଦୁଇ ଗିରଫ appeared first on Dharitri Odia News.
ଗଞ୍ଜାମ,୧୮।୬(ବିଦ୍ୟାଧର ସାହୁ )ଗଞ୍ଜାମ ସହର ସ୍ଥିତ ଷ୍ଟେସନ ରୋଡ଼ ଠାରେ ଥିବା ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଗତ ଦୁଇଦିନ ତଳେ ସ୍କୁଲର ଇନଭାଇରଟର ବେଟେରି, ଶିଶିକ୍ୟାମେରା ଆଦି ଚୋରି ହୋଇଥିଲା । ଏନେଇ ସୋମବାର ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଯାନୀ ଗଞ୍ଜାମ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ଗଞ୍ଜାମ ପୋଲିସ ଥାନା ପକ୍ଷରୁ କେଶ ନଂ 148/24 ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।
ଗଞ୍ଜାମ ଥାନା ଆଇଆଇସି ଦାୟିତ୍ୱରେ ଥିବା ଚନ୍ଦ୍ରିକା ସ୍ବାଇଁଙ୍କ ନେତୃତ୍ୱରେ ଏସଆଇ ଅନିରୁଦ୍ଧ ସୱାଇଁ, ସୁମୁନାଥ ରେଡି ପ୍ରମୁଖ ଏକ ପୋଲିସ ଟିମ ବିଭିନ୍ନ ସାଟେଲାଇଟ କ୍ୟାମେରା ଦେଖି ଅଭିଯୁକ୍ତ ମାନଙ୍କୁ ଚି଼ହ୍ନଟ କରିବା ସହ ସୋମବାର ରାତିରେ ସେମାନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମାନେ ହେଲେ ଶଙ୍କର ଗୌଡ଼(୨୯)ଏବଂ ଆକାଶ ବୈଦ୍ୟ । ସେମାନଙ୍କ ଘର କରଣ ସାହିର ବୋଲି ତଦନ୍ତକାରୀ ପୋଲିସ ଏସଆଇ ଅନିରୁଦ୍ଧ ସ୍ବାଇଁ ସୂଚନା ଦେଇଛନ୍ତି । ସେମାନଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ପୋଲିସ ଜବତ କରିଥିବା ଜଣାପଡିଛି। ଅଭିଯୁକ୍ତ ମାନେ ଯେଉଁଠି ଚୋରି କରିବାକୁ ଯାଇଥିଲେ ସେଠାରୁ ଶିଶି କ୍ୟାମେରା ବାହାର କରିବା ପୂର୍ବରୁ ସେମାନଙ୍କ ଫୋଟ କଏଦ ହୋଇଯାଇଥିଲା । ସେହି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସହଜ ହୋଇଯାଇଥିଲା । ସେମାନେ ବାହାର ରାଜ୍ୟରେ ରହୁଥିବା ବେଳେ ଏକମାସ ହେବ ଗାଁକୁ ଆସିଥିଲେ ବୋଲି ଗଞ୍ଜାମ ପୋଲିସ ଥାନା ପକ୍ଷରୁ କୁହାଯାଇଛି ।
The post ଗଞ୍ଜାମ ଗାର୍ଲସ ହାଇସ୍କୁଲ ଚୋରି ମାମଲା,ଦୁଇ ଗିରଫ appeared first on Dharitri Odia News.