ଚଢା ଦରରେ ବିକ୍ରି ହେଉଥିଲେ ଫୋନ୍‌ କର; ଜାରି ହେଲା ହେଲ୍‌ପଲାଇନ୍‌ ନମ୍ୱର

ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ଧାମରାରୁ ଭିତରକନିକାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ସହିତ ପବନ ବୋହିପାରେ।

ଚଢା ଦରରେ ବିକ୍ରି ହେଉଥିଲେ ଫୋନ୍‌ କର; ଜାରି ହେଲା ହେଲ୍‌ପଲାଇନ୍‌ ନମ୍ୱର

ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହେଲା ହେଲ୍‌ପ ଲାଇନ୍‌ ନମ୍ବର। ୦୬୭୪-୨୩୯୬୨୨୭ରେ ଅଭିଯୋଗ କରିପାରିବେ ଖାଉଟି। କଲ୍‌ କରି ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିପାରିବେ। ଅଭିଯୋଗ ଅନୁସାରେ ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ଧାମରାରୁ ଭିତରକନିକାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ସହିତ ପବନ ବୋହିପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ପ୍ରଭାବି ଜିଲ୍ଲାମାନଙ୍କରେ ଉଦ୍ଧାର କାର୍ଯ୍ୟ ଚାଲିଛି। ହେଲେ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଅହେତୁକ ଖାଦ୍ୟ ସମଗ୍ରୀର ଦର ବଢ଼ାଇ ଦେଉଛନ୍ତି। ଯେଉଁଥିପାଇଁ ବଜାରରେ କୁତ୍ରିମ ଅଭାବ ଦେଖାଯାଉଛି।

ଅଭିଯୋଗ ଅନୁସାରେ ଯେଉଁ ଆଳୁ ଦୁଇ ଦିନ ତଳେ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ସେହି ଆଳୁ ୫୦ରୁ ୬୦ ପାର କଲାଣି। ପିଆଜ ଓ ଅନ୍ୟାନ୍ୟ ପନିପରିବା ଦର କଥା ନକହିବା ଭଲ। ପରିବା ରେଟ୍‌ ୧୦୦ ଟଙ୍କା ତଳକୁ ନାହିଁ। ବାତ୍ୟାକୁ ଦେଖି ବ୍ୟବସାୟୀମାନେ ଏପରି ରେଟ୍‌ ବଢ଼ାଇଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।