ଚଣ୍ଡିଗଡ଼ରେ ଚାଷୀନେତାଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା
ଚଣ୍ଡିଗଡ଼,୧୮।୨: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଉପରେ ଗ୍ୟାରେଣ୍ଟି ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ରବିବାର ରାତିରେ କେନ୍ଦ୍ରମନ୍ତ୍ରୀମାନଙ୍କ ଏକ କମିଟି କୃଷକ ନେତାମାନଙ୍କ ସହ ଚଣ୍ଡିଗଡ଼ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଚଳାଇଛନ୍ତି। ସେକ୍ଟର ୨୬ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଅଡମିନିଷ୍ଟ୍ରେଶନଠାରେ ଅନୁଷ୍ଠିତ ଆଲୋଚନାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ […] The post ଚଣ୍ଡିଗଡ଼ରେ ଚାଷୀନେତାଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା appeared first on Dharitri Odia News.
ଚଣ୍ଡିଗଡ଼,୧୮।୨: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଉପରେ ଗ୍ୟାରେଣ୍ଟି ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ରବିବାର ରାତିରେ କେନ୍ଦ୍ରମନ୍ତ୍ରୀମାନଙ୍କ ଏକ କମିଟି କୃଷକ ନେତାମାନଙ୍କ ସହ ଚଣ୍ଡିଗଡ଼ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଚଳାଇଛନ୍ତି।
ସେକ୍ଟର ୨୬ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଅଡମିନିଷ୍ଟ୍ରେଶନଠାରେ ଅନୁଷ୍ଠିତ ଆଲୋଚନାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି।
ସୂଚନା ଯୋଗ୍ୟ, ଗତ ୮, ୧୨ ଏବଂ ୧୫ ତାରିଖରେ କୃଷକ ନେତାମାନଙ୍କ ସହ କେନ୍ଦ୍ରମନ୍ତ୍ରୀମାନଙ୍କର ୩ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା।
The post ଚଣ୍ଡିଗଡ଼ରେ ଚାଷୀନେତାଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା appeared first on Dharitri Odia News.