ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବିଜ୍ଞାପନ ଦେଇ ଠକି ନେଇଥିଲେ ୨ ଲକ୍ଷ ଟଙ୍କା, ଜବତ କଲା ପୋଲିସ

କୋରାପୁଟ,୧୨ା୨(ଅମିତାଭ ବେହେରା): ହିଟାଚି ଏଟିଏମ୍‌ ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ମିଥ୍ୟା ବିଜ୍ଞାପନ ଦେଇ ଅନ୍‌ଲାଇନ୍‌ ମାଧ୍ୟମରେ ଲୁଟିନେଲେ ୨ ଲକ୍ଷ ଟଙ୍କା, ଠକ ସହ ୨ ଲକ୍ଷ ଟଙ୍କା ଓ ମୋବାଇଲ ଜବତ କରିଛି କୋରାପୁଟ ସାଇବର ପୋଲିସ। ପଶ୍ଚିମବଙ୍ଗର ମଳୟ ମିତ୍ର ନାମକ ଯୁବକ ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ଏକ ମିଥ୍ୟା ବିଜ୍ଞାପନ ଦେଇଥିଲା। ବିଜ୍ଞାପନଙ୍କୁ ଦେଖି କିଛି ବ୍ୟକ୍ତି ଯୁବକଙ୍କୁ ଫୋନ୍‌ କରିଥିଲେ। ଏଟିଏମ୍‌ କାଉଣ୍ଟର ବସାଇବା […] The post ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବିଜ୍ଞାପନ ଦେଇ ଠକି ନେଇଥିଲେ ୨ ଲକ୍ଷ ଟଙ୍କା, ଜବତ କଲା ପୋଲିସ appeared first on Dharitri Odia News.

ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବିଜ୍ଞାପନ ଦେଇ ଠକି ନେଇଥିଲେ ୨ ଲକ୍ଷ ଟଙ୍କା, ଜବତ କଲା ପୋଲିସ

କୋରାପୁଟ,୧୨ା୨(ଅମିତାଭ ବେହେରା): ହିଟାଚି ଏଟିଏମ୍‌ ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ମିଥ୍ୟା ବିଜ୍ଞାପନ ଦେଇ ଅନ୍‌ଲାଇନ୍‌ ମାଧ୍ୟମରେ ଲୁଟିନେଲେ ୨ ଲକ୍ଷ ଟଙ୍କା, ଠକ ସହ ୨ ଲକ୍ଷ ଟଙ୍କା ଓ ମୋବାଇଲ ଜବତ କରିଛି କୋରାପୁଟ ସାଇବର ପୋଲିସ। ପଶ୍ଚିମବଙ୍ଗର ମଳୟ ମିତ୍ର ନାମକ ଯୁବକ ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ଏକ ମିଥ୍ୟା ବିଜ୍ଞାପନ ଦେଇଥିଲା। ବିଜ୍ଞାପନଙ୍କୁ ଦେଖି କିଛି ବ୍ୟକ୍ତି ଯୁବକଙ୍କୁ ଫୋନ୍‌ କରିଥିଲେ। ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ସ୍ଥାନ ଓ ଲୋକଙ୍କୁ ଚି଼ହ୍ନଟ କରିବା ପାଇଁ ସେ କହିଥିଲା । ଏଟିଏମ୍‌ କାଉଣ୍ଟର ବସାଇବା ନିମନ୍ତେ ମାଲିକାନା ପାଇଁ ଅର୍ଥ ଦେବା ପାଇଁ ପ୍ରାର୍ଥୀମାନଙ୍କୁ କହୁଥିଲା। ଅନେକ ପ୍ରାର୍ଥୀଙ୍କଠାରୁ ସେ ଅନ୍‌ଲାଇନ୍‌ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ଟଙ୍କା ନେବା ପରେ ଆଉ ଧରା ଦେଉ ନ ଥିଲେ। ଧରା ନା ଦେବାରୁ କୋରାପୁଟ ବୋରିଗୁମ୍ମା ଅଞ୍ଚଳର ମାନସୀ ମିଶ୍ର ଠକାମୀର ଶିକାର ହେବା କଥା ଜାଣିବା ପରେ ସେ କୋରାପୁଟ ସାଇବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସାଇବର ଥାନାର ଗୋଟେ ଟିମ୍‌ ଉକ୍ତ ଯୁବକଙ୍କ ମୋବାଇଲକୁ ଟ୍ରାକ୍‌ କରି ପଶ୍ଚିମବଙ୍ଗରୁ ଧରିଥିଲେ। ଧରିବା ସମୟରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଓ ୩ଟି ମୋବାଇଲ ଜବତ କରିଛି। ଆଉ କିଏ ସବୁ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଏବେ ପୋଲିସ ଖୋଜୁଛି। ଏ ନେଇ ସୋମବାର ସ୍ଥାନୀୟ ଏସ୍‌ପି କାର୍ଯ୍ୟାଳୟ ସଭାଗୃହ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରୋବସନାରୀ ଆଇପିଏସ ପାର୍ଥ ଜଗଦୀଶ କାଶ୍ୟପ ଓ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ ସୂଚନା ଦେଇଛନ୍ତି। ଠକେଇ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପାର୍ଥ ଜଗଦୀଶ ସୂଚନା ଦେଇଛନ୍ତି।

The post ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବିଜ୍ଞାପନ ଦେଇ ଠକି ନେଇଥିଲେ ୨ ଲକ୍ଷ ଟଙ୍କା, ଜବତ କଲା ପୋଲିସ appeared first on Dharitri Odia News.