ଚତୁର୍ଥ କ୍ରମରେ ବ୍ୟାଟିଂ କରି ଇତିହାସ ରଚିଲେ ଦେବଦତ୍ତ ପାଡିକଲ

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍‌ରେ ଯୁବ ବ୍ୟାଟର ଦେବଦତ୍ତ ପାଡିକଲ ସେହି ଖେଳାଳିଙ୍କ ତାଲିକାରେ ସାମିଲ୍, ଯିଏ ଇଂଲଣ୍ଡ ବିପକ୍ଷରେ ଦମଦାର ବ୍ୟାଟିଂ କରି ପ୍ରଶଂସା ସାଉଁଟିଛନ୍ତି। ଖେଳର ଦ୍ଵିତୀୟ ଦିନରେ ଦେବଦତ୍ତ ପାଡିକଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ହେଲେ ସେ ନିଜର ଅର୍ଦ୍ଧଶତକୀୟ ଇନିଂସକୁ ବଡ଼ ପାଳିରେ ବଦଳାଇ ପାରି ନାହାନ୍ତି ଏବଂ ୬୫ ରନ କରି ଆଉଟ୍ ହୋଇଛନ୍ତି। କିନ୍ତୁ ଚତୁର୍ଥ କ୍ରମରେ ବ୍ୟାଟିଂ କରି ଦେବଦତ୍ତ ପାଡିକଲ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ବାମହାତୀ ବ୍ୟାଟର ଦେବଦତ୍ତ ପାଡିକଲଙ୍କୁ ରଜତ ପାଡିକଲଙ୍କ ଜାଗାରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା। ଅଧିନାୟକ ରୋହିତ ଶର୍ମା ୧୦୩ ରନ କରି ପାଭିଲିୟନ ଫେରିବା ପରେ ପାଡିକଲ କ୍ରିଜକୁ ଓହ୍ଲାଇଥିଲେ। ଗିଲ୍(୧୧୦) ଆଉଟ୍ ହେବା ପରେ ଦେବଦତ୍ତ ସରଫରାଜ ଖାନଙ୍କ ସହ ମିଶି ୯୭ ରନର ଭାଗିଦାରୀ ଯୋଡ଼ିଥିଲେ। ଦେବଦତ୍ତ ଆଜି ସେହି କ୍ରମରେ ବ୍ୟାଟିଂ କରିଥିଲେ, ଯେଉଁ କ୍ରମରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକର ଦୀର୍ଘ ସମୟ ଧରି ବ୍ୟାଟିଂ କରିଛନ୍ତି।୧୯୮୮ରେ ଡବ୍ଲ୍ୟୁଭି ରମଣଙ୍କ ପରେ ଟେଷ୍ଟ ପଦାର୍ପଣ ମ୍ୟାଚ୍‌ରେ ଏହି ସ୍ଥାନରେ ବ୍ୟାଟିଂ କରିବା ପରେ ପାଡିକଲ ପ୍ରଥମ ଭାରତୀୟ। ଚେନ୍ନାଇର ରମନ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଚତୁର୍ଥ କ୍ରମରେ ବ୍ୟାଟିଂ କରିଥିଲେ। ପାଡିକଲଙ୍

ଚତୁର୍ଥ କ୍ରମରେ ବ୍ୟାଟିଂ କରି ଇତିହାସ ରଚିଲେ ଦେବଦତ୍ତ ପାଡିକଲ

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍‌ରେ ଯୁବ ବ୍ୟାଟର ଦେବଦତ୍ତ ପାଡିକଲ ସେହି ଖେଳାଳିଙ୍କ ତାଲିକାରେ ସାମିଲ୍, ଯିଏ ଇଂଲଣ୍ଡ ବିପକ୍ଷରେ ଦମଦାର ବ୍ୟାଟିଂ କରି ପ୍ରଶଂସା ସାଉଁଟିଛନ୍ତି। ଖେଳର ଦ୍ଵିତୀୟ ଦିନରେ ଦେବଦତ୍ତ ପାଡିକଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ହେଲେ ସେ ନିଜର ଅର୍ଦ୍ଧଶତକୀୟ ଇନିଂସକୁ ବଡ଼ ପାଳିରେ ବଦଳାଇ ପାରି ନାହାନ୍ତି ଏବଂ ୬୫ ରନ କରି ଆଉଟ୍ ହୋଇଛନ୍ତି। କିନ୍ତୁ ଚତୁର୍ଥ କ୍ରମରେ ବ୍ୟାଟିଂ କରି ଦେବଦତ୍ତ ପାଡିକଲ ବଡ଼ ଉପଲବ୍ଧି ହାସଲ କରିଛନ୍ତି। 

ବାମହାତୀ ବ୍ୟାଟର ଦେବଦତ୍ତ ପାଡିକଲଙ୍କୁ ରଜତ ପାଡିକଲଙ୍କ ଜାଗାରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା। ଅଧିନାୟକ ରୋହିତ ଶର୍ମା ୧୦୩ ରନ କରି ପାଭିଲିୟନ ଫେରିବା ପରେ ପାଡିକଲ କ୍ରିଜକୁ ଓହ୍ଲାଇଥିଲେ। ଗିଲ୍(୧୧୦) ଆଉଟ୍ ହେବା ପରେ ଦେବଦତ୍ତ ସରଫରାଜ ଖାନଙ୍କ ସହ ମିଶି ୯୭ ରନର ଭାଗିଦାରୀ ଯୋଡ଼ିଥିଲେ। ଦେବଦତ୍ତ ଆଜି ସେହି କ୍ରମରେ ବ୍ୟାଟିଂ କରିଥିଲେ, ଯେଉଁ କ୍ରମରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକର ଦୀର୍ଘ ସମୟ ଧରି ବ୍ୟାଟିଂ କରିଛନ୍ତି।

୧୯୮୮ରେ ଡବ୍ଲ୍ୟୁଭି ରମଣଙ୍କ ପରେ ଟେଷ୍ଟ ପଦାର୍ପଣ ମ୍ୟାଚ୍‌ରେ ଏହି ସ୍ଥାନରେ ବ୍ୟାଟିଂ କରିବା ପରେ ପାଡିକଲ ପ୍ରଥମ ଭାରତୀୟ। ଚେନ୍ନାଇର ରମନ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଚତୁର୍ଥ କ୍ରମରେ ବ୍ୟାଟିଂ କରିଥିଲେ। ପାଡିକଲଙ୍କ ପୂର୍ବରୁ ଆଠ ବ୍ୟାଟର ନିଜର ପଦାର୍ପଣ ଟେଷ୍ଟରେ ଏହି କ୍ରମରେ ବ୍ୟାଟିଂ କରିଥିଲେ। ସେହି ବ୍ୟାଟର ହେଉଛନ୍ତି ସିକେ ନାୟୁଡୁ, ବିଜୟ ହଜାରେ, ହେମୁ ଅଧିକାରୀ, ରାମନାଥ କେନି, ଅପୂର୍ବ ସେନଗୁପ୍ତା, ମନସୁର ଅଲୀ ଖାନ  ପଟୌଦି, ଗୁଣ୍ଡପ୍ପା ବିଶ୍ଵନାଥ ଓ ରମଣ।

ପଦାର୍ପଣ ମ୍ୟାଚ୍‌ରେ ଚତୁର୍ଥ କ୍ରମରେ ବ୍ୟାଟିଂ କରି ପାଡିକଲ ୬୫ ରନ କରିଛନ୍ତି, ଯାହା ଚତୁର୍ଥ କ୍ରମରେ ପଦାର୍ପଣ ଇନିଂସରେ ଭାରତୀୟ ବ୍ୟାଟର ଭାବେ ଦ୍ଵିତୀୟ ସର୍ବାଧିକ ସ୍କୋର। ଏହା ପୂର୍ବରୁ ବିଶ୍ଵନାଥ କାନପୁରରେ ୧୯୬୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୩୭ ରନ କରିଥିଲେ।