ଚତୁର୍ଥ ଦିନରେ ‘ଅପରେସନ ସିନ୍ଦୂର’ : ସାମିଲ ହେବେ ଟେରିଟୋରିଆଲ ଆର୍ମି

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଠିକଣାରେ ଆକ୍ରମଣକୁ ନେଇ ଭୀତତ୍ରସ୍ତ ପାକିସ୍ତାନ ଭାରତର ବିଭିନ୍ନ ସହର ଉପରେ ଆକ୍ରମଣ କରୁଛି। କିନ୍ତୁ ଏହି ଦେଶର ସମସ୍ତ ପ୍ରୟାସକୁ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିଫଳ କରିଦେଇ ସୀମାକୁ ସୁରକ୍ଷିତ ରଖିଛି। ଏହା ମଧ୍ୟରେ ଭାରତ ସରକାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଜଳ, ସ୍ଥଳ, ଆକାଶ ପଥରେ ସତର୍କ ରହିବା ପାଇଁ ଟେରିଟୋରିଆଲ (ଆଞ୍ଚଳିକ) ଆର୍ମୀ (ଟିଏ)କୁ ଡାକରା ଦିଆଯାଇଛି। ଏଥିପାଇଁ […]

ଚତୁର୍ଥ ଦିନରେ ‘ଅପରେସନ ସିନ୍ଦୂର’ : ସାମିଲ ହେବେ ଟେରିଟୋରିଆଲ ଆର୍ମି
'Operation Sindoor' enters fourth day: Territorial Army to join

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଠିକଣାରେ ଆକ୍ରମଣକୁ ନେଇ ଭୀତତ୍ରସ୍ତ ପାକିସ୍ତାନ ଭାରତର ବିଭିନ୍ନ ସହର ଉପରେ ଆକ୍ରମଣ କରୁଛି। କିନ୍ତୁ ଏହି ଦେଶର ସମସ୍ତ ପ୍ରୟାସକୁ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିଫଳ କରିଦେଇ ସୀମାକୁ ସୁରକ୍ଷିତ ରଖିଛି। ଏହା ମଧ୍ୟରେ ଭାରତ ସରକାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଜଳ, ସ୍ଥଳ, ଆକାଶ ପଥରେ ସତର୍କ ରହିବା ପାଇଁ ଟେରିଟୋରିଆଲ (ଆଞ୍ଚଳିକ) ଆର୍ମୀ (ଟିଏ)କୁ ଡାକରା ଦିଆଯାଇଛି। ଏଥିପାଇଁ ସେନାମୁଖ୍ୟଙ୍କୁ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରାଯାଇଛି। ସେ ଆଞ୍ଚଳିକ ସେନାର ପ୍ରତ୍ୟେକ ଅଧିକାରୀ ଏବଂ ସୈନିକଙ୍କୁ ମୁତୟନ କରିପାରିବେ। ଆବଶ୍ୟକ ପଡ଼ିଲେ ସେନାକୁ ସାହାଯ୍ୟ କରିବା ପାଇଁ ଆଞ୍ଚଳିକ ସେନାକୁ ମୁତୟନ କରାଯିବ। ପ୍ରତିରକ୍ଷା ମନ୍ତ୍ରାଳୟ ଗତ ୬ ତାରିଖରେ ଏ ନେଇ ସୂଚନା ଜାରି କରିଥିଲା। ୧୦ ତାରିଖରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିଲା। ଏହାକୁ ତିନି ବର୍ଷ ପାଇଁ କାର୍ଯ୍ୟକାରୀ କରାଯାଇଛି।

୧୯୪୯ ଅକ୍ଟୋବର ୯ରେ ଟିଏ ପ୍ରତିଷ୍ଠା କରାଯାଇତିଲା। ଏହି ବାହିନୀ କେବଳ ଯୁଦ୍ଧ ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ, ପରିବେଶ ସୁରକ୍ଷା ଏବଂ ମାନବୀୟ ସହାୟତାରେ ମଧ୍ୟ ସକ୍ରିୟ ଭୂମିକା ନିର୍ବାହ କରିଥାଏ। ବୀରତ୍ବ ଏବଂ ସେବା ପାଇଁ ଟେରିଟୋରିଆଲ ଆର୍ମୀର ଯବାନଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିସାରିଛି। ଏବେ ସରକାର ଟିଏର ୩୨ ଇନ୍‌ଫ୍ୟାଣ୍ଟ୍ରି ବାଟାଲିୟନ ମଧ୍ୟରୁ ୧୪ଟିକୁ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହି ବାହିନୀକୁ ଦେଶର ବିଭିନ୍ନ ସେନା କେନ୍ଦ୍ରକୁ ପଠାଯିବ। ଏବେ ଟିଏର ଦକ୍ଷିଣ କମାଣ୍ଡ, ପୂର୍ବ କମାଣ୍ଡ, ପଶ୍ଚିମ କମାଣ୍ଡ, କେନ୍ଦ୍ରୀୟ କମାଣ୍ଡ, ଉତ୍ତର କମାଣ୍ଡ, ଦକ୍ଷିଣ ପଶ୍ଚିମ କମାଣ୍ଡ, ଆଣ୍ଡାମାନ ଓ ନିକୋବର କମାଣ୍ଡ ଏବଂ ସେନା ତାଲିମ କମାଣ୍ଡକୁ ମୁତୟନ କରାଯିବ। ତେବେ ଏହି ମୁତୟନ ବଜେଟ ଉପରେ ନିର୍ଭର କରୁଛି।