ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଏହି ଭାରତୀୟ କ୍ରିକେଟର୍
ନୂଆଦିଲ୍ଲୀ,୨୦।୬: ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ ଜନସନ ଆତ୍ମହତ୍ୟା କରିଛନ୍ତି। ଡେଭିଡ ଜନସନଙ୍କୁ ପ୍ରାୟ ୫୩ ବର୍ଷ ବୟସ ହୋଇଥିଲା। ସେ ଚତୁର୍ଥ ମହଲାରୁ ଡେଇଁ ଆତମ୍ହତ୍ୟା କରିଥିବା ଜଣାପଡିଛି। ଡେଭିଡ ଜନସନଙ୍କ ଆତ୍ମହତ୍ୟାକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଅନିଲ କୁମ୍ବଲେ ଡେଭିଡ ଜନସନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଡେଭିଡ ଜନସନଙ୍କ କ୍ୟାରିୟର ଭାରତ ପାଇଁ ବେଶୀ ଦିନ ନ ଥିଲା। ସେ […] The post ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଏହି ଭାରତୀୟ କ୍ରିକେଟର୍ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୬: ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ ଜନସନ ଆତ୍ମହତ୍ୟା କରିଛନ୍ତି। ଡେଭିଡ ଜନସନଙ୍କୁ ପ୍ରାୟ ୫୩ ବର୍ଷ ବୟସ ହୋଇଥିଲା। ସେ ଚତୁର୍ଥ ମହଲାରୁ ଡେଇଁ ଆତମ୍ହତ୍ୟା କରିଥିବା ଜଣାପଡିଛି। ଡେଭିଡ ଜନସନଙ୍କ ଆତ୍ମହତ୍ୟାକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଅନିଲ କୁମ୍ବଲେ ଡେଭିଡ ଜନସନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
ତେବେ ଡେଭିଡ ଜନସନଙ୍କ କ୍ୟାରିୟର ଭାରତ ପାଇଁ ବେଶୀ ଦିନ ନ ଥିଲା। ସେ ୧୦ ଅକ୍ଟୋବର ୧୯୯୬ରେ ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଯେଉଁଠାରେ ଡେଭିଡ ଜନସନ ୨୬ ଡିସେମ୍ବର ୧୯୯୬ରେ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଏହା ପରେ ସେ କେବେବି ଟିମ ଇଣ୍ଡିଆ ପାଇଁ ଖେଳି ନ ଥିଲେ। କିନ୍ତୁ ଘରୋଇ କ୍ରିକେଟ ଏବଂ ଅନ୍ୟାନ୍ୟ ଲିଗ ଖେଳିବା ଜାରି ରଖିଥିଲେ। ତେବେ ଡେଭିଡ ଜନସନଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଚକିତ କରିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
୨ଟି ଟେଷ୍ଟ ମ୍ୟାଚରେ ଡେଭିଡ ଜନସନ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହି ଖେଳାଳି ହାରାହାରି ୪୭.୬୭ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ୩ ଉଇକେଟ ନେଇଥିଲେ। ଏହା ବ୍ୟତୀତ ଡେଭିଡ ଜନସନ ଜଣେ ବ୍ୟାଟ୍ସମ୍ୟାନ ଭାବରେ ହାରାହାରି ୪ ରନ ସଂଗ୍ରହ କରିଥିଲେ।
The post ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଏହି ଭାରତୀୟ କ୍ରିକେଟର୍ appeared first on Dharitri Odia News.