ଚତୁର୍ଥ ମ୍ୟାଚ୍‌ ୧୦ ଓ୍ଵିକେଟ୍‌୍‌ରେ ଜିତି ଜିମ୍ବାେଓ୍ଵ ଠାରୁ ଟି୨୦ ସିରିଜ୍‌ କବଜା କଲା ଭାରତ

ହରାରେ : ଜିମ୍ବାେଓ୍ଵ ବିପକ୍ଷରେ ଚତୁର୍ଥ ମ୍ୟାଚ୍‌ ସହ ଟି୨୦ ସିରିଜ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ । ହରାରେ ଠାରେ ଆଜି ୧୫୩ ରନ୍‌ର ବିଜୟଲକ୍ଷ୍ୟକୁ ବିନା କୌଣସି ଓ୍ଵିକେଟ୍‌ ହରାଇ ୧୫.୨ ଓଭରରେ ହାସଲ କରିଛି । ଦୁଇ ଓପ୍ନର ଯଶସ୍ୱୀ ଜୟସ୍ୱାଲ ଏବଂ ଶୁଭମନ ଗିଲ ଅପରାଜିତ ରହି ଦଳକୁ ଜିତାଇ ଦେଇଛନ୍ତି । ଜୟସ୍ୱାଲ ୫୩ ବଲରେ ୯୩ ରନ୍‌ କରିଛନ୍ତି । ଏଥିରେ ରହିଛି ୧୩ଟି ଚୌକା ଓ ୨ଟି […] The post ଚତୁର୍ଥ ମ୍ୟାଚ୍‌ ୧୦ ଓ୍ଵିକେଟ୍‌୍‌ରେ ଜିତି ଜିମ୍ବାେଓ୍ଵ ଠାରୁ ଟି୨୦ ସିରିଜ୍‌ କବଜା କଲା ଭାରତ appeared first on KNews Odisha.

ଚତୁର୍ଥ ମ୍ୟାଚ୍‌ ୧୦ ଓ୍ଵିକେଟ୍‌୍‌ରେ ଜିତି ଜିମ୍ବାେଓ୍ଵ ଠାରୁ ଟି୨୦ ସିରିଜ୍‌ କବଜା କଲା ଭାରତ
INDIA WIN

ହରାରେ : ଜିମ୍ବାେଓ୍ଵ ବିପକ୍ଷରେ ଚତୁର୍ଥ ମ୍ୟାଚ୍‌ ସହ ଟି୨୦ ସିରିଜ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ । ହରାରେ ଠାରେ ଆଜି ୧୫୩ ରନ୍‌ର ବିଜୟଲକ୍ଷ୍ୟକୁ ବିନା କୌଣସି ଓ୍ଵିକେଟ୍‌ ହରାଇ ୧୫.୨ ଓଭରରେ ହାସଲ କରିଛି । ଦୁଇ ଓପ୍ନର ଯଶସ୍ୱୀ ଜୟସ୍ୱାଲ ଏବଂ ଶୁଭମନ ଗିଲ ଅପରାଜିତ ରହି ଦଳକୁ ଜିତାଇ ଦେଇଛନ୍ତି । ଜୟସ୍ୱାଲ ୫୩ ବଲରେ ୯୩ ରନ୍‌ କରିଛନ୍ତି । ଏଥିରେ ରହିଛି ୧୩ଟି ଚୌକା ଓ ୨ଟି ଛକା । ଗିଲ୍‌ ୩୯ ବଲରେ ୫୮ ରନ୍‌ (୬ ଚୌକା, ୨ ଛକା) ସ୍କୋର କରିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଜିମ୍ବାେଓ୍ଵ ୭ ଓ୍ଵିକେଟରେ ୧୫୨ ରନ୍‌ କରିଥିଲା । ମାରୁମଣି ୩୨ ଏବଂ ରାଜା ସର୍ବାଧିକ ୪୬ ରନ୍‌ କରିଥିଲେ । ଭାରତ ପକ୍ଷରୁ ଖଲିଲ ଅହମଦ ୨ଟି ଏବଂ ତୁଷାର ପାଣ୍ଡେ, ଅଭିଷେକ ଶର୍ମା, ଓ୍ଵାଶିଂଟନ୍‌ ସୁନ୍ଦର ଏବଂ ଶିବମ ଦୁବେ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ ।
ପରେ ଭାରତୀୟ ଦଳ ସହଜରେ ଏକତରଫା ବିଜୟ ହାସଲ କରିଥିଲା । ଯୁବ ଓପ୍ନର ଯଶସ୍ୱୀ ଜୟସ୍ୱାଲ ଏବଂ ଅଧିନାୟକ ଶୁଭମ ଗିଲ୍‌ ଜିମ୍ବାେଓ୍ଵ ବୋଲରଙ୍କୁ ନିର୍ଦ୍ଧୁମ ପିଟି ଦଳକୁ ବିଜୟୀ କରାଇଥିଲେ । ଟିମ୍‌ ୧୦ ଓଭର ଭିତରେ ୧୦୦ ରନ୍‌ ପାର କରି ଯାଇଥିଲା ।
ଏହି ବିଜୟ ସହ ଭାରତୀୟ ଦଳ ୩-୧ରେ ଆଗୁଆ ରହି ୫ ମ୍ୟାଚ୍‌ ସିରିଜ୍‌କୁ ଜିତି ନେଇଛି ।

ଜିମ୍ବାେଓ୍ଵ-୧୫୨/୭ (୨୦ ଓଭର)
ଭାରତ-୧୫୬/୦ (୧୫.୨ ଓଭର)

The post ଚତୁର୍ଥ ମ୍ୟାଚ୍‌ ୧୦ ଓ୍ଵିକେଟ୍‌୍‌ରେ ଜିତି ଜିମ୍ବାେଓ୍ଵ ଠାରୁ ଟି୨୦ ସିରିଜ୍‌ କବଜା କଲା ଭାରତ appeared first on KNews Odisha.