ଚନ୍ଦନେଶ୍ୱର ପୀଠରେ ସେବାୟତ ଓ ସ୍ଥାନୀୟ ଲୋକ ହାତାହାତି, ନିଲାମ ପ୍ରକ୍ରିୟା ବେଳେ ଅପ୍ରୀତିକର ପରିସ୍ଥିତି

ଭୋଗରାଇ ୨୮।୩: ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱରରେ ସେବାୟତ ଓ ସ୍ଥାନୀୟ ଲୋକ ହାତାହାତି ହୋଇଛନ୍ତି । ଆୟକାରୀ ଉତ୍ସ ଗୁଡ଼ିକର ନିଲାମ ସମୟରେ ଏଭଳି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ତହସିଲଦାର ନିଲାମ କାର୍ଯ୍ୟକୁ ବନ୍ଦ କରିଛନ୍ତି ।ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିରର ଆୟକାରୀ ଉତ୍ସ ଗୁଡ଼ିକର ନିଲାମ ପାଇଁ ନିର୍ଦ୍ଦେଶ ହୋଇଥିଲା । ଫଳରେ ଶୁକ୍ରବାର ଭୋଗରାଇ ତହସିଲଦାର ଓ ସ୍ଥାନୀୟ ପୋଲିସ ଉପସ୍ଥିତିରେ ଆୟକାରୀ ଉତ୍ସ ଗୁଡ଼ିକର ନିଲାମ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକ ମନ୍ଦିରର ବିଭିନ୍ନ କାର୍ଯ୍ୟକୁ ନେଇ ଅଭିଯୋଗ ଆଣିଥିଲେ । ଯାହା ଫଳରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଥିଲା । ପରେ ତହସିଲଦାର ଆଜି ପାଇଁ ନିଲାମ ପ୍ରକ୍ରିୟାକୁ ବନ୍ଦ କରିଛନ୍ତି ।You Can Read:ଭାରସାମ୍ୟ ହରାଇ ୬୦ ଫୁଟ୍ ତଳକୁ ଖସିଲା ଆମ୍ବୁଲାନ୍ସ, ଗଛରେ ଲଟକି ରହିବାରୁ ବଞ୍ଚିଗଲା ୩ ଜୀବନ 

ଚନ୍ଦନେଶ୍ୱର ପୀଠରେ ସେବାୟତ ଓ ସ୍ଥାନୀୟ ଲୋକ ହାତାହାତି, ନିଲାମ ପ୍ରକ୍ରିୟା ବେଳେ ଅପ୍ରୀତିକର ପରିସ୍ଥିତି

ଭୋଗରାଇ ୨: ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱରରେ ସେବାୟତ ଓ ସ୍ଥାନୀୟ ଲୋକ ହାତାହାତି ହୋଇଛନ୍ତି । ଆୟକାରୀ ଉତ୍ସ ଗୁଡ଼ିକର ନିଲାମ ସମୟରେ ଏଭଳି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ତହସିଲଦାର ନିଲାମ କାର୍ଯ୍ୟକୁ ବନ୍ଦ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିରର ଆୟକାରୀ ଉତ୍ସ ଗୁଡ଼ିକର ନିଲାମ ପାଇଁ ନିର୍ଦ୍ଦେଶ ହୋଇଥିଲା । ଫଳରେ ଶୁକ୍ରବାର ଭୋଗରାଇ ତହସିଲଦାର ଓ ସ୍ଥାନୀୟ ପୋଲିସ ଉପସ୍ଥିତିରେ ଆୟକାରୀ ଉତ୍ସ ଗୁଡ଼ିକର ନିଲାମ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକ ମନ୍ଦିରର ବିଭିନ୍ନ କାର୍ଯ୍ୟକୁ ନେଇ ଅଭିଯୋଗ ଆଣିଥିଲେ । ଯାହା ଫଳରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଥିଲା । ପରେ ତହସିଲଦାର ଆଜି ପାଇଁ ନିଲାମ ପ୍ରକ୍ରିୟାକୁ ବନ୍ଦ କରିଛନ୍ତି ।

You Can Read:

ଭାରସାମ୍ୟ ହରାଇ ୬୦ ଫୁଟ୍ ତଳକୁ ଖସିଲା ଆମ୍ବୁଲାନ୍ସ, ଗଛରେ ଲଟକି ରହିବାରୁ ବଞ୍ଚିଗଲା ୩ ଜୀବନ