ଚନ୍ଦ୍ର ପଛରେ ଲୁଚିବ ଶନି: ରାତି ସାଢେ ଗୋଟାଏରୁ ରାତି ୨ ଟା ୩୭ ମିନିଟ ମଧ୍ୟରେ ଦେଖାଯିବ ବିରଳ ଦୃଶ୍ୟ
କନକ ବ୍ୟୁରୋ: ୧୮ ବର୍ଷ ପରେ ମହାକାଶରେ ଆଜି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଚନ୍ଦ୍ରମା ପଛରେ ଲୁଚିଯିବ ଶନି ଗ୍ରହ। ଏହି ଘଟଣା ଜ୍ୟୋର୍ତିବିଜ୍ଞାନୀଙ୍କ ପାଇଁ ଏକ ବିରଳ ମହାଜାଗତିକ ଦୃଶ୍ୟ ହେବ। ସାଧାରଣତଃ ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ଘୋଡ଼ାଇଥାଏ। କିନ୍ତୁ ଆଜି ଶନି ଗ୍ରହ ସାମ୍ନାରେ ଚନ୍ଦ୍ରଙ୍କ ଚଳନ ହେବା ଫଳରେ ଶନିଗ୍ରହ କିଛି ସମୟପାଇଁ ଅଦୃଶ୍ୟ ହୋଇଯିବ। ଦେଶରେ ବିଭିନ୍ନ ସ୍ଥାନରେ ଆଜି ଏହା ଦୃଶ୍ୟମାନ ହେବ। ପ୍ରାୟ ୩୦ ମିନିଟ […] The post ଚନ୍ଦ୍ର ପଛରେ ଲୁଚିବ ଶନି: ରାତି ସାଢେ ଗୋଟାଏରୁ ରାତି ୨ ଟା ୩୭ ମିନିଟ ମଧ୍ୟରେ ଦେଖାଯିବ ବିରଳ ଦୃଶ୍ୟ first appeared on Kanak News.

କନକ ବ୍ୟୁରୋ: ୧୮ ବର୍ଷ ପରେ ମହାକାଶରେ ଆଜି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଚନ୍ଦ୍ରମା ପଛରେ ଲୁଚିଯିବ ଶନି ଗ୍ରହ। ଏହି ଘଟଣା ଜ୍ୟୋର୍ତିବିଜ୍ଞାନୀଙ୍କ ପାଇଁ ଏକ ବିରଳ ମହାଜାଗତିକ ଦୃଶ୍ୟ ହେବ। ସାଧାରଣତଃ ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ଘୋଡ଼ାଇଥାଏ। କିନ୍ତୁ ଆଜି ଶନି ଗ୍ରହ ସାମ୍ନାରେ ଚନ୍ଦ୍ରଙ୍କ ଚଳନ ହେବା ଫଳରେ ଶନିଗ୍ରହ କିଛି ସମୟପାଇଁ ଅଦୃଶ୍ୟ ହୋଇଯିବ। ଦେଶରେ ବିଭିନ୍ନ ସ୍ଥାନରେ ଆଜି ଏହା ଦୃଶ୍ୟମାନ ହେବ। ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଦେଖାଯିବ। ପଶ୍ଚିମ ଆକାଶରେ ଲୋକମାନେ ଚାହିଁଲେ ଫର୍ଚ୍ଚା ଆକାଶରେ ଦେଖିପାରିବେ ବୋଲି କହିଛନ୍ତି ବୈଜ୍ଞାନିକ। ରାତି ସାଢେ ଗୋଟାଏରୁ ରାତି ୨ ଟା ୩୭ ମିନିଟ ମଧ୍ୟରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ।
The post ଚନ୍ଦ୍ର ପଛରେ ଲୁଚିବ ଶନି: ରାତି ସାଢେ ଗୋଟାଏରୁ ରାତି ୨ ଟା ୩୭ ମିନିଟ ମଧ୍ୟରେ ଦେଖାଯିବ ବିରଳ ଦୃଶ୍ୟ first appeared on Kanak News.