ଧରାପଡିଲା ପଡୋଶୀ ରାଜ୍ୟର ଷଡଯନ୍ତ୍ର । ଓଡିଆ ବାଛିବେ ଛତିଶଗଡିଆ ନେତା
କନକ ବ୍ୟୁରୋ: ବରଗଡ ଜିଲ୍ଲା ଆମ୍ବାଭୋନା ବ୍ଲକ କଣ୍ଡପଲା ପଞ୍ଚାୟତର ବିର୍ଜୁପାଲି ଗାଁ । ଆନ୍ଧ୍ର ଯେଭଳି କୋଟିଆ ଉପରେ ଲୋଲୁପ ଆଖି ପକାଇଛି, ପଡୋଶୀ ଛତିଶଗଡ ବି ଏହି ଗାଁ ଉପରେ ନଜର ପକାଇଛି । ମିଠା କଥା ଓ ମିଠା ଯୋଜନାର ଲୋଭ ଦେଖାଇ ଲୋକଙ୍କୁ ପାଠ ପଢାଉଛି । ମାଗଣା ଜମି ଦେଇ ଲୋକଙ୍କୁ ଆବାସ ଘର ବି ଦିଆଗଲାଣି । ଲୋକେ ଛତିଶଗଡ ସରକାରଙ୍କ ଗୁଣଗାନ କରୁଛନ୍ତି । ଆମ୍ବାଭୋନା ବ୍ଲକ […] The post ଧରାପଡିଲା ପଡୋଶୀ ରାଜ୍ୟର ଷଡଯନ୍ତ୍ର । ଓଡିଆ ବାଛିବେ ଛତିଶଗଡିଆ ନେତା first appeared on Kanak News.

କନକ ବ୍ୟୁରୋ: ବରଗଡ ଜିଲ୍ଲା ଆମ୍ବାଭୋନା ବ୍ଲକ କଣ୍ଡପଲା ପଞ୍ଚାୟତର ବିର୍ଜୁପାଲି ଗାଁ । ଆନ୍ଧ୍ର ଯେଭଳି କୋଟିଆ ଉପରେ ଲୋଲୁପ ଆଖି ପକାଇଛି, ପଡୋଶୀ ଛତିଶଗଡ ବି ଏହି ଗାଁ ଉପରେ ନଜର ପକାଇଛି । ମିଠା କଥା ଓ ମିଠା ଯୋଜନାର ଲୋଭ ଦେଖାଇ ଲୋକଙ୍କୁ ପାଠ ପଢାଉଛି । ମାଗଣା ଜମି ଦେଇ ଲୋକଙ୍କୁ ଆବାସ ଘର ବି ଦିଆଗଲାଣି । ଲୋକେ ଛତିଶଗଡ ସରକାରଙ୍କ ଗୁଣଗାନ କରୁଛନ୍ତି ।
ଆମ୍ବାଭୋନା ବ୍ଲକ ସୀମାନ୍ତକୁ ଲାଗି ରହିଛି ଛତିଶଗଡ । ବିର୍ଜୁପାଲି ଗାଁକୁ ଲାଗି ବୋହିଯାଇଛି କେଙ୍କରାଡି ନାଳ ଆଉ ନାଳ ଆରପଟକୁ ରହିଛି ଛତିଶଗଡ । କନକ ନ୍ୟୁଜ ଯେତେବେଳେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା ସେତେବେଳେ ଜାଣିବାକୁ ପାଇଛି ନାଳ ଆରପାରିରେ ଗଢି ଉଠିଛି ମଧୁଡିପା ବସ୍ତି । ଆଉ ବିର୍ଜୁପାଲି ଗାଁରେ ପ୍ରାୟ ୫୦ ପରିବାର ଏହି ଗାଁରେ ଯାଇ ରହିଛନ୍ତି ।
ଓଡିଶା-ଛତିଶଗଡ ସୀମାରେ କନକ ନ୍ୟୁଜ ପହଞ୍ଚିବା ପରେ ଜଣାପଡିଥିଲା ଉଭୟ ପଟରେ କେମିତି ଲୋକେ ଚଳୁଛନ୍ତି । ବିର୍ଜୁପାଲି ଗାଁକୁ ତରଭୁଜ ବିକିବାକୁ ଆସିଥିଲେ ଛତିଶଗଡରେ ରହୁଥିବା ଜଣେ ଓଡିଆ । ସେ ସମସ୍ତଙ୍କୁ ମତଦାନ କରିବାକୁ ସଚେତନ କରୁଥିଲେ । ଏହାପରେ ନାଳ ଡେଇଁ ମଧୁଡିପାରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । ଏହି ଗାଁରେ ଜନସଂଖ୍ୟା ପ୍ରାୟ ୧୫୦ ହେବ । ସେମାନେ ଓଡିଶା ଉପରେ ନିର୍ଭରଶୀଳ ନୁହନ୍ତି । ଛତିଶଗଡ ସମସ୍ତ ସୁବିଧା ସୁଯୋଗ ଦେଉଥିବାରୁ ସେମାନେ ଏଠାକୁ ଆସିଥିବା କହିଛନ୍ତି । ତେବେ ଓଡିଶା-ଛତିଶଗଡ ସୀମାର ଏହି କଥା ହୁଏତ ସରକାରଙ୍କ ପାଖରେ ନଥିବା । ତେବେ ଖବର ପ୍ରସାରଣ ପରେ ପ୍ରଶାସନ କି ପଦକ୍ଷେପ ନେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।
The post ଧରାପଡିଲା ପଡୋଶୀ ରାଜ୍ୟର ଷଡଯନ୍ତ୍ର । ଓଡିଆ ବାଛିବେ ଛତିଶଗଡିଆ ନେତା first appeared on Kanak News.