ଚନ୍ଦ୍ରପୁର ମା ଗୃହରେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣା, ୧୨ ଘଣ୍ଟିଆ ବନ୍ଦ ଡାକରା

ରାୟଗଡା ୦୫/୦୧: ରାୟଗଡା ଚନ୍ଦ୍ରପୁରୁ ମା ଗୃହରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣାରେ ୧୬ ଦିନ ବିତିଗଲାଣି । ଆଜି ପର୍ଯ୍ୟନ୍ତ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ହତ୍ୟା କାରୀଙ୍କୁ ଗିରଫ କରିବାରେ ଅସଫଳ । ତେଣୁ ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ଦାବି ନେଇ ଆଜି ରାୟଗଡା ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଆରମ୍ଭ କରିଛି ଆଦିବାସୀ ମହାସଂଘ । ଯାହାର ପ୍ରଭାବରେ ଜିଲାରେ ଚକ ଅଖ ବନ୍ଦ ରହିବା ସହିତ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି ରାୟଗଡା ଜିଲ୍ଲାରେ । ସୂଚନାଥାଉକି ରାୟଗଡା ଜିଲ୍ଲାର ଚନ୍ଦ୍ରପୁରରେ ମା ଗୃହରେ କାର୍ଯ୍ୟରତ ଥିବା ଯୁବତୀ ଲକ୍ଷ୍ମୀ ମାଝିକୁ ଗତ ୨୨ ତାରିଖରେ ମା ଗୃହ ପରିସର ମଧ୍ୟରୁ ମିଳିଥିଲା ଅଧାପୋଡା ମୃତଦେହ । ତେବେ କେହି ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବାପା ବେଲେଧର ମାଝି । ଘଟଣାକୁ ୧୬ ଦିନ ବିତିଯାଇଥିଲେ ପୋଲିସ କାହାରିକୁ ଗିରଫ କରିବାରେ ବିଫଳ ହୋଇଛି । ଗତ ୨୭ ତାରପିଖରେ ଜିଲ୍ଲା ଅଧିବାସୀ ମହାସଂଘ ପକ୍ଷରୁ କାଶୀପୁର ବ୍ଳକ୍ ଟିକିରି ଠାରେ ସଭାଯାତ୍ରା କରି ବିରୋଧ ପ୍ରଦର୍ଶନ କରିଥିଲା । ପରେ ୨୮ତାରିଖରେ ବିଜେପି ଜିଲା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲା ବନ୍ଦ ଡ଼ାକରା ଦେଇଥିଲା । ମୃତ ଲକ୍ଷ୍ମୀ ମାଝି କାଶୀପୁର ବ୍ଲକର ଟିକିରି ପଞ୍ଚାୟତ ନକେଟିଗୁଡା ଗାଁର ବେଳଧର ମାଝୀଙ୍କ ଝିଅ, ସେ ଚନ୍ଦ୍ରପୁର ଓସ୍ଥିତ ମା ଗୃହରେ ୱାଡେନ ଭ

ଚନ୍ଦ୍ରପୁର ମା ଗୃହରେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣା, ୧୨ ଘଣ୍ଟିଆ ବନ୍ଦ ଡାକରା

ରାୟଗଡା ୦୫/୦୧: ରାୟଗଡା ଚନ୍ଦ୍ରପୁରୁ ମା ଗୃହରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣାରେ ୧୬ ଦିନ ବିତିଗଲାଣି । ଆଜି ପର୍ଯ୍ୟନ୍ତ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ହତ୍ୟା କାରୀଙ୍କୁ ଗିରଫ କରିବାରେ ଅସଫଳ । ତେଣୁ ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ଦାବି ନେଇ ଆଜି ରାୟଗଡା ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଆରମ୍ଭ କରିଛି ଆଦିବାସୀ ମହାସଂଘ । ଯାହାର ପ୍ରଭାବରେ ଜିଲାରେ ଚକ ଅଖ ବନ୍ଦ ରହିବା ସହିତ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି ରାୟଗଡା ଜିଲ୍ଲାରେ ।

ସୂଚନାଥାଉକି ରାୟଗଡା ଜିଲ୍ଲାର ଚନ୍ଦ୍ରପୁରରେ ମା ଗୃହରେ କାର୍ଯ୍ୟରତ ଥିବା ଯୁବତୀ ଲକ୍ଷ୍ମୀ ମାଝିକୁ ଗତ ୨୨ ତାରିଖରେ ମା ଗୃହ ପରିସର ମଧ୍ୟରୁ ମିଳିଥିଲା ଅଧାପୋଡା ମୃତଦେହ । ତେବେ କେହି ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବାପା ବେଲେଧର ମାଝି । ଘଟଣାକୁ ୧୬ ଦିନ ବିତିଯାଇଥିଲେ ପୋଲିସ କାହାରିକୁ ଗିରଫ କରିବାରେ ବିଫଳ ହୋଇଛି ।

ଗତ ୨୭ ତାରପିଖରେ ଜିଲ୍ଲା ଅଧିବାସୀ ମହାସଂଘ ପକ୍ଷରୁ କାଶୀପୁର ବ୍ଳକ୍ ଟିକିରି ଠାରେ ସଭାଯାତ୍ରା କରି ବିରୋଧ ପ୍ରଦର୍ଶନ କରିଥିଲା । ପରେ ୨୮ତାରିଖରେ ବିଜେପି ଜିଲା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲା ବନ୍ଦ ଡ଼ାକରା ଦେଇଥିଲା । ମୃତ ଲକ୍ଷ୍ମୀ ମାଝି କାଶୀପୁର ବ୍ଲକର ଟିକିରି ପଞ୍ଚାୟତ ନକେଟିଗୁଡା ଗାଁର ବେଳଧର ମାଝୀଙ୍କ ଝିଅ, ସେ ଚନ୍ଦ୍ରପୁର ଓସ୍ଥିତ ମା ଗୃହରେ ୱାଡେନ ଭାବେ ଗତ ୫ ବର୍ଷ ହେବ କାର୍ଯ୍ୟରତ ଥିଲେ । ମୃତକ ଲକ୍ଷ୍ମୀ ଜଣକ ଦିବ୍ୟାଙ୍ଗ ଥିଲେ, ଗତ ୨୧ ତାରିଖ ଦିନ ସନ୍ଧ୍ୟା ୪ ଟା ବେଳେ ମା ଗୃହରୁ ବାହାରକୁ ଯାଉଥିଲେ ।

https://www.prameyanews7.com/crimebranch-team-reached-at-rayagada/

ରାତି ପ୍ରାୟ ୧୧ ଟା ବେଳେ ମା ଗୃହ ଠାରୁ ଅଳ୍ପ ବାଟରେ ଲକ୍ଷ୍ମୀଙ୍କ ଦରପୋଡ଼ା ମରଶରୀର ପଢିଥିବା ଦେଖି ଶହ କର୍ମୀ ତାଙ୍କ ପିତାଙ୍କ ଖବର ଦେଇଥିଲେ । ସେହିପରି ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ଯାକାଣ୍ଡର ମୁଖ୍ଯ ଆସାମିକୁ ଏଯାଏଁ ଗିରଫ କରାଯାଇନଥିବା ଆଦିବାସୀ ମହାସଂଘ ଅଭିଯୋଗ କରଛି । ଆଦିବାସୀ ମହାସଂଘର ଏହି ବନ୍ଦର ପ୍ରଭାବ ଆଜି ଦେଖିବାକୁ ମିଳିଛି ।

The post ଚନ୍ଦ୍ରପୁର ମା ଗୃହରେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣା, ୧୨ ଘଣ୍ଟିଆ ବନ୍ଦ ଡାକରା appeared first on Prameya News7.