ଚନ୍ଦ୍ରଯାନ-୩ର ସଫଳତା ପାଇଁ ISROଙ୍କୁ ମିଳିବ ବିଶ୍ୱ ଅନ୍ତରୀକ୍ଷ ପୁରସ୍କାର
ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ଚନ୍ଦ୍ରଯାନ-୩ ମିସନକୁ ୨୦୨୪ରେ ବିଶ୍ୱ ଅନ୍ତରୀକ୍ଷ ପୁରସ୍କାର (ଆଇଏଏଫ ୱାର୍ଲଡ ସ୍ପେସ୍ ଆୱାର୍ଡ)ରେ ସମ୍ମାନୀତ କରାଯିବ। ଏହି ପୁରସ୍କାର ୧୪ ଅକ୍ଟୋବର ୨୦୨୪ରେ ଇଟାଲୀରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନଟିକାଲ କଂଗ୍ରେସରେ ପ୍ରଦାନ କରାଯିବ। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରି ଇତିହାସ ରଚିଥିଲା, ଯାହା ଏପର୍ଯ୍ୟନ୍ତ କୌଣସି ଅନ୍ୟମିଶନରୁ ମିଳି ପାରି ନାହିଁ। ଇସ୍ରୋଙ୍କ ଚନ୍ଦ୍ରଯାନ-୩ ମିସନକୁ ପୂର୍ବରୁ ମଧ୍ୟ ଅନେକ ପୁରସ୍କାର ମିଳିଛି। ଇସ୍ରୋଙ୍କ ଏହି ମିସନ ଚନ୍ଦ୍ରରେ ପାଣିର ଉପସ୍ଥିତି ପୁଷ୍ଟି କରିଛି, ଯାହା ଦ୍ୱାରା ଭବିଷ୍ୟତରେ ଚନ୍ଦ୍ରରେ ଗବେଷଣା ଓ ସମ୍ଭବତଃ ମାନବ ଜୀବନ ଲାଗି ନୂଆ ରାସ୍ତା ଖୋଲି ପାରେ। ଚନ୍ଦ୍ରଯାନ-୩ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହା ଇସ୍ରୋଙ୍କ ତୃତୀୟ ଚନ୍ଦ୍ର ମିସନ, ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା। ଚନ୍ଦ୍ରର ଏହି କ୍ଷେତ୍ର ଏପର୍ଯ୍ୟନ୍ତ ଅଜ୍ଞାତ ଓ ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଏହି ମିସନ ଦ୍ୱାରା ଚନ୍ଦ୍ର ପୃଷ୍ଠାର ସଂରଚନା ଓ ଭୌତିକ ଗୁଣର ଅଧ୍ୟୟନ ହୋଇ ପାରିଛି। ଏହା ଛଡା ଚନ୍ଦ୍ରରେ ପାଣିର ଉପସ୍ଥିତି ମଧ୍ୟ ଜଣାପଡିଛି। ଚନ୍ଦ୍ରପୃଷ୍ଠରେ ସଲଫର ଓ ଅନ୍ୟ ଖଣିଜର ସନ୍ଧାନ ହୋଇପାରିଛି। ଏହ ଛଡା ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍
ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ଚନ୍ଦ୍ରଯାନ-୩ ମିସନକୁ ୨୦୨୪ରେ ବିଶ୍ୱ ଅନ୍ତରୀକ୍ଷ ପୁରସ୍କାର (ଆଇଏଏଫ ୱାର୍ଲଡ ସ୍ପେସ୍ ଆୱାର୍ଡ)ରେ ସମ୍ମାନୀତ କରାଯିବ। ଏହି ପୁରସ୍କାର ୧୪ ଅକ୍ଟୋବର ୨୦୨୪ରେ ଇଟାଲୀରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନଟିକାଲ କଂଗ୍ରେସରେ ପ୍ରଦାନ କରାଯିବ। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରି ଇତିହାସ ରଚିଥିଲା, ଯାହା ଏପର୍ଯ୍ୟନ୍ତ କୌଣସି ଅନ୍ୟମିଶନରୁ ମିଳି ପାରି ନାହିଁ।
ଇସ୍ରୋଙ୍କ ଚନ୍ଦ୍ରଯାନ-୩ ମିସନକୁ ପୂର୍ବରୁ ମଧ୍ୟ ଅନେକ ପୁରସ୍କାର ମିଳିଛି। ଇସ୍ରୋଙ୍କ ଏହି ମିସନ ଚନ୍ଦ୍ରରେ ପାଣିର ଉପସ୍ଥିତି ପୁଷ୍ଟି କରିଛି, ଯାହା ଦ୍ୱାରା ଭବିଷ୍ୟତରେ ଚନ୍ଦ୍ରରେ ଗବେଷଣା ଓ ସମ୍ଭବତଃ ମାନବ ଜୀବନ ଲାଗି ନୂଆ ରାସ୍ତା ଖୋଲି ପାରେ। ଚନ୍ଦ୍ରଯାନ-୩ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହା ଇସ୍ରୋଙ୍କ ତୃତୀୟ ଚନ୍ଦ୍ର ମିସନ, ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା। ଚନ୍ଦ୍ରର ଏହି କ୍ଷେତ୍ର ଏପର୍ଯ୍ୟନ୍ତ ଅଜ୍ଞାତ ଓ ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ।
ଏହି ମିସନ ଦ୍ୱାରା ଚନ୍ଦ୍ର ପୃଷ୍ଠାର ସଂରଚନା ଓ ଭୌତିକ ଗୁଣର ଅଧ୍ୟୟନ ହୋଇ ପାରିଛି। ଏହା ଛଡା ଚନ୍ଦ୍ରରେ ପାଣିର ଉପସ୍ଥିତି ମଧ୍ୟ ଜଣାପଡିଛି। ଚନ୍ଦ୍ରପୃଷ୍ଠରେ ସଲଫର ଓ ଅନ୍ୟ ଖଣିଜର ସନ୍ଧାନ ହୋଇପାରିଛି। ଏହ ଛଡା ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରେ ବିଭିନ୍ନ ବୈଜ୍ଞାନିକ ପ୍ରୟୋଗ କରିବା ସହ ଗୁରୁତ୍ୱପୂର୍ଣ୍ଣ ଡାଟା ଏକତ୍ର କରିଛନ୍ତି, ଯାହା ଦ୍ୱାରା ଭବିଷ୍ୟତର ଚନ୍ଦ୍ର ମିସନ ନିମନ୍ତେ ନୂଆ ମାର୍ଗ ପ୍ରଶସ୍ତ ହୋଇପାରିଛି। ଏହି ଉପଲବ୍ଧି ପାଇଁ ଇସ୍ରୋଙ୍କୁ ଏଭିଏସନ ୱିକ୍ ଲରେଟସ୍ ଆୱାର୍ଡ ଓ ଲିଫ୍ ଏରିକସନ ଲୁନାର ପ୍ରାଇଜରେ ପୁରସ୍କୃତ କରାଯାଇଛି।