ଚନ୍ଦ୍ରଯାନ-୪ ଦ୍ୱାରା ଚନ୍ଦ୍ରପୃଷ୍ଠରୁ ଅଣାଯିବ ୨-୩କେଜି ମାଟି ନମୁନା, ଜାଣନ୍ତୁ କ’ଣ ରହିଛି ISROର ଯୋଜନା

ବେଙ୍ଗାଲୁରୁ ୨।୧୦: ଭାରତ ଏବେ ଚନ୍ଦ୍ରରୁ ମାଟି ନମୁନା ଆଣିବାକୁ ପ୍ରସ୍ତୁତି କରୁଛି। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) କହିଛନ୍ତି ଯେ ୨୦୨୯ରେ ଚନ୍ଦ୍ରଯାନ-୪ ଚନ୍ଦ୍ରକୁ ଯିବ ଓ ସେଠାରୁ ମାଟି ନମୁନା ଆଣି ଫେରିବ। ଏହି ମିସନ ଇସ୍ରୋଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏଥିରେ ଭାରତରେ ବିକଶିତ ଅନେକ ନୂଆ ଟେକନିକ୍‌ର ଉପଯୋଗ କରାଯିବ। ଏହି ମିସନରେ ଭାରତୀୟ ଉଦ୍ୟୋଗଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଚନ୍ଦ୍ରଯାନ-୪ ମଡେଲରେ ୫ଟି ଅଲଗା ଅଲଗା ମଡ୍ୟୁଲ ରହିବ। ଏଥିରେ ଆସେଣ୍ଡର ମଡ୍ୟୁଲ (ଏମ) ଓ ଡିସେଣ୍ଡର ମଡ୍ୟୁଲ (ଡିଏମ) ସହିତ ରି-ଏଣ୍ଟ୍ରି ମଡ୍ୟୁଲ (ଆରଏମ), ଟ୍ରାନ୍ସଫର ମଡ୍ୟୁଲ (ଟିଏମ୍) ଓ ପ୍ରପଲ୍ୟୁସନ ମଡ୍ୟୁଲ (ପିଏମ) ରହିବ। ଏହି ମଡ୍ୟୁଲଗୁଡିକୁ ୨ଟି ଏଲଭିଏମ-୩ ରକେଟ ମାଧ୍ୟମରେ ମହାକାଶକୁ ପଠାଯିବ। ଚନ୍ଦ୍ରମାରେ ଯାନ ଅବତରଣ କରିବା ପରେ ଡିଏମରେ ଲାଗିଥିବା ରବୋଟିକ ହାତ ସାହାଜ୍ୟରେ ଲ୍ୟାଣ୍ଡିଂ ସାଇଟ୍ ଆଖପାଖରୁ ୨-୩କେଜି ମାଟି ନମୁନା ଏକତ୍ରିତ କରାଯିବ। ଏହି ନମୁନାକୁ ଏଏମରେ ରଖାଯାଇଥିବା ଏକ କଣ୍ଟୈନରକୁ ଟ୍ରାନ୍ସଫର କରାଯିବ। ଏହା ଛଡା ଏକ ଡ୍ରିଲିଂ ମେସିନ ସହାୟତାରେ ଚନ୍ଦ୍ରପୃଷ୍ଠ ତଳୁ ନମୁନା ଏକତ୍ର କରାଯିବ। ଏହାକୁ ଏଏମର ଏକ ଅଲଗା କଣ୍ଟୈନରରେ ରଖାଯିବ। ନମୁନା ରଖାଯାଇଥିବା କଣ୍ଟୈନରକୁ ଭଲ ରୂପେ ସିଲ କରିଦିଆଯିବ, ଯେପରି ପୃଥିବୀକୁ ଫେରିବା ପରେ ଏଥିରେ କୌଣସି ତ୍ରୁଟି ବିଚ୍ୟୁତି ନ ହ

ଚନ୍ଦ୍ରଯାନ-୪ ଦ୍ୱାରା ଚନ୍ଦ୍ରପୃଷ୍ଠରୁ ଅଣାଯିବ ୨-୩କେଜି ମାଟି ନମୁନା, ଜାଣନ୍ତୁ କ’ଣ ରହିଛି ISROର ଯୋଜନା

ବେଙ୍ଗାଲୁରୁ ୨।୧୦: ଭାରତ ଏବେ ଚନ୍ଦ୍ରରୁ ମାଟି ନମୁନା ଆଣିବାକୁ ପ୍ରସ୍ତୁତି କରୁଛି। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) କହିଛନ୍ତି ଯେ ୨୦୨୯ରେ ଚନ୍ଦ୍ରଯାନ-୪ ଚନ୍ଦ୍ରକୁ ଯିବ ଓ ସେଠାରୁ ମାଟି ନମୁନା ଆଣି ଫେରିବ। ଏହି ମିସନ ଇସ୍ରୋଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏଥିରେ ଭାରତରେ ବିକଶିତ ଅନେକ ନୂଆ ଟେକନିକ୍‌ର ଉପଯୋଗ କରାଯିବ। ଏହି ମିସନରେ ଭାରତୀୟ ଉଦ୍ୟୋଗଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଚନ୍ଦ୍ରଯାନ-୪ ମଡେଲରେ ୫ଟି ଅଲଗା ଅଲଗା ମଡ୍ୟୁଲ ରହିବ। 

ଏଥିରେ ଆସେଣ୍ଡର ମଡ୍ୟୁଲ (ଏମ) ଓ ଡିସେଣ୍ଡର ମଡ୍ୟୁଲ (ଡିଏମ) ସହିତ ରି-ଏଣ୍ଟ୍ରି ମଡ୍ୟୁଲ (ଆରଏମ), ଟ୍ରାନ୍ସଫର ମଡ୍ୟୁଲ (ଟିଏମ୍) ଓ ପ୍ରପଲ୍ୟୁସନ ମଡ୍ୟୁଲ (ପିଏମ) ରହିବ। ଏହି ମଡ୍ୟୁଲଗୁଡିକୁ ୨ଟି ଏଲଭିଏମ-୩ ରକେଟ ମାଧ୍ୟମରେ ମହାକାଶକୁ ପଠାଯିବ। ଚନ୍ଦ୍ରମାରେ ଯାନ ଅବତରଣ କରିବା ପରେ ଡିଏମରେ ଲାଗିଥିବା ରବୋଟିକ ହାତ ସାହାଜ୍ୟରେ ଲ୍ୟାଣ୍ଡିଂ ସାଇଟ୍ ଆଖପାଖରୁ ୨-୩କେଜି ମାଟି ନମୁନା ଏକତ୍ରିତ କରାଯିବ। ଏହି ନମୁନାକୁ ଏଏମରେ ରଖାଯାଇଥିବା ଏକ କଣ୍ଟୈନରକୁ ଟ୍ରାନ୍ସଫର କରାଯିବ। 

ଏହା ଛଡା ଏକ ଡ୍ରିଲିଂ ମେସିନ ସହାୟତାରେ ଚନ୍ଦ୍ରପୃଷ୍ଠ ତଳୁ ନମୁନା ଏକତ୍ର କରାଯିବ। ଏହାକୁ ଏଏମର ଏକ ଅଲଗା କଣ୍ଟୈନରରେ ରଖାଯିବ। ନମୁନା ରଖାଯାଇଥିବା କଣ୍ଟୈନରକୁ ଭଲ ରୂପେ ସିଲ କରିଦିଆଯିବ, ଯେପରି ପୃଥିବୀକୁ ଫେରିବା ପରେ ଏଥିରେ କୌଣସି ତ୍ରୁଟି ବିଚ୍ୟୁତି ନ ହୁଏ। ନମୁନା ସଂଗ୍ରହ କାଳରେ ପ୍ରତ୍ୟେକ ପର୍ଯ୍ୟାୟକୁ ଭିଡିଓ କ୍ୟାମେରାରେ ନଜର ରଖାଯିବ। ଇସ୍ରୋ କହିଛନ୍ତି ଯେ ଥରେ ନମୁନା ସଂଗ୍ରହ କାର୍ଯ୍ୟ ଶେଷ ହେବା ପରେ ଆସେଣ୍ଡର ମଡ୍ୟୁଲ ଚନ୍ଦ୍ରପୃଷ୍ଠରେ ଛିଡା ହୋଇଥିବା ଟ୍ରାନ୍ସଫର  ରି ଏଣ୍ଟ୍ରି ମଡ୍ୟୁଲରେ ଡକ୍ ହେବ। 

ନମୁନା ସ୍ଥାନାନ୍ତରଣ ହୋଇଗଲେ ରି ଏଣ୍ଟ୍ରି ମଡ୍ୟୁଲ ଏଏମରୁ ପୃଥକ ହୋଇଯିବ। ପରେ ଟ୍ରାନ୍ସଫର ଓ ରିଏଣ୍ଟ୍ରି ମଡ୍ୟୁଲ ପୃଥିବୀକୁ ଫେରିବା ଲାଗି ପ୍ରସ୍ତୁତ ହେବେ। ଉପଯୁକ୍ତ ପ୍ରବେଶ ପଥରେ ପ୍ରବେଶ କରିବା ପରେ ରି ଏଣ୍ଟ୍ରି ମଡ୍ୟୁଲ ଟ୍ରାନ୍ସଫର ମଡ୍ୟୁଲରୁ ଅଲଗା ହୋଇଯିବ ଓ ପୃଥିବୀ ବାୟୁମଣ୍ଡଳକୁ ବାଲିଷ୍ଟିକ୍ ପ୍ରବେଶ କରିବ ଓ ଶେଷରେ ପୃଥିବୀ ପୃଷ୍ଠକୁ ଚନ୍ଦ୍ରରୁ ସଂଗୃହୀତ ନମୁନା ସହିତ ଫେରିଆସିବ। ଇସ୍ରୋ କହିଛନ୍ତି ଯେ ଚନ୍ଦ୍ରଯାନ-୪ ମିସନରେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ସଂଗୃହୀତ ନମୁନାକୁ ଶୁଦ୍ଧ ଓ ଅଦୁଷିତ ରଖିବା। ନମୁନାର ରିକୋଭରି ପାଇଁ ସୁରକ୍ଷା ପ୍ରୋଟକଲକୁ ତ୍ରୁଟିହୀନ ପ୍ରସ୍ତୁତ କରାଯିବ।