ଚନ୍ଦ୍ରରୁ ମାଟି ଆଣିଲା ଚାଇନା
ବେଜିଂ, ୨୬।୬: ଚାଇନାର ଚାଙ୍ଗ’ଇ-୬ ମହାକାଶ ଯାନ ପ୍ରଥମଥର ପାଇଁ ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମର ମାଟି ଓ ପଥରର ନମୁନା ଏକତ୍ର କରି ମଙ୍ଗଳବାର ପୃଥିବୀକୁ ଫେରି ଉତ୍ତର ଚାଇନାରେ ଅବତରଣ କରିଛି। ପୃଥିବୀକୁ ଅଣାଯାଇଥିବା ଏହି ନମୁନାଗୁଡ଼ିକରେ ୨୫ ଲକ୍ଷ ବର୍ଷ ପୁରୁଣା ଆଗ୍ନେୟଗିରି ପଥର ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ଚାଇନାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଏହି ନମୁନାଗୁଡ଼ିକର ପରୀକ୍ଷଣ ପରେ ଚନ୍ଦ୍ରର ଉଭୟ ମେରୁ ମଧ୍ୟରେ ରହିଥିବା ଭୌଗୋଳିକ ପାର୍ଥକ୍ୟ ନେଇ ଜଣାପଡ଼ିବ […] The post ଚନ୍ଦ୍ରରୁ ମାଟି ଆଣିଲା ଚାଇନା appeared first on Dharitri Odia News.
ବେଜିଂ, ୨୬।୬: ଚାଇନାର ଚାଙ୍ଗ’ଇ-୬ ମହାକାଶ ଯାନ ପ୍ରଥମଥର ପାଇଁ ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମର ମାଟି ଓ ପଥରର ନମୁନା ଏକତ୍ର କରି ମଙ୍ଗଳବାର ପୃଥିବୀକୁ ଫେରି ଉତ୍ତର ଚାଇନାରେ ଅବତରଣ କରିଛି। ପୃଥିବୀକୁ ଅଣାଯାଇଥିବା ଏହି ନମୁନାଗୁଡ଼ିକରେ ୨୫ ଲକ୍ଷ ବର୍ଷ ପୁରୁଣା ଆଗ୍ନେୟଗିରି ପଥର ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ଚାଇନାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଏହି ନମୁନାଗୁଡ଼ିକର ପରୀକ୍ଷଣ ପରେ ଚନ୍ଦ୍ରର ଉଭୟ ମେରୁ ମଧ୍ୟରେ ରହିଥିବା ଭୌଗୋଳିକ ପାର୍ଥକ୍ୟ ନେଇ ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଗତ ମେ’ ୩ରେ ଚାଇନାର ହୈନାନଠାରୁ ଏହି ଚାଙ୍ଗ’ଇ-୬ ମିଶନ ଲଞ୍ଚ କରାଯାଇଥିଲା।
ତେବେ ଏହି ମିଶନ ଅନୁଯାୟୀ ୨୦୩୦ ସୁଦ୍ଧା ମଣିଷଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ଚାଇନା ଲକ୍ଷ୍ୟ ରଖିଛି। ଏହି ମିଶନର ସଫଳତା ଚାଇନାର ସ୍ବପ୍ନକୁ ସାକାର କରିପାରିଥିବା ନେଇ ରାଷ୍ଟ୍ରପତି ସି. ଜିନପିଙ୍ଗ୍ ପ୍ରକାଶ କରିଛନ୍ତି। ଏହାଯୋଗୁ ଏବେ ଚାଇନା ଏକ ମହାକାଶ ଶକ୍ତି ହେବାର ନିକଟତର ହୋଇପାରିଛି। ସେହିପରି ୨୦୩୦ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରେ ଏକ ରିସର୍ଚ୍ଚ ବେସ୍ ନିର୍ମାଣ କରିବାକୁ ମଧ୍ୟ ଚାଇନା ଲକ୍ଷ୍ୟ ରଖିଛି।
The post ଚନ୍ଦ୍ରରୁ ମାଟି ଆଣିଲା ଚାଇନା appeared first on Dharitri Odia News.