ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଟ୍ରେନ୍‌ ନମ୍ବର ୦୮୨୬୩ ଓ ୦୮୨୬୪ ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍‌କୁ ଉଭୟ ଦିଗରୁ ଆସନ୍ତା ଏପ୍ରିଲ୍‌ ୨୦ରେ ବାତିଲ କରାଯାଇଛି। ସେହିପରି ଟ୍ରେନ୍‌ ନମ୍ବର ୧୨୮୯୩ ଭୁବନେଶ୍ୱର-ସୋନପୁର ଏକ୍ସପ୍ରେସ୍‌ ଏପ୍ରିଲ୍‌ ୨୦ରେ ସୋନପୁର ନ ଯାଇ ସମ୍ବଲପୁର ଆସି ରହଣି […] The post ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ appeared first on Dharitri Odia News.

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଟ୍ରେନ୍‌ ନମ୍ବର ୦୮୨୬୩ ଓ ୦୮୨୬୪ ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍‌କୁ ଉଭୟ ଦିଗରୁ ଆସନ୍ତା ଏପ୍ରିଲ୍‌ ୨୦ରେ ବାତିଲ କରାଯାଇଛି। ସେହିପରି ଟ୍ରେନ୍‌ ନମ୍ବର ୧୨୮୯୩ ଭୁବନେଶ୍ୱର-ସୋନପୁର ଏକ୍ସପ୍ରେସ୍‌ ଏପ୍ରିଲ୍‌ ୨୦ରେ ସୋନପୁର ନ ଯାଇ ସମ୍ବଲପୁର ଆସି ରହଣି କରିବ। ଟ୍ରେନ୍‌ ନମ୍ବର ୧୨୮୯୪ ସୋନପୁର-ଭୁବନେଶ୍ୱର ଟ୍ରେନ୍‌ ସମ୍ବଲପୁରରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଉକ୍ତଦିନ ସମ୍ବଲପୁର-ସୋନପୁର ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିବ। ଏହାବ୍ୟତିତ ଏପ୍ରିଲ୍‌ ୨୦ରେ ଜଗଦଲପୁର-ହାୱଡ଼ା ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍‌ ନମ୍ବର ୧୮୦୦୬ ଜଗଦଲପୁର ବଦଳରେ ଟିଟିଲାଗଡ଼ରୁ ଛାଡ଼ିବ। ତେବେ ଟିଟିଲାଗଡ଼ରୁ ଏକଘଣ୍ଟା ବିଳମ୍ବରେ ଅର୍ଥାତ୍‌ ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୪୫ ପରିବର୍ତ୍ତେ ୩ଟା ୪୫ରେ ହାୱଡ଼ା ଅଭିମୁଖେ ଛାଡ଼ିବ।

The post ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ appeared first on Dharitri Odia News.